ବଲିଉଡରେ ଡେବ୍ୟୁ କରିବେ ଗବ୍ବର
Advertisement
Article Detail0/zeeodisha/odisha1188383

ବଲିଉଡରେ ଡେବ୍ୟୁ କରିବେ ଗବ୍ବର

କ୍ରିକେଟ ଫିଲ୍ଡରେ ଦମଦାର ସ୍କୋର କରୁଥିବା  ଭାରତୀୟ କ୍ରିକେଟ ଦଳର ଓପନିଂ ବ୍ୟାଟ୍ସମ୍ୟାନ ଶିଖର ଧୱନ ନିଜ ମ୍ୟାଚ୍ ବ୍ୟତୀତ ଅନ୍ୟ କାରଣ ପାଇଁ ମଧ୍ୟ ଚର୍ଚ୍ଚାରେ ରୁହନ୍ତି । ସେ ସାରା ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସେ କ୍ରିକେଟ ମଇଦାନରେ ଚଉକା-ଛକା ଉଡ଼ାନ୍ତି । ଆଉ ଏବେ ଶିଖର ନୂଆ ଅନ୍ଦାଜରେ ନୂଆ କାମ କରିବାକୁ ଯାଉଛନ୍ତି ।

 

ବଲିଉଡରେ ଡେବ୍ୟୁ କରିବେ ଗବ୍ବର

ନୂଆଦିଲ୍ଲୀ:  କ୍ରିକେଟ ଫିଲ୍ଡରେ ଦମଦାର ସ୍କୋର କରୁଥିବା  ଭାରତୀୟ କ୍ରିକେଟ ଦଳର ଓପନିଂ ବ୍ୟାଟ୍ସମ୍ୟାନ ଶିଖର ଧୱନ (Shikhar Dhawan) ନିଜ ମ୍ୟାଚ୍ ବ୍ୟତୀତ ଅନ୍ୟ କାରଣ ପାଇଁ ମଧ୍ୟ ଚର୍ଚ୍ଚାରେ ରୁହନ୍ତି । ସେ ସାରା ଦୁନିଆରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସେ କ୍ରିକେଟ ମଇଦାନରେ ଚଉକା-ଛକା ଉଡ଼ାନ୍ତି । ଆଉ ଏବେ ଶିଖର ନୂଆ ଅନ୍ଦାଜରେ ନୂଆ କାମ କରିବାକୁ ଯାଉଛନ୍ତି ।  

ଶିଖର ଧୱନଙ୍କ ଫ୍ୟାନଙ୍କ ପାଇଁ ଖୁସି ଖବର 

ଶିଖରଙ୍କୁ ନେଇ ଏବେ ଏଭଳି କିଛି ଖବର ସାମ୍ନାକୁ ଆସିଛି , ଯାହାକୁ ଶୁଣି ତାଙ୍କ ଫ୍ୟାନ୍ସ ଖୁସି ହୋଇଯିବେ । ଶିଖର ଧୱନ ଖୁବ୍ ଶୀଘ୍ର ବଲିଉଡରେ ନିଜ ଆକ୍ଟିଂ କ୍ୟାରିୟର ଆରମ୍ଭ କରିବା ପାଇଁ ପୁରା ପୁରି ପ୍ରସ୍ତୁତ ଅଛନ୍ତି । ସେ କୌଣସି ମେନ୍ ଷ୍ଟ୍ରିମ୍ ଫିଲ୍ମରେ କାମ କରିବାକୁ ଯାଉଥିବା ନେଇ ଚର୍ଚ୍ଚା ହେଉଛି । ଶିଖର ଧୱନ (Shikhar Dhawan) ଅଭିନୟ ଦୁନିଆରେ ମଧ୍ୟ ଦମଦାର ସ୍କୋର କରିବେ ବୋଲି ଫିଲ୍ମ ମେକର୍ସ ଆଶା ରଖିଛନ୍ତି ।

Also Read: Taarak Mehta Ka Ooltah Chashmah; ଶୋ' ଛାଡ଼ିବେ ଆଉ ଜଣେ ମୁଖ୍ୟ କଳାକାର !

ଶେଷ ହେଲା ଫିଲ୍ମ ସୁଟିଂ

ରିପୋର୍ଟ ଅନୁଯାୟୀ, ଶିଖର ନିଜ ଫିଲ୍ମ ସୁଟିଂ ଶେଷ କରିସାରିଛନ୍ତି । ହେଲେ ଶିଖର କାମ କରୁଥିବା ଫିଲ୍ମର ଟାଇଟଲ ଘୋଷଣା କରାଯାଇନାହିଁ । ରିପୋର୍ଟ ଅନୁଯାୟୀ ଯେତେବେଳେ ଶିଖରଙ୍କୁ ଏହି ଫିଲ୍ମର ଅଫର୍ ଦିଆଯାଇଥିଲା , ସେତେବେଳେ ସେ ତୁରନ୍ତ ହିଁ ଏହି ଅଫରରେ ରାଜି ହୋଇଥିଲେ । ଶିଖରଙ୍କୁ ଏହି ଫିଲ୍ମରେ ଯେଉଁ ରୋଲ୍ ମିଳିଛି ସେଥିରେ ସେ ବିଲକୁଲ ଫିଟ୍ ବୋଲି ଫିଲ୍ମ ମେକର୍ସ କହିଛନ୍ତି ।

Also Read: ମାତା ପିତାଙ୍କୁ ନଜଣାଇ ଅଭିନେତ୍ରୀ କରୁଥିଲେ ଏମିତି କାମ, କଅଁଳ ବୟସରେ ଚାଲିଗଲା ଜୀବନ

ଖୁବଶୀଘ୍ର ରିଲିଜ ହେବ ଫିଲ୍ମ

ରିପୋର୍ଟ ମୁତାବକ ଶିଖରଙ୍କ ଏହି ଫିଲ୍ମ ଚଳିତ ବର୍ଷ ହିଁ ରିଲିଜ ହେବ । ନିକଟରେ ଶିଖର ଧୱନଙ୍କୁ ଅକ୍ଷୟ କୁମାର (Akshaya Kumar)ଙ୍କ ଫିଲ୍ମ ରାମ ସେତୁ (Ram Setu)ସେଟ୍ ରେ ଦେଖିବାକୁ ମିଳିଥିଲା । ଏହାପରେ ଚର୍ଚ୍ଚା ହେଉଥିଲା ଯେ ଶିଖର ଅକ୍ଷୟଙ୍କ ଫିଲ୍ମରେ ଅଭିନୟ କରୁଛନ୍ତି । ଏହି ଫିଲ୍ମ ଜରିଆରେ ସେ ବଲିଉଡରେ ଡେବ୍ୟୁ କରିବେ । ହେଲେ ଏହି ଗୁଜବ ଗୁଜବରେ ହିଁ ସୀମିତ ରହିଥିଲା । ସେ ଅକ୍ଷୟଙ୍କୁ ଭେଟିବା ପାଇଁ ରାମ ସେତୁ ସେଟ୍ ଯାଇଥିବା ପରେ ଜଣାପଡ଼ିଥିଲା । ଶିଖର ଆଉ ରଣବୀର ସିଂହ ମଧ୍ୟ ବହୁତ ଭଲ ସାଙ୍ଗ । ଗତ ବର୍ଷ ଅଭିନେତା ରଣବୀରଙ୍କ ସହ ଶିଖର ଧୱନ ଫଟୋ ସେୟାର କରିଥିଲେ । ରଣବୀରଙ୍କ ଫିଲ୍ମ 83 ନେଇ ଶୁଭେଚ୍ଛା ଜଣାଇଥିଲେ ଶିଖର ଧୱନ । ଅନେକ ଫିଲ୍ମ ସେଟରେ ମଧ୍ୟ ପୂର୍ବରୁ ଧୱନଙ୍କୁ ସ୍ପଟ୍ କରାଯାଇଛି । ତେବେ କେଉଁ ଫିଲ୍ମ ଜରିଆରେ କ୍ରିକେଟର ଶିଖର ଧୱନ ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି ତାହା ଜଣାପଡ଼ିନାହିଁ । ଶିଖରଙ୍କୁ ବଡ଼ ପରଦାରେ ଦେଖିବା ପାଇଁ ଫ୍ୟାନ୍ସ ମଧ୍ୟ ବେଶ ଉତ୍ସାହିତ ହୋଇଛନ୍ତି ।