Pushpa Film: ଅଲ୍ଲୁ ଅର୍ଜୁନ ନୁହେଁ ପ୍ରଥମେ ଏହି ଅଭିନେତାଙ୍କୁ ଅଫର୍ ଦେଇଥିଲେ ଡିରେକ୍ଟର Sukumar
Advertisement

Pushpa Film: ଅଲ୍ଲୁ ଅର୍ଜୁନ ନୁହେଁ ପ୍ରଥମେ ଏହି ଅଭିନେତାଙ୍କୁ ଅଫର୍ ଦେଇଥିଲେ ଡିରେକ୍ଟର Sukumar

Pushpa Film:୨୦୨୧ ରେ ବକ୍ସ ଅଫିସରେ ହଲଚଲ କରିଥିବା ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ପୁଷ୍ପା ଫିଲ୍ମରେ ରଶ୍ମିକା ମନ୍ଦାନା ଏବଂ ଫହାଦ୍ ଫସିଲ ପ୍ରମୁଖ ଭୂମିକାରେ ନଜର ଆସିଥିଲେ। ଚଳଚ୍ଚିତ୍ରର ସଫଳତା ବ୍ୟତୀତ ଏହାର ଗୀତ ଶ୍ରୀଭଲି, ଉ ଆଣ୍ଟାୱା ଏବଂ ସାମି ସାମି ସୁପରହିଟ୍ ସାବ୍ୟସ୍ତ ହୋଇଥିଲା।

 

Pushpa Film: ଅଲ୍ଲୁ ଅର୍ଜୁନ ନୁହେଁ ପ୍ରଥମେ ଏହି ଅଭିନେତାଙ୍କୁ ଅଫର୍ ଦେଇଥିଲେ ଡିରେକ୍ଟର Sukumar

Pushpa Film: ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ଅଲ୍ଲୁ ଅର୍ଜୁନ ତାଙ୍କର ଉତ୍କୃଷ୍ଟ ଚଳଚ୍ଚିତ୍ର ଏବଂ ଚମତ୍କାର ଅଭିନୟ ପାଇଁ ପୂରା ଦେଶ ନୁହେଁ ବିଶ୍ୱରେ ବି ଜଣାଶୁଣା । ଚଳିତ ବର୍ଷ  ଏହି ଟ୍ୟାଲେଣ୍ଟଡ ଅଭିନେତା ଜାତୀୟ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି। ଏହିପରି ଭାବେ ତେଲୁଗୁ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର ପ୍ରଥମ ଜାତୀୟ ପୁରସ୍କାର ବିଜେତା ଅଭିନେତା ହୋଇଛନ୍ତି ଅଲ୍ଲୁ ଅର୍ଜୁନ। ଆପଣ ଜାଣିଥିବେ ଅଭିନେତାଙ୍କୁ ତାଙ୍କର ୨୦୨୧ର ଚଳଚ୍ଚିତ୍ର 'ପୁଷ୍ପା ଦି ରାଇଜ୍' (Pushpa The Rise) ପାଇଁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ତେବେ, ସାଉଥ୍ ଡିରେକ୍ଟର ସୁକୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଅଲ୍ଲୁ ଅର୍ଜୁନ (Allu Arjun) ନୁହେଁ ପ୍ରଥମେ ସାଉଥର ଆଉ ଜଣେ ସୁପରଷ୍ଟାରଙ୍କୁ ଅଫର ଦିଆଯାଇଥିଲା। 

ଏକଥା ସତ, ଅଲ୍ଲୁ ଅର୍ଜୁନଙ୍କ ପୂର୍ବରୁ ସୁକୁମାର ୨୦୨୧ ମସିହାରେ ବ୍ଲକବଷ୍ଟର ହିଟ୍ ସାବ୍ୟସ୍ତ ହୋଇଥିବା ଫିଲ୍ମ ପୁଷ୍ପା ଦି ରାଇଜ୍ ପାଇଁ ଆଉ ଜଣେ ସୁପରଷ୍ଟାରଙ୍କୁ ଅଫର୍ ଦେଇଥିଲେ, ଯାହା ପରେ କ୍ରିଏଟିଭ୍ ଡିଫରେନ୍ସ ହେତୁ ଅଭିନେତା ଜଣକ ଏହି ଅଫରକୁ ପ୍ରତ୍ୟାଖ୍ୟାନ କରିଥିଲେ । ଫିଲ୍ମ ପୁଷ୍ପା ଦ ରାଇଜ୍ (Pushpa The Rise)   ସୁପରଷ୍ଟାର ମହେଶ ବାବୁଙ୍କୁ ହିଁ ଅଫର କରାଯାଇଥିଲା। ସୁକୁମାର ଏବଂ ମହେଶ ବାବୁ ପୂର୍ବରୁ ୨୦୧୪ ଚଳଚ୍ଚିତ୍ର ୱାନ୍ Nenokkadine  ରେ ଏକାଠି କାମ କରିଥିଲେ । 'ପୁଷ୍ପା ଦ ରାଇଜ'ର ଅଫରକୁ ପ୍ରତ୍ୟାଖ୍ୟାନ କରିବାର କାରଣ କହି କରି ମହେଶ ବାବୁ ତାଙ୍କ ଟ୍ୱିଟରରେ ଲେଖିଥିଲେ ଯେ- କ୍ରିଏଟିଭ୍ ଡିଫରେନ୍ସ  ହେତୁ ମୋର ଚଳଚ୍ଚିତ୍ର ସୁକୁମାରଙ୍କ ସହ ତିଆରି ହେଉନାହିଁ। ତାଙ୍କର ନୂଆ ପ୍ରୋଜେକ୍ଟ ଘୋଷଣା ପାଇଁ ମୁଁ ତାଙ୍କୁ ଶୁଭେଚ୍ଛା ଜଣାଉଛି । 

Also Read: ଅକ୍ଷୟ କୁମାରଙ୍କ ସହ ସୁଟିଂ ବେଳେ ଶ୍ରେୟସଙ୍କୁ ହାର୍ଟଆଟାକ୍

'ଏପରି ଜଣେ ମହାନ ଡିରେକ୍ଟରଙ୍କୁ ମୁଁ ସମ୍ମାନ ଜଣାଉଛି। ୱାନ୍ Nenokkadine ସବୁବେଳେ ମୋ ହୃଦୟରେ ରହିବ ଏହାସହ ସେ ଫିଲ୍ମରେ କାମ କରିଥିବା ପ୍ରତିଟି ମୁହୂର୍ତ୍ତକୁ ମୁଁ ବହୁତ ଏଞ୍ଜୟ କରିଛି'। ୨୦୨୧ ରେ ବକ୍ସ ଅଫିସରେ ହଲଚଲ କରିଥିବା ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ପୁଷ୍ପା ଫିଲ୍ମରେ ରଶ୍ମିକା ମନ୍ଦାନା ଏବଂ ଫହାଦ୍ ଫସିଲ ପ୍ରମୁଖ ଭୂମିକାରେ ନଜର ଆସିଥିଲେ। ଚଳଚ୍ଚିତ୍ରର ସଫଳତା ବ୍ୟତୀତ ଏହାର ଗୀତ ଶ୍ରୀଭଲି, ଉ ଆଣ୍ଟାୱା ଏବଂ ସାମି ସାମି ସୁପରହିଟ୍ ସାବ୍ୟସ୍ତ ହୋଇଥିଲା। ଚଳଚ୍ଚିତ୍ରରେ ଶ୍ରେଷ୍ଠ ପ୍ରଦର୍ଶନ ପାଇଁ ଅଲ୍ଲୁ ଅର୍ଜୁନଙ୍କୁ ଜାତୀୟ ପୁରସ୍କାର(National Award) ପ୍ରଦାନ କରାଯାଇଥିବାବେଳେ ଦେବୀ ଶ୍ରୀ ପ୍ରସାଦଙ୍କୁ ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶନା ପାଇଁ ଜାତୀୟ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା। ଏହା ସହିତ ଉ ଆଣ୍ଟୱାରେ ସମନ୍ଥାଙ୍କ ଡ୍ୟାନ୍ସ ଟ୍ରେଣ୍ଡି ଷ୍ଟେପ ପାଲଟିଯାଇଥିଲା। 

ସେପଟେ ଫ୍ୟାନ୍ସ ମାନେ ଏହି ଫିଲ୍ମର ପାର୍ଟ ଟୁ କୁ ଚାତକ ପରି ଅନେଇ ବସିଛନ୍ତି। ଫିଲ୍ମ ନିର୍ମାତା ଏବେ 'ପୁଷ୍ପା ଦ ରୁଲ୍' (Pushpa The Rule) ଉପରେ ଫୋକସ ରଖିଛନ୍ତି। ଏହି ଚଳଚ୍ଚିତ୍ରରେ ଅଲ୍ଲ ଅର୍ଜୁନ, ରଶ୍ମିକା ମନ୍ଦାନା ଏବଂ ଫହାଦ ଫସିଲ ପୁଣିଥରେ ମୁଖ୍ୟ ଭୂମିକାରେ ନଜର ଆସିବେ। ଏଥି ସହିତ, ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ୧୫ ଅଗଷ୍ଟ ୨୦୨୪ ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ଯାହାର ପୋଷ୍ଟର ବହୁ ପୂର୍ବରୁ ରିଲିଜ ହୋଇସାରିଛି। ଏହା ବ୍ୟତୀତ ଯଦି ଆମେ ମହେଶ ବାବୁଙ୍କ (Mahesh Babu) ବିଷୟରେ କଥା ହେବା, ତେବେ ତାଙ୍କୁ ଖୁବଶୀଘ୍ର 'ଗୁଣ୍ଟୁର କରିମ୍' ଫିଲ୍ମରେ ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରଟି ତ୍ରିଭିକ୍ରମ ଶ୍ରୀନିବାସ ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ ଶ୍ରୀଲିଲା, ମୀନାକ୍ଷୀ ଚୌଧୁରୀ, ଜଗପତି ବାବୁ, ରାମ୍ୟା କ୍ରିଷ୍ଣା, ଜୟରାମ ଏବଂ ପ୍ରକାଶ ରାଜ ମଧ୍ୟ ଅଭିନୟ କରିଛନ୍ତି।