ଥଣ୍ଡା ପାଣି ପିଇବା ବେଳେ ଏକଥା ଉପରେ ରଖନ୍ତୁ ଖାସ୍ ନଜର
Advertisement
Article Detail0/zeeodisha/odisha1141373

ଥଣ୍ଡା ପାଣି ପିଇବା ବେଳେ ଏକଥା ଉପରେ ରଖନ୍ତୁ ଖାସ୍ ନଜର

ଗ୍ରୀଷ୍ମ ସମୟରେ ଫ୍ରିଜରୁ ଥଣ୍ଡା ପାଣି ପିଇବାକୁ ପ୍ରାଧାନ୍ୟ ଦିଅନ୍ତି କିନ୍ତୁ ଆପଣ ଜାଣି ନାହାନ୍ତି କି ଏପରି କରି ଆପଣ ରୋଗକୁ ଆମନ୍ତ୍ରଣ କରୁଛନ୍ତି।  ତେବେ ଆସନ୍ତୁ ଜାଣିବା ଏପରି କାରଣ ଯେଉଁ କାରଣରୁ ଥଣ୍ଡା ପାଣି ଆପଣଙ୍କ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। 

ଥଣ୍ଡା ପାଣି ପିଇବା ବେଳେ ଏକଥା ଉପରେ ରଖନ୍ତୁ ଖାସ୍ ନଜର

ନୂଆଦିଲ୍ଲୀ: ଗ୍ରୀଷ୍ମ ଆରମ୍ଭ ହୋଇଛି ଏଭଳି ପରିସ୍ଥିତିରେ ଅଧିକାଂଶ ଲୋକେ ଥଣ୍ଡା ପାଣି ପିଇବା ଆରମ୍ଭ କରି ଦେଇଛନ୍ତି ଯଦି ଆପଣ ମଧ୍ୟ ଏପରି କରୁଛନ୍ତି ତେବେ ଥଣ୍ଡା ପାଣି ପିଇବା ପୂର୍ବରୁ ଜାଣି ନିଅନ୍ତୁ ଏହା ଆପଣଙ୍କ ସ୍ବାସ୍ଥ୍ୟ ଉପରେ କଣ ପ୍ରଭାବ ପକାଇବ ।ଆପଣଙ୍କ ଘରେ ବୟସ୍କ ମାନେ  ପରାମର୍ଶ ଦେଇଥାଆନ୍ତି କି ଫ୍ରିଜରୁ ଥଣ୍ଡା ପାଣି ପିଇବା ପରିବର୍ତ୍ତେ ସାଧା ପାଣି ପିଇବା ଉଚିତ।ଏହା ବ୍ୟତୀତ ଗରମ ହେଲେ ମାଠିଆ ପାଣି ପିଇବାକୁ ପରାମର୍ଶ ମଧ୍ୟ ଦେଇଥାଆନ୍ତି ,ତଥାପି ଅଧିକାଂଶ ଲୋକେ ଗ୍ରୀଷ୍ମ ସମୟରେ ଫ୍ରିଜରୁ ଥଣ୍ଡା ପାଣି ପିଇବାକୁ ପ୍ରାଧାନ୍ୟ ଦିଅନ୍ତି କିନ୍ତୁ ଆପଣ ଜାଣି ନାହାନ୍ତି କି ଏପରି କରି ଆପଣ ରୋଗକୁ ଆମନ୍ତ୍ରଣ କରୁଛନ୍ତି।  ତେବେ ଆସନ୍ତୁ ଜାଣିବା ଏପରି କାରଣ ଯେଉଁ କାରଣରୁ ଥଣ୍ଡା ପାଣି ଆପଣଙ୍କ ସ୍ବାସ୍ଥ୍ୟ ପାଇଁ କ୍ଷତିକାରକ। 

ପାଚନପ୍ରକ୍ରିୟା ଉପରେ ପ୍ରଭାବ
ଥଣ୍ଡା ପାଣି ପିଇବା ଦ୍ବାରା ଆପଣଙ୍କ ହଜମ ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ । ରିପୋର୍ଟ ଅନୁସାରେ ଥଣ୍ଡା ପାଣି ପିଇବା ଦ୍ବାରା ଶରୀରକୁ ଅନେକ କ୍ଷତି ପହଞ୍ଚାଇଥାଏ, ଆପଣ ଦେଖିଥିବେ ଯେତେବେଳେ ଗରମ ପାଣି ଦ୍ବାରା ନିଜ ଚେହରାକୁ ଧୋଇଥାଆନ୍ତି ତେବେ ଆପଣଙ୍କ ସ୍କିନ ପୋର୍ସ ଗୁଡିକ ଖୋଲିଯାଇଥାଏ । ଅନ୍ୟପଟେ ଯେତେ ବେଳେ ମୁହଁକୁ ଥଣ୍ଡା ପାଣିରେ ଧୋଇବେ ଆପଣଙ୍କ ଚର୍ମ ଶକ୍ତ ହୋଇଯାଏ । ଏପରି ପରିସ୍ଥିତିରେ ଆପଣ ବୁଝି ପାରୁଥିବେ କି ଆପଣ ଯେତେ ବେଳେ ଥଣ୍ଡା ପାଣି ପିଉଛନ୍ତି ତେବେ ପେଟରେ କି ପ୍ରକାର ସମସ୍ୟା ହୋଇପାରେ।

ହୃଦସ୍ପନ୍ଦନ ବି କମ୍ ହୋଇଥାଏ
ଏହା ବ୍ୟତିତ ଏକ ଡାକ୍ତରଙ୍କ ଅନୁସନ୍ଧାନ ଅନୁଯାୟୀ ଥଣ୍ଡା ପାଣି ଆପଣଙ୍କ ହୃଦୟସ୍ପନ୍ଦନକୁ ମଧ୍ୟ ହ୍ରାସ କରିପାରେ । ତାଇୱାନର ଏକ ଅଧ୍ୟୟନରୁ ଜଣାପଡିଛି ଯେ ଥଣ୍ଡା ପାଣି ପିଇବା ହୃଦୟ ପାଇଁ ଭଲ ନୁହେଁ। ତେଣୁ ଆପଣ ଚେଷ୍ଟା କରନ୍ତୁ  ଥଣ୍ଡା ପାଣି ନ ପିଇବା ପାଇଁ ନ ଚେତ୍ ଆପଣଙ୍କୁ ଭୋଗିବାକୁ ପଡିବ  ଅନେକ ସମସ୍ୟା ।

କୋଷ୍ଠକାଠିନ୍ୟ ସମସ୍ୟା
ଥଣ୍ଡା ପାଣି ପିଇବା ଦ୍ବାରା କୋଷ୍ଠକାଠିନ୍ୟ ସମସ୍ୟା ଦେଖାଦେଇଥାଏ।ସୂଚନା ଅନୁସାରେ ଯଦି ଆପଣ ଖାଦ୍ୟ ଖାଇବା ପରେ ଥଣ୍ଡା ପାଣି ପିଅନ୍ତି ତାହା ଆପଣଙ୍କ ପାଚନ ପ୍ରକ୍ରିୟା ଉପରେ ପ୍ରଭାବ ପକାଇଥାଏ । ଆଉପରେ ଖାଦ୍ୟ ହଜମ କରିବା କଷ୍ଟକର ହୋଇଥାଏ ।

ମୁଣ୍ଡବିନ୍ଧା ସମସ୍ୟା
ଆପଣ ନିଶ୍ଚୟ ଦେଖିଥିବେ ଯେ ଅନେକ ଲୋକେ ଥଣ୍ଡା ପାଣି ପିଇବା ପରେ ମୁଣ୍ଡବିନ୍ଧା ହୋଇଥାଏ  । ଯେତେ ବେଳେ ବରଫ ଖଣ୍ଡଟିକୁ ଗିଳି ଦିଅନ୍ତି ସେତେବେଳେ ଅନେକଙ୍କ କପାଳରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ସେହିପରି ଥଣ୍ଡା ପାଣି ପିଅନ୍ତି ତେବେ ଆପଣଙ୍କ ମୁଣ୍ଡ ଉପରେ ପ୍ରଭାବ ପକାଇଥାଏ। ଯେଉଁ କାରଣରୁ ଅନେକ ଲୋକଙ୍କ ମୁଣ୍ଡବିନ୍ଧାର ଆରମ୍ଭ ହୋଇଥାଏ । ବାସ୍ତବରେ ଯେତେବେଳେ ଆମେ ଥଣ୍ଡା ପାଣି ପିଇଥାଉ ତାହା ସିଧାସଳଖ ସ୍ନାୟୁକୁ ଥଣ୍ଡା କରିଥାଏ ଆଉ ତୁରନ୍ତ ମସ୍ତିଷ୍କକୁ ବାର୍ତ୍ତା ପଠାଇଥାଏ, ଯାହା ପରବର୍ତ୍ତୀ ସମୟରେ ମୁଣ୍ଡବିନ୍ଧାର କାରଣ ହୋଇଥାଏ।