ୱିକିପିଡିଆରେ The Kashmir Filesକୁ ନେଇ ଭୁଲ ତଥ୍ୟ; ଭଡ଼କିଲେ ବିବେକ, କହିଲେ ଶୀଘ୍ର ଏଡିଟ୍ କର
Advertisement
Article Detail0/zeeodisha/odisha1172811

ୱିକିପିଡିଆରେ The Kashmir Filesକୁ ନେଇ ଭୁଲ ତଥ୍ୟ; ଭଡ଼କିଲେ ବିବେକ, କହିଲେ ଶୀଘ୍ର ଏଡିଟ୍ କର

ଫିଲ୍ମ ' ଦ କଶ୍ମୀର ଫାଇଲ୍ସ'  ଅଗଣିତ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ସତ୍ୟକାହାଣୀ ଉପରେ ଆଧାରିତ ଏହି ଫିଲ୍ମକୁ ଦେଖି ଦର୍ଶକଙ୍କ ଆଖିରେ ଆପେଆପେ ଲୁହ ଆସିଯାଇଛି । ଏହି ଫିଲ୍ମକୁ ନେଇ ୱିକିପିଡିଆରେ ଭୁଲ ବିବରଣୀ ଦିଆଯାଇଛି । ଯାହାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବିବେକ ରଞ୍ଜନ ଅଗ୍ନିହୋତ୍ରୀ

ୱିକିପିଡିଆରେ The Kashmir Filesକୁ ନେଇ  ଭୁଲ ତଥ୍ୟ; ଭଡ଼କିଲେ ବିବେକ, କହିଲେ ଶୀଘ୍ର ଏଡିଟ୍ କର

ନୂଆଦିଲ୍ଲୀ: ଚଳିତ ବର୍ଷ ୨୦୨୨ର ସବୁଠୁ ସଫଳ ହାସଲ ଫିଲ୍ମ 'ଦ କାଶ୍ମୀର ଫାଇଲ୍ସ ' (The Kashmir Files)। ସିନେମା ଘରେ ଏହି ଫିଲ୍ମ ଦେଖିବାକୁ ଦର୍ଶକଙ୍କ ଭିତରେ ପ୍ରତିଯୋଗିତା ଲାଗିଥିଲା । ଏହି ଫିଲ୍ମ  ଦର୍ଶକଙ୍କ ଆଖିରୁ ଆପେ ଆପେ ଲୁହ ଝରିଆସିଥିଲା  । ନିର୍ଦ୍ଦେଶକ ବିବେକ ଅଗ୍ନିହୋତ୍ରୀ (Vivek Ranjan Agnihotri)ଙ୍କ ଫିଲ୍ମ ' ଦ କଶ୍ମୀର ଫାଇଲ୍ସ'  ଅଗଣିତ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛି । ସତ୍ୟକାହାଣୀ ଉପରେ ଆଧାରିତ ଏହି ଫିଲ୍ମକୁ ଦେଖି ଦର୍ଶକଙ୍କ ଆଖିରେ ଆପେଆପେ ଲୁହ ଆସିଯାଇଛି । ଗ୍ଲୋବାଲି ଏହି ଫିଲ୍ମକୁ ମିଳିଛି ଭଲ ରେସପନ୍ସ ।'କଶ୍ମୀର ଫାଇଲ୍ସ' ବକ୍ସ ଅଫିସରେ ବହୁତ ଭଲ ବ୍ୟବସାୟ କରିଛି । ଫିଲ୍ମ ରିଲିଜ ହେବା ମାତ୍ରେ    ସିନେମା ହଲ୍ ରେ ଦର୍ଶକଙ୍କ ନାହିଁ ନ ଥିବା ଭିଡ ଦେଖିବାକୁ ମିଳିଥିଲା । କାଶ୍ମୀରୀ ପଣ୍ଡିତ ଏବଂ ସେମାନଙ୍କ ଅତ୍ୟାଚାରର କାହାଣୀ ଉପରେ ଆଧାରିତ ଏହି ଚଳଚ୍ଚିତ୍ର  ବକ୍ସ ଅପିସରେ  ସୁପରହିଟ୍ ସାବ୍ୟସ୍ତ ହୋଇଛି  ।

ଏହି ଫିଲ୍ମକୁ ଇତିହାସ ମନେ ରଖିବ ।ରିଲିଜର  ପ୍ରଥମ ଦିନରୁ ହିଁ  ସୋସିଆଲ ମିଡିଆରୁ ଆରମ୍ଭ କରି ସାଧାରଣ ଲୋକଙ୍କ ମୁହଁରେ ଏହି ଫିଲ୍ମ ନେଇ ଚର୍ଚ୍ଚା ହୋଇଥିଲା । ଏହି ଫିଲ୍ମ ଏବଂ କାହାଣୀକୁ ନେଇ ନିର୍ଦ୍ଦେଶକ ବିବେକ ରଞ୍ଜନ ଅଗ୍ନିହୋତ୍ରୀ ଲାଇମଲାଇଟରେ ରହିଥିଲେ । ଏପରିକି ଏହି ଫିଲ୍ମକୁ ଅନେକ ବିରୋଧ ମଧ୍ୟ କରିଥିଲେ , ହେଲେ ବିବେକ ସମସ୍ତଙ୍କୁ ମୁହଁତୋଡ଼ ଜବାବ ଦେଇଥିଲେ । ଦ କାଶ୍ମୀର ଫାଇଲ୍ସକୁ ଦେଶ ବିଦେଶରେ ଭଲ ସମର୍ଥନ ମିଳିଛି । ୱିକିପିଡିଆ (Wikipedia)ରେ ବିବେକ ରଞ୍ଜନ ଅଗ୍ନିହୋତ୍ରୀଙ୍କ ଫିଲ୍ମ ସମ୍ପର୍କରେ ଭୁଲ ତଥ୍ୟ ଦିଆଯାଇଛି । ଯାହାକୁ ଦେଖି ଖପ୍ପା ହୋଇଛନ୍ତି ନିର୍ଦ୍ଦେଶକ । ଫିଲ୍ମର ଡେସକ୍ରିପସନରେ ଭୁଲ ତଥ୍ୟ ଦିଆଯାଇଥିବା ଦେଖି ଅସନ୍ତୋଷ ବ୍ୟକ୍ତ କରିଛନ୍ତି ବିବେକ ରଞ୍ଜନ ଅଗ୍ନିହୋତ୍ରୀ । 

Also Read: ଦୀର୍ଘ ବର୍ଷ ପରେ ଏକାଠି ହେଲେ ସାରା-କାର୍ତ୍ତିକ, ଫିଲ୍ମ ରିଲିଜ ପୂର୍ବରୁ ହୋଇଥିଲା ବ୍ରେକଅପ୍

ଉଇକିପିଡ଼ିଆ ପେଜରେ ଲେଖାଯାଇଛି - ' ୨୦୨୨ ମସିହାରେ ହୋଇଥିବା ଫିଲ୍ମ 'ଦ କାଶ୍ମୀର ଫାଇଲ୍ସ' ଏକ ଭାରତୀୟ ହିନ୍ଦୀ ଭାଷା ଡ୍ରାମା ଫିଲ୍ମ। ଯାହାକୁ ବିବେକ ଅଗ୍ନିହୋତ୍ରୀ ଲେଖିଛନ୍ତି ଏବଂ ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମରେ କାଶ୍ମୀର ବିବାଦୀୟ ଅଞ୍ଚଳରୁ କାଶ୍ମୀରୀ ହିନ୍ଦୁମାନଙ୍କୁ ବିସ୍ଥାପନର କାଳ୍ପନିକ କାହାଣୀ ଦର୍ଶାଯାଇଛି। ୧୯୯୦ ମସିହାରେ ବିସ୍ଥାପନ ଏକ ଜନଶୁଣାଣି ବୋଲି ଦର୍ଶାଯାଇଛି, ଯାହା ପ୍ରାୟତଃ ମିଥ୍ୟା ଏବଂ ଷଡଯନ୍ତ୍ରର କାହାଣୀ ଉପରେ ଆଧାରିତ '। ୱିକିପିଡିଆରେ ଦିଆଯାଇଥିବା ତଥ୍ୟର ସ୍କ୍ରିନସଟ୍ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସେୟାର କରିଛନ୍ତି , ଏଥିସହ ଏଭଳି ତଥ୍ୟକୁ ଏଡିଟ୍ କରିବା ପାଇଁ କହିଛନ୍ତି । ଟ୍ୱିଟ୍ କରି ବିବେକ ଲେଖିଛନ୍ତି ''ପ୍ରିୟ, ଉଇକିପିଡ଼ିଆ, ଆପଣ ଏଥିରେ ଇସଲାମୋଫୋବିୟା, ପ୍ରୋପୋଗେଣ୍ଡା, ଷଡଯନ୍ତ୍ର ଭଳି ଶବ୍ଦ ଯୋଡିବାକୁ ଭୁଲି ଯାଇଛନ୍ତି। ଏହାକୁ ଶୀଘ୍ର ଏଡିଟ୍ କରନ୍ତୁ । '  ଏହି ପୋଷ୍ଟରେ ବିବେକ ୱିକିପିଡିଆକୁ ଟ୍ୟାଗ୍ ମଧ୍ୟ କରିଛନ୍ତି ।

Also Read: ବଡ଼ ପରଦାକୁ ପୁଣି ଫେରିବ ରାଜ-ସିମ୍ରନ ଯୋଡ଼ି

ଦ କାଶ୍ମୀର ଫାଇଲ୍ସ ଚଳିତ ବର୍ଷ ୧୧ ମାର୍ଚ୍ଚରେ ରିଲିଜ ହୋଇଥିଲା । ଫିଲ୍ମକୁ   ଦର୍ଶକ ଖୁବ ପସନ୍ଦ କରିଥିଲେ । କାହାଣୀ , କଳାକାରଙ୍କ ଅଭିନୟକୁ ସବୁଠି ପ୍ରଶଂସା କରାଯାଇଥିଲା । ଫିଲ୍ମରେ ଅନୁପମ ଖେର (Anupam Kher) , ପଲ୍ଲବୀ ଯୋଶୀ (Pallavi Joshi) , ଦର୍ଶନ କୁମାର (Darshan Kumar) , ମିଥୁନ ଚକ୍ରବର୍ତ୍ତୀ (Mithun Chakraborty) ପ୍ରମୁଖ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥିଲେ । ବକ୍ସ ଅଫିସରେ ଏହି ଫିଲ୍ମ ୩ଶହ କୋଟିର କଲେକସନ କରିଛି । ଏହି ଫିଲ୍ମ ରିଲିଜ ପୂର୍ବରୁ ଏବଂ ରିଲିଜ ପରେ ମଧ୍ୟ ଚର୍ଚ୍ଚାରେ ରହିଥିଲା । ବହୁ ବିବାଦ ଭିତରେ ୧୧ ମାର୍ଚ୍ଚରେ ଏହି ଫିଲ୍ମ ସିନେମା ଘରେ ରିଲିଜ ହୋଇଥିଲା । ଫିଲ୍ମରେ ବିବେକ ରଞ୍ଜନ ଅଗ୍ନିହୋତ୍ରୀ କାଶ୍ମୀରୀ ପଣ୍ଡିତଙ୍କ ଦୁଃଖ ଯନ୍ତ୍ରଣା ପରଦା ଉପରେ ପରିବେଷଣ କରିଥିଲେ । ଏହି ଫିଲ୍ମ ସ୍ୱଳ୍ପ ବଜେଟରେ ତିଆରି ହୋଇଥିଲା , ହେଲେ ଏହି ଫିଲ୍ମ କୋଟି କୋଟି ଦର୍ଶକଙ୍କ ହୃଦୟ ଜିତିବାରେ ସଫଳ ହୋଇଛି ।