Odia Entertainment: କୋଡିଏ ବର୍ଷ ପରେ ପୁଣି ଫେରିଛି ତୁଳସୀ
Advertisement
Article Detail0/zeeodisha/odisha2050083

Odia Entertainment: କୋଡିଏ ବର୍ଷ ପରେ ପୁଣି ଫେରିଛି ତୁଳସୀ

Odia Entertainment: ସନ୍ଧ୍ୟା ହେଲେ ଗାଁ ଦାଣ୍ଡ ଶୂନସାନ୍ ହେଇଯାଉଥିଲା l ତୁଳସୀ ତୁଳସୀ ଗୀତଟି କାନରେ ଶୁଭିଲେ ଛୋଟ ଛୁଆ ଠାରୁ ବୋହୂ, ଆଈ ପର୍ଯ୍ୟନ୍ତ ସମସ୍ତେ ଟିଭି ସାମ୍ନାରେ ବସି ପଡୁଥିଲେ l ଟାଇଟେଲ ଗୀତଟି ଦେହକୁ ଶୀତେଇ ଦେଉଥିଲା l ଶୈଳଭାମା ମହାପାତ୍ରଙ୍କ କଣ୍ଠର ଯାଦୁ ସମସ୍ତ ଦର୍ଶକଙ୍କ ମନରେ ଗୁଣୁଗୁଣୁ ଶୁଭୁଥିଲା l

Odia Entertainment: କୋଡିଏ ବର୍ଷ ପରେ ପୁଣି ଫେରିଛି ତୁଳସୀ

Odia Entertainment: ସନ୍ଧ୍ୟା ହେଲେ ଗାଁ ଦାଣ୍ଡ ଶୂନସାନ୍ ହେଇଯାଉଥିଲା l ତୁଳସୀ ତୁଳସୀ ଗୀତଟି କାନରେ ଶୁଭିଲେ ଛୋଟ ଛୁଆ ଠାରୁ ବୋହୂ, ଆଈ ପର୍ଯ୍ୟନ୍ତ ସମସ୍ତେ ଟିଭି ସାମ୍ନାରେ ବସି ପଡୁଥିଲେ l ଟାଇଟେଲ ଗୀତଟି ଦେହକୁ ଶୀତେଇ ଦେଉଥିଲା l ଶୈଳଭାମା ମହାପାତ୍ରଙ୍କ କଣ୍ଠର ଯାଦୁ ସମସ୍ତ ଦର୍ଶକଙ୍କ ମନରେ ଗୁଣୁଗୁଣୁ ଶୁଭୁଥିଲା l "ତୁଳସୀ ତୁଳସୀ, ଆମ ଅଗଣାର ତୁଳସୀ, ସେ ତ ଦୁଇ ପତରରୁ ବାସୁଅଛି।

ଓଡିଆ ଟେଲିଭିଜନ ଦୁନିଆରେ ପ୍ରଥମଥର ପାଇଁ ଇତିହାସ ସୃଷ୍ଟି କରିବାକୁ ଯାଉଛି କଲର୍ସ ଓଡ଼ିଆ ଚ୍ୟାନେଲ l ଦୀର୍ଘବର୍ଷ ଧରି ଈଟିଭି ଓଡ଼ିଆ ଚ୍ୟାନେଲ ରେ ପ୍ରସାରିତ ହୋଇଥିବା ଧାରାବାହିକ ତୁଳସୀ ପୁଣି ଥରେ ଦର୍ଶକ ଙ୍କ ମନୋରଞ୍ଜନ ପାଇଁ ପ୍ରସାରିତ ହେଉଛି l ପ୍ରତିଟି ଓଡ଼ିଆ ଦର୍ଶକ ଙ୍କ ମନରେ ଘର କରିଥିଲା ତୁଳସୀ l ଧାରାବାହିକ ତୁଳସୀ ବନ୍ଦ ହେବା ଦିନଠୁ ଆଜି ପର୍ଯ୍ୟନ୍ତ ମନରୁ ପାଶୋରି ପାରି ନାହାଁନ୍ତି ଦର୍ଶକ l ଦର୍ଶକଙ୍କ ସେଇ ଭାବାବେଗକୁ ଲକ୍ଷ୍ୟ କରି କଲର୍ସ ଓଡ଼ିଆ ଚ୍ୟାନେଲ ର ମୁଖ୍ୟ ସାଇନି କୋଡିଏ ବର୍ଷ ତଳର ଫର୍ଦ୍ଦକୁ ପୁଣି ଥରେ ଦର୍ଶକ ଙ୍କ ପାଖକୁ ପହଞ୍ଚାଇବାକୁ ଚେଷ୍ଟା କରିଛନ୍ତି l

ଗତ ରବିବାର ସନ୍ଧ୍ୟାରେ ଭୁବନେଶ୍ୱର ସ୍ଥିତ ହୋଟେଲ ଶୀତଲ ଠାରେ ତୁଳସୀ ଧାରାବାହିକ ର ସମସ୍ତ କଳାକାର ଟେକ୍ନିସିଆନ୍ସ ଓ କର୍ମଚାରୀଙ୍କୁ ଏକାଠି କରି ପୁରୁଣା ସ୍ମୃତିକୁ ମନେପକାଇବା ପାଇଁ ଏକ ମିଳନ ପର୍ବ ଅନୁଷ୍ଠିତ ହୋଇଥିଲା l କଳାକାରମାନଙ୍କ ମଧ୍ୟରେ ମୁଖ୍ୟ ନାୟିକା ଈପସିତା ମହାନ୍ତି, ସୋମେଶ ମହାନ୍ତି, ଅଶୋକ ଦାଶ, ଜୀନା, ହର ରଥ, ସୋମା ଭୌମିକ, ଅଭିନଵ ସିଂ, ବେବି ପ୍ରଧାନ, ବିନାୟକ ମିଶ୍ର, ଏଲି ପାଢ଼ୀ, ଏଲିନା ରାଉତ, ଉପାସନାଙ୍କ ସମେତ ଆହୁରି ଅନେକ କଳାକାର, ଟେକ୍ନିସିଆନ୍ସ ମାନଙ୍କ ମଧ୍ୟରେ ବରିଷ୍ଠ କ୍ୟାମେରାମ୍ୟାନ ଦିଲ୍ଲୀପ ରାୟ, ଫୁକୁ ଭାଇ, ସାଉଣ୍ଡ ଇଞ୍ଜିନିଅର ମାନସ ବେହେରା, ବରିଷ୍ଠ ନିର୍ଦ୍ଦେଶକ ସୁବ୍ରତ ନାୟକ ଏବଂ ତାଙ୍କ ପୁରୁଣା ଟିମ୍ , କଣ୍ଠଶିଳ୍ପୀ ଶୈଳଭାମା, ପ୍ରଯୋଜକ ସ୍ବର୍ଗତ ସୁବାଷ ରାଉତ ଙ୍କ ସୁପୁତ୍ର ଯୁବ ପ୍ରଯୋଜକ ସନ୍ଦୀପ ରାଉତ (ବାବୁନା), ଉପଦେଷ୍ଟା ପ୍ରମିଳା ରାଉତଙ୍କ ସହିତ ଈଟିଭି ଓଡ଼ିଆ ଚ୍ୟାନେଲ ର ପୂର୍ବତନ ମୁଖ୍ୟ କାର୍ଯ୍ୟନିର୍ବାହୀ ପ୍ରଯୋଜକ ଶ୍ରୀଯୁକ୍ତ ସଞ୍ଜୟ ପାଠକ, ପ୍ରଯୋଜକ ସତ୍ୟ ରଥ, ସହ ପ୍ରଯୋଜକ ପ୍ରଣୟ ଜେଠୀ ପ୍ରମୁଖ ସାମିଲ ହୋଇଥିଲେ l ଶ୍ରୀଯୁକ୍ତ ପାଠକ କାର୍ଯ୍ୟନିର୍ବାହୀ ପ୍ରଯୋଜକ ଭାବରେ ସବୁ ସ୍ମୃତି ବଖାଣି ଥିଲେ l ନିର୍ଦ୍ଦେଶକ ସୁବ୍ରତ ନାୟକ ତୁଳସୀ ଧାରାବାହିକ ମାଧ୍ୟମରେ ଅନେକ କଳାକାର ସୃଷ୍ଟି କରିଥିଲେ ଯେଉଁମାନେ ବର୍ତ୍ତମାନ ସମୟର ଜଣେ ଜଣେ ତାରକା l

ଉପସ୍ଥିତ ପ୍ରତ୍ୟେକ ୟୁନିଟ ର ବ୍ୟକ୍ତି ବିଶେଷ ନିଜ ନିଜ ଅନୁଭୂତି ବଖାଣି ଥିଲେ lତେବେ ଓଡ଼ିଆ ଦର୍ଶକ ପୁଣି ଥରେ କୋଡିଏ ବର୍ଷ ତଳର ସେଇ ବହୁ ଲୋକପ୍ରିୟ ମେଗା ଧାରାବାହିକ ତୁଳସୀ କଲର୍ସ ଓଡ଼ିଆ ଚ୍ୟାନେଲ ରେ ପ୍ରତ୍ୟେକ ସୋମବାର ରୁ ଶନିବାର ପର୍ଯ୍ୟନ୍ତ ସନ୍ଧ୍ୟା ୫ ଘଟିକାରୁ ୬ ଘଟିକା ଏକଘଣ୍ଟା ଯାଏଁ ଦେଖିପାରିବେ l କଲର୍ସ ଓଡ଼ିଆ ଟିଆରପି ପାଇଁ ନୁହେଁ ବରଂ ଲୋକଙ୍କ ଭାବାବେଗ କୁ ଧ୍ୟାନ ରଖି ତୁଳସୀ ପୁନଃ ପ୍ରସାରଣ ପାଇଁ ନିଷ୍ପତ୍ତି ନେଇଛନ୍ତି l

Also Read: Rakul Jackky Marriage: ମିସେସ୍ ଭାଗ୍‌ନାନୀ ହେବେ ରକୁଲ୍‌ ପ୍ରୀତ୍ ସିଂ, ଏହି ଦିନ ପଡ଼ିବ ହାତଗଣ୍ଠି!