Advertisement
photoDetails0hindi

Pathaan Box Office Collection: ପ୍ରଥମ ଦୁଇ ଦିନରେ ଇତିହାସ ରଚିଲା 'ପଠାନ୍', କେଜିଏଫ୍-2 ଠାରୁ ୱାର ଫିଲ୍ମ ପର୍ଯ୍ୟନ୍ତ ସବୁକୁ ପକାଇଲା ପଛରେ

Pathaan Box Office Day 1: ଶାହରୁଖ ଖାନ ଓ ଦୀପିକା ପାଦୁକୋନଙ୍କ ଫିଲ୍ମ ପଠାନ ବକ୍ସ ଅଫିସରେ ଇତିହାସ ସୃଷ୍ଟି କରିଛି । ଏହା ସବୁଠାରୁ ବଡ ଓପନିଂ କରିଥିବା ହିନ୍ଦୀ ଫିଲ୍ମ ହୋଇଛି । ଜାଣନ୍ତୁ ଏହା କେତେ ଟଙ୍କା ରୋଜଗାର କରିଛି ।

1/5

Pathaan Box Office collection Day 1: ବକ୍ସ ଅଫିସରେ ରୋଜଗାର କ୍ଷେତ୍ରରେ ଶାହରୁଖ ଖାନ, ଦୀପିକା ପାଦୁକୋନ ଓ ଜନ୍ ଅବ୍ରହାମଙ୍କ ଆକ୍ସନ୍ ଥ୍ରୀଲର ଫିଲ୍ମ ପଠାନ ଇତିହାସ ସୃଷ୍ଟି କରିଛନ୍ତି । ଏହି ଫିଲ୍ମ ପ୍ରଥମ ଦିନରେ ସମସ୍ତ ବଡ ବଡ ଫିଲ୍ମକୁ ପଛରେ ପକାଇଛି । ପଠାନ ବର୍ତ୍ତମାନ ସବୁଠାରୁ ବଡ ଓପନର୍ କରିଥିବା ହିନ୍ଦୀ ଫିଲ୍ମ ହୋଇଯାଇଛି । 

 

2/5

ଫିଲ୍ମ ଟ୍ରେଡ଼ ଆନାଲିଷ୍ଟ ତରୁଣ ଆଦର୍ଶ ପଠାନଙ୍କ ରୋଜଗାରକୁ ନେଇ ଟ୍ୱିଟରରେ ଆକଳନ ସେୟାର କରିଛନ୍ତି । ତାଙ୍କ କହିବାନୁସାରେ, ସ୍ପାଏ ୟୁନିଭର୍ସର ଏହି ଫିଲ୍ମ ହିନ୍ଦୀ ଭର୍ସନ ପ୍ରଥମ ଦିନରେ ୫୫ କୋଟି ଟଙ୍କା ବ୍ୟବସାୟ କରିଛି । ଏହି ରୋଜଗାର ଛୁଟି ନଥିବା ଘଟିଛି । ଫିଲ୍ମଟି ବୁଧବାର ରିଲିଜ ହୋଇଛି ।

3/5

ସାଉଥ ଷ୍ଟାର ୟଶଙ୍କ ଫିଲ୍ମ KGF 2 ର ହିନ୍ଦୀ ସଂସ୍କରଣ ପ୍ରଥମ ଦିନରେ ୫୩.୯୫ କୋଟି ଟଙ୍କା ବ୍ୟବସାୟ କରିଥିଲା ​​। ଏହା ବ୍ୟତୀତ ହ୍ରିତିକ ରୋଶନ ଓ ଟାଇଗର ଶ୍ରଫଙ୍କ ୱାର ଫିଲ୍ମ ୫୧.୬୦ କୋଟି, ଆମୀର ଖାନଙ୍କ ଠଗ୍ସ ଅଫ୍ ହିନ୍ଦୁସ୍ତାନ ଭାରତରେ ୫୦.୭୫ କୋଟି ଟଙ୍କା ଓପନିଂ ଦିନ ରୋଜଗାର କରିଥିଲା ।

4/5

ଆପଣଙ୍କୁ କହି ରଖୁଛୁ ଯେ ପଠାନ ଫିଲ୍ମ କେବଳ ଦେଶରେ ନୁହେଁ, ବିଦେଶର ଅନେକ ସ୍ଥାନରେ ରେକର୍ଡ ଓପନିଂ କରିବାରେ ସଫଳ ହୋଇଛି । ୟୁଏଇ ଓ ସିଙ୍ଗାପୁରରେ ଏହି ଫିଲ୍ମ ଅନେକ ରେକର୍ଡ ଭାଙ୍ଗିଛି । କେବଳ ଏତିକି ନୁହେଁ ଏହି ଫିଲ୍ମଟି ଅଷ୍ଟ୍ରେଲିଆରେ ପ୍ରାୟ ୫ କୋଟି ଓ ଆମେରିକାରେ ପ୍ରାୟ ୬.୫୦ କୋଟି ଟଙ୍କା ବ୍ୟବସାୟ କରିଛି ।

5/5

ପଠାନ ତାମିଲ ଓ ତେଲୁଗୁ ଭାଷାରେ ମଧ୍ୟ ରିଲିଜ ହୋଇଛି । ଏହାର ତାମିଲ ଓ ତେଲୁଗୁ ଭର୍ସନ ପ୍ରଥମ ଦିନରେ ୨ କୋଟି ଟଙ୍କା ବ୍ୟବସାୟ କରିଛି । ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଶାହାରୁଖଙ୍କ ବ୍ୟତୀତ ଦୀପିକା ପାଦୁକୋନ ଓ ଜନ୍ ଅବ୍ରହାମ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି । ସଲମାନ ଖାନ ମଧ୍ୟ ଏହି ଫିଲ୍ମରେ ଏକ କ୍ୟାମୋ କରିଛନ୍ତି ।