Advertisement
photoDetails0hindi

Nayan and Wikki wedding; ସାତ ବର୍ଷ ପରେ ସାତ ଜନ୍ମର ସାଥି ହେଲେ ଅଭିନେତ୍ରୀ, ନିର୍ଦ୍ଦେଶକ

ସାତ ବର୍ଷ ରିଲେସନସିପରେ ରହିବା ପରେ ନୟନତାରା ତାଙ୍କ ପ୍ରେମିକ ତଥା ଫିଲ୍ମ ନିର୍ଦ୍ଦେଶକ ଭିଗନେଶ ଶିଭନଙ୍କୁ ବିବାହ କରିଛନ୍ତି। ଗୁରୁବାର ମବାବଳୀପୁରମର ଏକ ଆଲିସାନ ହୋଟେଲରେ ସକାଳ ସାଢେ ୮ରୁ ସେମାନଙ୍କ ବିବାହ ଉତ୍ସବ ଆରମ୍ଭ ହୋଇଥିଲା।

1/5

୨୦୧୫ରୁ ନୟନତାରା ଓ ଭିଗନେଶ ଶିଭନ (ୱିକି) ରିଲେସନରେ ଥିଲେ। ଦୀର୍ଘ ସାତ ବର୍ଷ ଧରି ସେମାନେ ଲିଭ୍ ଇନରେ ରହୁଥିଲେ। ଭିଗନେଶଙ୍କ ଦ୍ୱିତୀୟ ଫିଲ୍ମ Naanum Rowdy Dhaanର ସୁଟିଂ ସମୟରେ ଉଭୟ ପ୍ରେମର ପଡିଥିଲେ। ବର୍ତ୍ତମାନ ଭିଗନେଶଙ୍କ ଅନ୍ୟ ଏକ ପ୍ରଜେକ୍ଟରେ ନୟନତାରା କାମ କରୁଛନ୍ତି।

2/5

ନୟନତାରା ଓ ଭିଗନେଶ ଶିଭନଙ୍କ ବିବାହ ଉତ୍ସବରେ ରଜନୀକାନ୍ତ, ଶାହରୁଖ ଖାନ, ବିରୁଷ୍କା, ବିଜୟ ଥାଲାପତି ପରି ଅନେକ ସେଲିବ୍ରେଟି ସାମିଲ ହୋଇଛନ୍ତି। 

3/5

ନୟନତାରା ତାଙ୍କ ପତି ୱିକିଙ୍କ ଠାରୁ ବୟସରେ ଗୋଟିଏ ବର୍ଷ ବଡ ହେବେ। ବର୍ତ୍ତମାନ ଅଭିନେତ୍ରୀଙ୍କ ୩୭ ବର୍ଷ ବୟସ ହୋଇଥିବା ବେଳେ ଫିଲ୍ମ ନିର୍ଦ୍ଦେଶକଙ୍କୁ ୩୬ ବର୍ଷ ହୋଇଛି।

4/5

ନୟନତାରାଙ୍କ ବିବାହ ଭଜିରେ ୨୫ରୁ ଊର୍ଦ୍ଧ୍ୱ ବ୍ୟଞ୍ଜନ ରହିଛି। ଏଥିରେ ଏକାଧିକ ସାଉଥ୍ ଡିସ ରହିଥିବା ବେଳେ ପଣସ ବରିୟାନୀ ମଧ୍ୟ କରାଯାଇଛି। ବିବାହ ଉପଲକ୍ଷେ ନବଦମ୍ପତି, ତାମିଲନାଡୁର ୧୮ ହଜାର ପିଲାଙ୍କୁ ଭୋଜନ କରାଇବାର ଲକ୍ଷ୍ୟ ରଖିଛନ୍ତି।

5/5

ଦିନେ ପ୍ରଭୁଦେବା ଓ ନୟନତାରାଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ଚାଲିଥିଲା। ତେବେ ପ୍ରାୟ ଅଢେଇ ବର୍ଷ ଏକାଠି ରହିବା ପରେ ସେମାନଙ୍କ ବ୍ରେକପ୍ ହୋଇଥିବା କୁହାଯାଉଛି। ପ୍ରଭୁଦେବାଙ୍କ ବିବାହ ବିଚ୍ଛେଦ (୨୦୧୦) ପଛରେ ତାଙ୍କର ଏହି ଅନୈତିକ ସମ୍ପର୍କକୁ ଦାୟୀ କରାଯାଏ।