Ollywood News: ପୁଣି ହେଲା ବାହାଘର ! Wife ବନିଲେ ବର୍ଷା ପ୍ରିୟଦର୍ଶିନୀ
Advertisement

Ollywood News: ପୁଣି ହେଲା ବାହାଘର ! Wife ବନିଲେ ବର୍ଷା ପ୍ରିୟଦର୍ଶିନୀ

Ollywood Actress Varsha Priyadarshini: ୱାଇଫ୍ ଚଳଚ୍ଚିତ୍ରର ପୋଷ୍ଟର ଉନ୍ମୋଚିତ ଓ  ସମ୍ମାନୀତା ପ୍ରତିଭା ସମ୍ମାନ ୨୦୨୪ ଅନୁଷ୍ଠିତ ।

Ollywood News: ପୁଣି ହେଲା ବାହାଘର ! Wife ବନିଲେ ବର୍ଷା ପ୍ରିୟଦର୍ଶିନୀ

Upcoming Odia Film Wife: ବର୍ଷା ପ୍ରିୟଦର୍ଶିନୀଙ୍କ ଦ୍ୱାରା ପ୍ରତିଷ୍ଠା ହୋଇଥିବା ସମ୍ମାନୀତା ଅନୁଷ୍ଠାନର ବାର୍ଷିକ ଉତ୍ସବ ସହିତ WIFE (ୱାଇଫ)  ଓଡ଼ିଆ ଚଳଚ୍ଚିତ୍ରର ପୋଷ୍ଟର ଲଞ୍ଚ ହୋଇଛି । 

ବର୍ଷା ପ୍ରିୟଦର୍ଶିନୀ ଜଣେ ସଫଳ ଓଡ଼ିଆ ଅଭିନେତ୍ରୀ ହେବା ସହ, ଜଣେ ସମାଜସେବୀ, ଲେଖିକା, ପ୍ରଯୋଜିକା ବର୍ଷାଙ୍କର ସମ୍ମାନୀତା ଅନୁଷ୍ଠାନ ଦୀର୍ଘ ୭/୮ ବର୍ଷ ଧରି ଅନେକ ଉନ୍ନତିମୂଳକ, ଜନକଲ୍ୟାଣକାରୀ, ଜନମଙ୍ଗଳ କାର୍ଯ୍ୟ ସବୁ କରିଆସୁଛି । ଅବହେଳିତ, ଅସହାୟ, ନିଷ୍ପେଷିତ ଲୋକଙ୍କ ପାଇଁ ସମ୍ମାନୀତା ସବୁବେଳେ କାର୍ଯ୍ୟ କରିଆସୁଛି । ପାଠାଗାର ଅଭିଯାନ, ମହିଳାମାନଙ୍କ ଋତୁସ୍ରାବ ଜନିତ ସଚେତନତା, ଶିଶୁ ମାନଙ୍କର ଶିକ୍ଷା ଓ ବିକାଶମୂଳକ କାର୍ଯ୍ୟ, ଦିବ୍ୟାଙ୍ଗ ମାନଙ୍କୁ ମୁଖ୍ୟସ୍ରୋତରେ ଆଣିବା ପ୍ରୟାସ, ଵୃଦ୍ଧାଶ୍ରମରେ ଥିବା ଗୁରୁଜନଙ୍କ ମୁହଁ ରେ ହସ ଫୁଟାଇବା, ସାମାଜିକ, ଗଣମାଧ୍ୟମ ର ଅପବ୍ୟବହାର ଉପରେ ସଚେତନତା, ବିଭିନ୍ନ ସଚେତନତାମୂଳକ କର୍ମଶାଳା, ବିଭିନ୍ନ ପ୍ରକାର ପ୍ରତିଯୋଗିତା ଏବଂ ପ୍ରତିଭାବାନ ଲୋକଙ୍କୁ ସୁଯୋଗ ଦେବା ଦିଗରେ ଅନେକ କାର୍ଯ୍ୟ କରିଆସୁଅଛି ବର୍ଷା ଙ୍କର ସମ୍ମାନୀତା । ସବୁଥର ପରି ଏଥର ମଧ୍ୟ ସମ୍ମାନୀତା ପାଳନ କରୁଛି ପ୍ରତିଭାର ସମ୍ମାନ ୨୦୨୪ । କେବଳ ମହିଳା ନୁହେଁ, ବିଭିନ୍ନ କ୍ଷେତ୍ରରେ ସୁନାମ ଅର୍ଜନ କରିଥିବା, ପ୍ରତିଷ୍ଠା ଲାଭ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ 'ସମ୍ମାନୀତା' ଅନୁଷ୍ଠାନ ସମ୍ମାନିତ କରିଥିଲା । ତା'ସହ ବର୍ଷାଙ୍କର ଆଗାମୀ ଚଳଚ୍ଚିତ୍ର 'WIFE' (ୱାଇଫ) ର ପୋଷ୍ଟର ଲଞ୍ଚ କରାଗଲା ।

ଏହି କାର୍ଯ୍ୟକ୍ରମରେ ରାଜ୍ୟସଭା ସାଂସଦ ତଥା ଅଭିନେତା ମୁନ୍ନା ଖାଁ ଯୋଗଦେଇଥିଲେ । ଏଥିସହ ବରିଷ୍ଠ ଆଇନଜୀବୀ ସୌରଚନ୍ଦ୍ର ମହାପାତ୍ର ସମ୍ମାନିତ ହୋଇଥିଲେ । ମେଘନା ମିଶ୍ର, ସନଲିସା ପଟେଲ, ସଙ୍ଗୀତା ସାହୁ , ପ୍ରେରଣା, ରୁମଝୁମ, ନିଦ୍ଧି ଗର୍ଗ  ଓ ଅନେକ ସମାଜସେବୀ, ପ୍ରତିଷ୍ଠିତ ବ୍ୟକ୍ତି ମାନେ ସମ୍ମାନିତ ହୋଇଥିଲେ । ନିଜର କମେଡି ଅନ୍ଦାଜରେ ଲୋକଙ୍କର ଅତିପ୍ରିୟ ହୋଇଥିବା ୟୁଟୁବର ରାଜୁ ଦାସ, ପ୍ରମୁଖ ଯୁବ କଳାକାର ହିସାବରେ ସମ୍ମାନିତ ହୋଇଥିଲେ । ମଞ୍ଚ ପରିଚାଳନା କରିଥିଲେ ବିଜୟ ମଲ୍ଲ । ବିଜୟ କାଣ୍ଡୋଇ, ବବି ଇସଲାମ, ରାଜ ରାଜେଶ, ଜୟଜିତ, ଲିପ୍ସା ମିଶ୍ର, ସୁଜାତା କର, ବାପୁ ଲେଙ୍କା ଅନେକ ବ୍ୟକ୍ତି ବିଶେଷ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । ସମ୍ମାନୀତାର ଉପସଭାପତି ବନାନୀ ଦଳେଇ ସମସ୍ତ ଦାୟିତ୍ୱ ରେ ଥିଲେ । SCB ମେଡିକାଲର ଆସିଷ୍ଟାଣ୍ଟ ପ୍ରଫେସର ଡାକ୍ତର ପ୍ରଶାନ୍ତ ପରିଡା ଏବଂ Sofy ର ପରିଚାଳକ ଅବିନାଶ ତ୍ରିପାଠୀ କାର୍ଯ୍ୟକ୍ରମରେ ବିଶେଷ ସାହାଯ୍ୟ କରିଥିଲେ । ସମ୍ମାନୀତାର ବରିଷ୍ଠ ସଭ୍ୟ ସୁଜୟ ସରକାର, ରିଙ୍କୁ, ମିହିର ଦାସ, ପ୍ରଶାନ୍ତ ବେହେରା, ବିଶ୍ୱରଞ୍ଜନ ମିଶ୍ର କାର୍ଯ୍ୟକ୍ରମର ଦାୟିତ୍ୱ ବହନ କରିଥିଲେ । ବର୍ଷାଙ୍କର ଏହି ଅନୁଷ୍ଠାନ ଗଢି ତାଙ୍କର ସମାଜ ପ୍ରତି ଥିବା ଭଲ ପାଇବାକୁ ସମସ୍ତେ ପ୍ରଶଂସା କରିଥିଲେ ।

Also Read- Weather News: ୪୦ ଡିଗ୍ରୀ ଛୁଇଁଲା ୮ଟି ସହର ତାପମାତ୍ରା, ଆଗକୁ ଅସହ୍ୟ...

Also Read- Ollywood News: ନୂଆ ଓଡ଼ିଆ ଚଳଚ୍ଚିତ୍ର "ସିନ୍ଦୁରା" ଏପ୍ରିଲ ୫ରେ ଶୁଭମୁକ୍ତି