Black Magic: ଘରେ ଗୁଣିଗାରେଡିରେ ସଙ୍କେତ ଦେଇଥାଏ ଏପରି କିଛି ଘଟଣା, ଏମିତି କରନ୍ତୁ ପ୍ରତିକାର
Advertisement
Article Detail0/zeeodisha/odisha1862797

Black Magic: ଘରେ ଗୁଣିଗାରେଡିରେ ସଙ୍କେତ ଦେଇଥାଏ ଏପରି କିଛି ଘଟଣା, ଏମିତି କରନ୍ତୁ ପ୍ରତିକାର

Black Magic: ଘରେ ଥିବା ତୂଳସୀ ପତ୍ରର ହଠାତ୍ ଝାଉଁଳିବା ବା ମରିଯିବା ନକରାତ୍ମକ ଦୃଷ୍ଟିକୋଣକୁ ବଢାଇଥାଏ। ସେହିପରି ଯଦି ଘର ଅଗଣାରେ ପକ୍ଷୀ ମରି ପଡ଼ିବା ମଧ୍ୟ ଗୁଣିଗାରେଡି କଥାକୁ ଦର୍ଶାଇଥାଏ।  ତେବେ ଏସବୁ ସଙ୍କେତ ଦେଖିବାକୁ ମିଳିଲେ ଏକ ଭଲ ପଣ୍ଡିତ ଓ ଜ୍ୟୋତିଷଙ୍କ ସହ ପରାମର୍ଶ କରନ୍ତୁ। 

 

Black Magic: ଘରେ ଗୁଣିଗାରେଡିରେ ସଙ୍କେତ ଦେଇଥାଏ ଏପରି କିଛି ଘଟଣା, ଏମିତି କରନ୍ତୁ ପ୍ରତିକାର

Black Magic: ବେଳେ ବେଳେ ଘରେ ହେଉଥିବା କିଛି ନା କିଛି ଅଜବ ଘଟଣାକୁ ନେଇ ଆମେ ମାନେ ବ୍ୟସ୍ତ ହୋଇଉଠୁ। ତେବେ ଏହାର କାରଣ କେବେ ଆପଣ ଭାବିଛନ୍ତି କି,  ଯଦି ଭାବିନାହାଁନ୍ତି ତେବେ ଆଜିଠୁ ଭାବନ୍ତୁ । କାରଣ କିଛି ଟା ନକରାତ୍ମକ ପ୍ରଭାବ ଆପଣଙ୍କ ଘରକୁ ଖରାପ ଦିଗରେ ନେଉଛି। ବ୍ଲାକ୍ ମ୍ୟାଜିକ୍ ବା ଗୁଣିଗାରେଡି କଥା ବୋଧ ହୁଏ ସମସ୍ତଙ୍କୁ ଜଣା । ତେବେ କିଛି ଲୋକ ଆପଣଙ୍କ ଘର ପ୍ରତି ଖରାପ ନଜର ରଖିବା ସହ ତଳିତଳାନ୍ତ କରିବାକୁ ଏପରି ଏକ ଘୃଣ୍ୟ କାମ କରିବାକୁ ଚେଷ୍ଟା କରନ୍ତି । ହେଲେ ଆପଣଙ୍କୁ ଓ ଆପଣଙ୍କ ଘର ଉପରେ ଗୁଣିଗାରେଡି (Guni Garedi)  ନେଇ ଏମିତି କିଛି ସଙ୍କେତ ଯଦି ଦେଖାଦିଏ ତେବେ ସାବଧାନ ହୋଇଯାଆନ୍ତୁ । 

କଣ ହୋଇଥାଏ କ୍ଷତି-: 
ଘରେ କାହାର ନା କାହାର ସବୁଦିନ ଦେହ ଖରାପ ହେବା ଏହା ଗୁଣିଗାରେଡି (Black Magic)  ହୋଇଥିବାକୁ ସୂଚାଇ ଥାଏ। ମାନସିକ ଚାପରେ ରହିବା, ଧନଜୀବନ ହାନୀ ହେବା, ସବୁବେଳେ କୌଣସି ନା କୌଣସି କଥାରେ ଭୟ ରହିବା । ଘରେ ସଦାସର୍ବଦା ଅଶାନ୍ତି ମନୋଭାବ ରହିବା ଓ ଝଗଡ଼ା ଲାଗିରହିବା ଗୁଣିଗାରେଡିର ସନ୍ଦେହକୁ ଅଧିକ ସୂଚାଇଥାଏ। ତନ୍ତ୍ରଶାସ୍ତ୍ର ଅନୁସାରେ, ଏପରି ହେବା ଦ୍ୱାରା ଘର ଥିବା ଲୋକ ଓ ଘର ପ୍ରତି ଅନେକ କ୍ଷତି ଦେଖିବାକୁ ମିଳିଥାଏ । ଘରେ ଥିବା ତୂଳସୀ ପତ୍ରର ହଠାତ୍ ଝାଉଁଳିବା ବା ମରିଯିବା ନକରାତ୍ମକ ଦୃଷ୍ଟିକୋଣକୁ ବଢାଇଥାଏ। ସେହିପରି ଯଦି ଘର ଅଗଣାରେ ପକ୍ଷୀ ମରି ପଡ଼ିବା ମଧ୍ୟ ଗୁଣିଗାରେଡି କଥାକୁ ଦର୍ଶାଇଥାଏ।  ତେବେ ଏସବୁ ସଙ୍କେତ ଦେଖିବାକୁ ମିଳିଲେ ଏକ ଭଲ ପଣ୍ଡିତ ଓ ଜ୍ୟୋତିଷଙ୍କ ସହ ପରାମର୍ଶ କରନ୍ତୁ। ହେଲେ ଏହାପୂର୍ବରୁ ଘରୋଇ ଉପଚାର ମଧ୍ୟ କିଛିଟା କରିପାରିବେ।  

ଏମିତି ଉପାୟରେ କରନ୍ତୁ ନକରାତ୍ମକ ପ୍ରଭାବ-: 

-ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଘରୁ ନକାରାତ୍ମକ ଶକ୍ତି ହଟାଇବା ପାଇଁ ଘରର ପ୍ରବେଶ ଦ୍ୱାର ସର୍ବଦା ପରିଷ୍କାର ରଖିବା ଉଚିତ୍ । ଏହା ନକାରାତ୍ମକ ଶକ୍ତିକୁ ଘରେ ପ୍ରବେଶ କରିବାରେ ରୋକିଥାଏ ।

-ଶାସ୍ତ୍ର ଅନୁଯାୟୀ, ଘର କାଟିବା ସମୟରେ ପାଣିରେ ପଥର ଲୁଣ ବ୍ୟବହାର କରନ୍ତୁ । କୁହାଯାଏ ଏହା ଘରୁ ନକାରାତ୍ମକ ଶକ୍ତି ଦୂର କରିଥାଏ ।

- ଶାସ୍ତ୍ର ଅନୁଯାୟୀ, ଯଦି କୌଣସି ବ୍ୟକ୍ତିକୁ ଖରାପ ନଜର ଲାଗିଥାଏ ତେବେ ଏହାକୁ ହଟାଇବା ପାଇଁ ୩ ଟି ଶୁଖିଲା ଲଙ୍କା ସହ ସୋରିଷ ମଞ୍ଜି ସହ ଉପଚାର କରି ନଜର ହଟାଇପାରିବେ।

- ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ୧.୨୫ କିଲୋଗ୍ରାମ ଲୁଣକୁ ଏକ ନାଲି କପଡ଼ାରେ ବାନ୍ଧି ରୋଷେଇ ଘରର ଏକ କୋଣରେ ରଖନ୍ତୁ ଯାହା ଦ୍ୱାରା ବାହାର ଲୋକ ଏହାକୁ ଦେଖିବେ ନାହିଁ। ଏହା କରିବା ଦ୍ୱାରା ଘରେ ସକରାତ୍ମକ ଶକ୍ତିର ବୃଦ୍ଧି ଘଟିଥାଏ।

- ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରେ ଏପରି ଉଦ୍ଭିଦ ଲଗାନ୍ତୁ ଯେମିତିକି ମନି ପ୍ଲାଣ୍ଟ, ତୁଳସୀ ଗଛ ପରି ଗଛ ଘରେ ସକରାତ୍ମକ ଶକ୍ତି ଆଣିଥାଏ । 

(Disclaimer: ଏହି ଖବର କେବଳ ସୂଚନା ପ୍ରଦାନ ପାଇଁ। ଯଦି କୌଣସି ଟିପ୍ସକୁ ଆପଣାଉଛନ୍ତି ତେବେ ଏହା ପୂର୍ବରୁ କୌଣସି ଜ୍ୟୋତିଷଙ୍କ ପରାମର୍ଶ ନିଅନ୍ତୁ।)

Also Read: Morning Tips: ସକାଳୁ ମାନସିକ ସ୍ଥିତି ଅସ୍ଥିର ରହୁଛି କି ? ତେବେ ଆପଣାନ୍ତୁ ଏହି ୬ଟି ଉପାୟ ଯାହା ଦେବ ଅଫୁରନ୍ତ ଶାନ୍ତି...

Also Read: Rahu Transit 2023: ମୀନ ରାଶିକୁ ଚଳନ କରିବେ ରାହୁ, ଏହି ୫ ରାଶିଙ୍କ ଲାଗି ବଢିଲା ଅଡୁଆ, ସବୁ କାମରେ ହେବେ ବିଫଳ !