ଆପଣ ଜାଣନ୍ତି କି Pizza ଖାଇବାକୁ ପ୍ରଥମ ଅର୍ଡର ଦେଇଥିଲା କିଏ ?
Advertisement

ଆପଣ ଜାଣନ୍ତି କି Pizza ଖାଇବାକୁ ପ୍ରଥମ ଅର୍ଡର ଦେଇଥିଲା କିଏ ?

ପିଜା ଶବ୍ଦଟି ହଜାର ବର୍ଷ ପୁରୁଣା । ପିଜାର ଉତ୍ପତି ପ୍ରଥମେ ୯୦୦ ଶତାବ୍ଦୀର ମଧ୍ୟ ଭାଗରେ ଦକ୍ଷୀଣ ଇଟାଲୀୟ ପ୍ରାଚୀନ ଟେକ୍ସରେ କରାଯାଇଥିଲା। 

ଆପଣ ଜାଣନ୍ତି କି Pizza ଖାଇବାକୁ ପ୍ରଥମ ଅର୍ଡର ଦେଇଥିଲା କିଏ ?

ଆଜିର ଦୁନିଆରେ ଛୋଟ ଠାରୁ ବଡ଼ ସଭିଁଏ ପିଜା ଖାଇବାକୁ ଖୁବ ପସନ୍ଦ କରୁଛନ୍ତି । ପିଜା ଲଭର୍ ହେବାକୁ ନେଇ ସମସ୍ତେ ଦାବି କରନ୍ତି, ହେଲେ ଏକଥା କେହି ଦାବି କରିପାରିବେନି ଯେ, ପିଜା ବିଷୟରେ ସେମାନେ ସବୁକିଛି ଜାଣିଥିବେ । ହାତ ଗଣତି କେତେ ଲୋକଙ୍କୁ ଛାଡ଼ିଦେଲେ Pizza ବିଷୟରେ ଅଧିକ ଲୋକ ବିଶେଷ କିଛି ଜାଣିନଥିବେ। ତେବେ ପିଜା ଶବ୍ଦଟି ହଜାର ବର୍ଷ ପୁରୁଣା । ପିଜାର ଉତ୍ପତି ପ୍ରଥମେ ୯୦୦ ଶତାବ୍ଦୀର ମଧ୍ୟ ଭାଗରେ ଦକ୍ଷୀଣ ଇଟାଲୀୟ ପ୍ରାଚୀନ ଟେକ୍ସରେ କରାଯାଇଥିଲା।  ୧୮୭୯ ମସିହାରେ ଇଟାଲୀର ମହାରାଣୀ ମାର୍ଗରିଟା ପ୍ରଥମେ ପିଜା ଅର୍ଡର କରିଥିଲେ ।

ବହୁ ଚର୍ଚ୍ଚିତ ଉପନ୍ୟାସ The Three Musketeers ଲେଖକ ଆଲେକଜାଣ୍ଡର ଦୁମାସ ହିଁ ପ୍ରଥମେ Pizza  ଟ୍ରେଣ୍ଡ ଆରମ୍ଭ କରିଥିଲେ । ଏହି ଟ୍ରେଣ୍ଡ ଆଜିର ଟ୍ରେଣ୍ଡ ଠାରୁ ଟିକିଏ ଭିନ୍ନ ଥିଲା । ଦୁମାସ ଇଟାଲୀର ସହର ନେପଲ୍ସ ଯାଇଥିଲେ, ସେଠାରେ ସେ ଦେଖିଲେ ସେଠାକାର ଗରିବ ଲୋକମାନେ ଗରମ ଦିନେ ତରଭୁଜ ଓ ଶୀତ ଦିନେ Pizza ଖାଉଛନ୍ତି । ତେବେ ଗରିବଙ୍କ ନିତିଦିନିଆ ଖାଦ୍ୟ ଥିଲା Pizza । ସେହିପରି ଆମେରିକାରେ ଏହାର ଟ୍ରେଣ୍ଡ ସେତେବେଳେ ଆରମ୍ଭ ହେଲା ଯେତେବେଳେ ପ୍ରବାସୀ ଇଟାଲୀୟ ଆମେରିକାରେ ରହିଲେ ଓ Pizza ଖାଇଲେ ।

Also Read: ଏପ୍ରିଲ ୧ ପୂର୍ବରୁ ଏହି ୮ଟି ବ୍ୟାଙ୍କର ଗ୍ରାହକ ହୋଇଯାଆନ୍ତୁ ସାବଧାନ !

ଅନ୍ୟପଟେ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଆମେରିକୀୟ ସୈନିକ ଇଟାଲୀରୁ ଘରକୁ ଫେରିଲେ ସେତେବେଳେ ବି ପିଜାର ସେତିକି ଚାହିଦା ରହିଥିଲା ଓ ସେମାନେ ବି ନିଜ ପ୍ରିୟଜନଙ୍କ ସହ ଏହି ପିଜା ଖାଇବାର ସଉକ ରଖିଲେ। ପିଜାର ଲୋକପ୍ରିୟ ନାଁ Domino's ର ଉତ୍ପତି ୧୯୬୦ ରେ ହୋଇଥିଲା । ସେହିପରି ୨୦୦୧ ମସିହାରେ Pizza Hut ନିଜର ପ୍ରଥମ ପିଜା Space କୁ ହିଁ ପଠାଇଥିଲା । ୬ ଇଞ୍ଚର ଏହି ସଲାମୀ ପିଜାକୁ ଋଷୀୟ ରକେଟ ଦ୍ୱାରା ମହାକାଶକୁ ପଠାଯାଇଥିଲା । ଆଉ Pizza Hut ର କହିବା କଥା, ଏହି ପ୍ରମୋସନାଲ ଇଭେଣ୍ଟ ପାଇଁ ଋଷୀୟ ସ୍ପେସ ଏଜେନ୍ସିକୁ ୧୦ ଲକ୍ଷ ଡଲାର ଦେବାକୁ ପଡ଼ିଥିଲା । 

Also Read:  ଆସନ୍ତାକାଲି ଠାରୁ ଏପ୍ରିଲ ୪ ଯାଏ ବ୍ୟାଙ୍କରେ ଝୁଲିବ ତାଲା

ଏହାର ଠିକ୍ ୧୦ ବର୍ଷ ପରେ ନାସାର କିଛି ବୈଜ୍ଞାନିକ ମାନେ ଏକ 3D ପ୍ରିଣ୍ଟର ପ୍ରସ୍ତୁତ କରିଥିଲେ ଯାହା ଫଳରେ ୧୭ ସେକେଣ୍ଡ ମଧ୍ୟରେ ପିଜା ପ୍ରସ୍ତୁତ କରିବ । ତେବେ ଏହି  3D ପ୍ରିଣ୍ଟର ଆସିବାକୁ ଆହୁରୀ ବହୁତ ସମୟ ବାକି ରହିଛି । ଅନ୍ୟପଟେ ଏବେ ଯେଉଁ ପିଜାର ଦିୱାନା ପୁରା ଦୁନିଆ ରହିଛି ତାହାର ସ୍ବାଦ ଓ ଦାମ୍ ବି ବେଶ ଭଲ ବୋଲି ଦାବି ହୋଇଛି ।