Shah Rukh Khan: ସୁସ୍ଥ ଅଛନ୍ତି ତ ଶାହାରୁଖ ଖାନ୍ ? ଭିଡିଓ ଦେଖି କାହିଁକି ଏମିତି କହିଲେ ଫ୍ୟାନ୍ସ...
Advertisement

Shah Rukh Khan: ସୁସ୍ଥ ଅଛନ୍ତି ତ ଶାହାରୁଖ ଖାନ୍ ? ଭିଡିଓ ଦେଖି କାହିଁକି ଏମିତି କହିଲେ ଫ୍ୟାନ୍ସ...

Shah Rukh  Khan: ସବୁଠାରୁ ବଡ଼ କଥା ହେଲା ଏନେଇ କୌଣସି ଅଫିସିଆଲ ସୂଚନା ହସ୍ତଗତ ହୋଇନାହିଁ। କିଛି କିଛି ଲୋକ ଏହି ଭିଡିଓରେ ଶାହାରୁଖ ଗୋଡ଼ ଟେକି ନିଜ ଷ୍ଟାଇଲରେ ଛିଡା ହେଉଥିବ କଥା କହିଥିବା ବେଳେ କିଛି ଫ୍ୟାନ୍ସ ଶାହାରୁଖଙ୍କ ଗୋଡ଼ରେ ଆଘାତ ଲାଗିଥିବା କଥା ଦର୍ଶାଇଛନ୍ତି । 

 

Shah Rukh Khan: ସୁସ୍ଥ ଅଛନ୍ତି ତ ଶାହାରୁଖ ଖାନ୍ ? ଭିଡିଓ ଦେଖି କାହିଁକି ଏମିତି କହିଲେ ଫ୍ୟାନ୍ସ...

Shah Rukh Khan: ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ଫିଲ୍ମ ପ୍ରଡ୍ୟୁସର ଆନନ୍ଦ ପଣ୍ଡିତଙ୍କ(Anand Pandit) ଝିଅ ଐଶର୍ୟା ପଣ୍ଡିତ । ତେବେ ଗତ ୧୧ ତାରିଖରେ ମୁମ୍ବାଇରେ ଐଶର୍ଯ୍ୟା ଓ ତାଙ୍କ ସ୍ୱାମୀ ସାହିଲଙ୍କର ଏକ ଗ୍ରାଣ୍ଡ ରିସେପସନ ପାର୍ଟି ଅର୍ଗାନାଇଜ୍ କରିଥିଲେ। ତେବେ ଏହି ପାର୍ଟିରେ ଯୋଗ ଦେଇଥିଲେ ବି-ଟାଉନର ଅନେକ ବଡ଼ ବଡ଼ ଷ୍ଟାର।  ତେବେ ବିଟାଉନର ସୁପରଷ୍ଟାର ଶାହାରୁଖ ଖାନ୍ ମଧ୍ୟ ସାମିଲ୍ ହୋଇଥିଲେ। ହେଲେ ଏହି ଇଭେଣ୍ଟରୁ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଶାହାରୁଖ ଖାନ ନିଜର ବାମ ଗୋଡକୁ ଟେକି ହୋଇ ଛିଡ଼ା ହୋଇଥିବାର ନଜର ଆସିଛନ୍ତି । 

ଯାହାକୁ ନେଇ ଫ୍ୟାନ୍ସ ମାନେ ଚିନ୍ତାପ୍ରକଟ କରିଛନ୍ତି । ଏହି ଭିଡିଓ ଭାଇରାଲ ହେବା ପରେ ଫ୍ୟାନ୍ସ ମାନେ ବାଦଶାହାଙ୍କ ସ୍ୱାସ୍ଥ୍ୟକୁ ନେଇ ଟିକେ ଚିନ୍ତିତ ହୋଇ ଉଠିଛନ୍ତି । ହେଲେ ସବୁଠାରୁ ବଡ଼ କଥା ହେଲା ଏନେଇ କୌଣସି ଅଫିସିଆଲ ସୂଚନା ହସ୍ତଗତ ହୋଇନାହିଁ। କିଛି କିଛି ଲୋକ ଏହି ଭିଡିଓରେ ଶାହାରୁଖ ଗୋଡ଼ ଟେକି ନିଜ ଷ୍ଟାଇଲରେ ଛିଡା ହେଉଥିବା କଥା କହିଥିବା ବେଳେ କିଛି ଫ୍ୟାନ୍ସ ଶାହାରୁଖଙ୍କ(Shah Rukh Khan) ଗୋଡ଼ରେ ଆଘାତ ଲାଗିଥିବା କଥା ଦର୍ଶାଇଛନ୍ତି । ହେଲେ ଏନେଇ କୌଣସି ସଠିକ୍ ସୂଚନା ମିଳିପାରିନାହିଁ। 

ସୂଚନାଯୋଗ୍ୟ, ଏହି ଗ୍ରାଣ୍ଡ ରିସେପସନ ଇଭେଣ୍ଟରେ ବଲିଉଡର(Bollywood Celebrity) ବହୁ ବଡ଼ ବଡ଼ ହସ୍ତୀ ଯେମିତିକି ଅଭିଷେକ ବଚ୍ଚନ, ତାପସୀ ପନ୍ନୁ, ମଲ୍ଲିକା ସେରାୱତ, ସୁନୀଲ ସେଟ୍ଟୀ, ବିଦ୍ୟୁତ ଜମାୱାଲ, ନୁସରତ ଭରୁଚା, ଇମ୍ରାନ ହାସମୀ, ଅଦା ଶର୍ମା, ଶ୍ରେୟସ ତଲପଡେ, ତୁଷାର କପୁର ଙ୍କ ସମେତ ଅନେକ ବଡ଼ ବଡ଼ ଅଭିନେତା ଓ ଅଭିନେତ୍ରୀ ଯୋଗ ଦେଇଥିଲେ। 

Also Read: 

Israel Iran Conflict: ଦୁଇ ଦେଶର ଝଗଡ଼ା ପାଇଁ ଏବେ ସୁନାରେ ହାତ ମାରିପାରିବେନି ଗ୍ରାହକ !