Rule to Pray Ganesh ji: ବୁଧବାର ପ୍ରଭୁ ଗଣେଶ ଓ ମାଆ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ବଦଳାଇ ଦେବ ଭାଗ୍ୟ, ଜାଣନ୍ତୁ ଏହାର ନିୟମ..
Advertisement

Rule to Pray Ganesh ji: ବୁଧବାର ପ୍ରଭୁ ଗଣେଶ ଓ ମାଆ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ବଦଳାଇ ଦେବ ଭାଗ୍ୟ, ଜାଣନ୍ତୁ ଏହାର ନିୟମ..

Rule to Pray Ganesh ji:ଭଗବାନ ଗଣେଶ ହେଉଛନ୍ତି ଅଗ୍ରପୂଜ୍ୟ ବା ସମସ୍ତ ଦେବୀ ଦେବତାଙ୍କ ମଧ୍ୟରେ ପ୍ରଥମ ଉପାସକ ଭାବରେ ପୂଜା ପାଇଥାନ୍ତି। ପ୍ରଭୂ ଗଣେଶଙ୍କକ ପୂଜା ବିନା କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରାଯାଇନଥାଏ। କୁହାଯାଏ ଯେ ଭଗବାନ ଗଣେଶଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ବ୍ୟକ୍ତି ଜୀବନରେ କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି ନାହିଁ। ବୁଧବାର ଭଗବାନ ଗଣେଶଙ୍କୁ ପୂଜା କରିବାର ଦିନ ଭାବେ ବିବେଚନା କରାଯାଏ। 

Rule to Pray Ganesh ji: ବୁଧବାର ପ୍ରଭୁ ଗଣେଶ ଓ ମାଆ ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା ବଦଳାଇ ଦେବ ଭାଗ୍ୟ, ଜାଣନ୍ତୁ ଏହାର ନିୟମ..

Rule to Pray Ganesh ji:ଭଗବାନ ଗଣେଶ ହେଉଛନ୍ତି ଅଗ୍ରପୂଜ୍ୟ ବା ସମସ୍ତ ଦେବୀ ଦେବତାଙ୍କ ମଧ୍ୟରେ ପ୍ରଥମ ଉପାସକ ଭାବରେ ପୂଜା ପାଇଥାନ୍ତି। ପ୍ରଭୂ ଗଣେଶଙ୍କକ ପୂଜା ବିନା କୌଣସି ଶୁଭ କାର୍ଯ୍ୟ ଆରମ୍ଭ କରାଯାଇନଥାଏ। କୁହାଯାଏ ଯେ ଭଗବାନ ଗଣେଶଙ୍କ ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ବ୍ୟକ୍ତି ଜୀବନରେ କୌଣସି ସମସ୍ୟାର ସମ୍ମୁଖୀନ ହୁଅନ୍ତି ନାହିଁ। ବୁଧବାର ଭଗବାନ ଗଣେଶଙ୍କୁ ପୂଜା କରିବାର ଦିନ ଭାବେ ବିବେଚନା କରାଯାଏ। ବିଶ୍ୱାସ କରାଯାଏ ଯେ ଏହି ଦିନ କିଛି ବିଶେଷ କାର୍ଯ୍ୟ କରିବା ଦ୍ୱାରା ଉଭୟ ଭଗବାନ ଗଣେଶ ଏବଂ ମାତା ଲକ୍ଷ୍ମୀଙ୍କ ଆଶୀର୍ବାଦ ପ୍ରାପ୍ତ ହୁଏ। ଆଜି ଆମେ ଆପଣଙ୍କୁ ଏହିପରି ୪ଟି ବିଶେଷ ପଦକ୍ଷେପ ବିଷୟରେ ଜଣାଇବୁ, ଯାହା କରିବା ଦ୍ୱାରା ଆପଣ ଆପଣଙ୍କର କାର୍ଯ୍ୟ ଏବଂ ବ୍ୟବସାୟରେ ଅତୁଳନୀୟ ଅଗ୍ରଗତି କରିବା ଆରମ୍ଭ କରିବେ।

-ଯଦି ଜଣେ ବ୍ୟକ୍ତିଙ୍କ ରାଶିରେ ବୁଧ ଦୋଷ ଥାଏ ତେବେ ତାଙ୍କୁ ଜୀବନସାରା ଆର୍ଥିକ ସଙ୍କଟର ସାମ୍ନା କରିବାକୁ ପଡିଥାଏ। ଏହି ବୁଧ ଦୋଷରୁ ମୁକ୍ତି ପାଇବା ପାଇଁ ବୁଧବାର ରୀତିନୀତି ଅନୁଯାୟୀ ଭଗବାନ ଗଣେଶ ଏବଂ ମାତା ଲକ୍ଷ୍ମୀଙ୍କ ସହିତ ଭଗବାନ ବୁଧଙ୍କୁ ପୂଜା କରିବା ଉଚିତ୍। ଏହା କରିବା ଦ୍ୱାରା ଉକ୍ତ ବ୍ୟକ୍ତିଙ୍କର ଆର୍ଥିକ ସ୍ଥିତି ସୁଦୃଢ଼ ହୋଇଥାଏ।

-ଯେଉଁମାନେ ନିଜ ଚାକିରିରେ ଆଶାନୁରୂପକ ସଫଳତା ପାଇବାରେ ବିଫଳ ହୋଉଛନ୍ତି କିମ୍ବା ବର୍ଷ ବର୍ଷ ଧରି ସମାନ ପଦବୀରେ ଅଟକି ରହିଛନ୍ତି, ସେମାନେ ବୁଧବାର ଦିନ ଗାଈକୁ ସବୁଜ ଘାସ ଖାଇବାକୁ ଦେବା ଉଚିତ୍। ଏଥି ସହ ଅଭାବୀ ଲୋକଙ୍କୁ ସବୁଜ ଜିନିଷ ଦାନ କରାଯିବା ଉଚିତ୍। ଏହା କରିବା ଦ୍ୱାରା, ସେମାନଙ୍କର ଭାଗ୍ୟର ବନ୍ଦ ଦ୍ୱାର ଖୋଲାଯାଇଥାଏ ଏବଂ ସେମାନଙ୍କ କ୍ୟାରିୟର ଦ୍ରୁତ ଗତିରେ ଚାଲିବା ଆରମ୍ଭ କରିଥାଏ।

-ଯଦି ଆପଣ କିଛି କାମ ପାଇଁ ବାହାରକୁ ଯାଉଛନ୍ତି ଏବଂ ନିଶ୍ଚିତ ଭାବରେ ସେହି କାର୍ଯ୍ୟରେ ସଫଳତା ପାଇବାକୁ ଚାହୁଁଛନ୍ତି, ତେବେ ଘରୁ ବାହାରିବା ସମୟରେ ଭଗବାନ ଗଣେଶଙ୍କୁ ପୂଜା କରନ୍ତୁ। ଏହି ପୂଜାରେ ଭଗବାନ ଗଣେଶଙ୍କୁ ଦୁର୍ଭା ଘାସ ଦେବାକୁ ଭୁଲନ୍ତୁ ନାହିଁ। ଏହି ଘାସ ଦେଖିବା ମାତ୍ରେ ଭଗବାନ ଗଣେଶ ପ୍ରଶନ୍ନ ହୋଇ ଉଠିଥାନ୍ତି । ଯେଉଁମାନେ ଏପରି କରନ୍ତି ସେମାନଙ୍କ ଉପରେ ଭଗବାନ ଗଣେଶଙ୍କ ଆଶୀର୍ବାଦ ସର୍ବଦା ରହିଥାଏ।

-ଯଦି ଆପଣଙ୍କ ଘରେ କେହି ଅସୁସ୍ଥ ଅଛନ୍ତି କିମ୍ବା ଆପଣ ଘରୋଇ ସମସ୍ୟାରେ ଅସୁବିଧାରେ ପଡ଼ନ୍ତି, ତେବେ ବୁଧବାର ଭଗବାନ ଗଣେଶଙ୍କୁ ପୂଜା କରିବା ସମୟରେ ତିଳକକୁ କପାଳରେ ଲଗାନ୍ତୁ ।ଭଗବାନ ଗଣେଶଙ୍କୁ ମୋଦକ ଅର୍ଥାତ୍ ଲଡୁ ଦାନ  କରନ୍ତୁ | ଜ୍ୟୋତିଷମାନଙ୍କ କହିବା ଅନୁସାରେ ଏହି ପ୍ରତିକାର ଦ୍ୱାରା ବ୍ୟକ୍ତିର ସମସ୍ତ ଦୋଷ ଦୂର ହୋଇଯାଏ ଏବଂ ସେମାନଙ୍କ ଘର ଖୁସିରେ ଭରିଯାଇଥାଏ।

Also Read: Today Horoscope: ଏହି ରାଶିଙ୍କର ରହିଛି ପାରିବାରିକ ବିବାଦ ସହ ଅର୍ଥହାନୀ ଯୋଗ! ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ