Ollywood News: ରିଲିଜ୍ ହେଲା "ପ୍ରଥା", ପୂର୍ବ-ପଶ୍ଚିମ ସବୁଠି ହାଉସଫୁଲ
Advertisement
Article Detail0/zeeodisha/odisha1942806

Ollywood News: ରିଲିଜ୍ ହେଲା "ପ୍ରଥା", ପୂର୍ବ-ପଶ୍ଚିମ ସବୁଠି ହାଉସଫୁଲ

Ollywood news: ଭୁବନେଶ୍ୱର ସ୍ଥିତ ସ୍ଵାତି ସିନେପ୍ଲେକ୍ସରେ ପ୍ରଦର୍ଶିତ ହୋଇଥିବା ପ୍ରିମିଅର ଶୋ' ରେ ନିମନ୍ତ୍ରିତ ଅତିଥି ଦର୍ଶକ ତଥା ସିନେ ଜଗତର ନାମୀ କଳାକାର, ନିର୍ଦ୍ଦେଶକ ଓ ପ୍ରଯୋଜକମାନେ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସିନେମାଟିକୁ ଦେଖିଥିଲେ l ମୁମ୍ବାଇ ନାୟିକା ସିମ୍ରନ କୌର ଏବଂ ନାୟକ ସ୍ୱରାଜ ମଧ୍ୟ ପ୍ରିମିଅର ଶୋ' ରେ ଯୋଗଦେଇଥିଲେ l

Ollywood News: ରିଲିଜ୍ ହେଲା "ପ୍ରଥା", ପୂର୍ବ-ପଶ୍ଚିମ ସବୁଠି ହାଉସଫୁଲ

Ollywood news: ବହୁ ପ୍ରତିକ୍ଷୀତ ବିଗ ବଜେଟର ଓଡ଼ିଆ ଚଳଚ୍ଚିତ୍ର "ପ୍ରଥା" ଓଡ଼ିଶାର ୪୮ ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି l ତେବେ ଭୁବନେଶ୍ୱର ସ୍ଥିତ ସ୍ଵାତି ସିନେପ୍ଲେକ୍ସରେ ପ୍ରଦର୍ଶିତ ହୋଇଥିବା ପ୍ରିମିଅର ଶୋ' ରେ ନିମନ୍ତ୍ରିତ ଅତିଥି ଦର୍ଶକ ତଥା ସିନେ ଜଗତର ନାମୀ କଳାକାର, ନିର୍ଦ୍ଦେଶକ ଓ ପ୍ରଯୋଜକମାନେ ଉପସ୍ଥିତ ରହି ସମ୍ପୂର୍ଣ୍ଣ ସିନେମାଟିକୁ ଦେଖିଥିଲେ l ମୁମ୍ବାଇ ନାୟିକା ସିମ୍ରନ କୌର ଏବଂ ନାୟକ ସ୍ୱରାଜ ମଧ୍ୟ ପ୍ରିମିଅର ଶୋ' (premiere show) ରେ ଯୋଗଦେଇଥିଲେ l ପ୍ରଯୋଜିକା ସନଲିଶା ପଟେଲ, ନିର୍ଦ୍ଦେଶକ କେ. ମୁରଲୀକ୍ରିଷ୍ଣା, ଅଭିନେତା କୁନା ତ୍ରିପାଠୀ, ପ୍ରଯୋଜକ ଅକ୍ଷୟ ପରିଜା, ସଚ୍ଚିକାନ୍ତ ଜେନା, ଗଙ୍ଗାଧର ରେଡ୍ଡୀ, ଅରୁଣ ମହାନ୍ତି, ପ୍ରଣୟ ଜେଠୀ, ଜ୍ୟୋତି ମହାନ୍ତି, ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ ଆନନ୍ଦ, ଅଭିନେତା ପାର୍ଥ ସାରଥୀ ରାୟ, ଡିସ୍କୋ, ରବି ମିଶ୍ର, ନିର୍ଦ୍ଦେଶକ ଅଶୋକ ପତି, ସୁଧାକର ବସନ୍ତ ପ୍ରମୁଖ ପ୍ରିମିଅର ଶୋ' ଦେଖିଥିଲେ l

ସନଲିଶା ସିଗନେଚର ଫିଲ୍ମସ ବ୍ୟାନର ତଥା ପଶ୍ଚିମ ଓଡ଼ିଶାର ଝିଅ ସନଲିଶା ପଟେଲଙ୍କ ଦ୍ୱାରା ପ୍ରଯୋଜିତ ହୋଇଥିବା ଚଳଚ୍ଚିତ୍ର "ପ୍ରଥା" ରେ ସ୍ୱରାଜ ବାରିକଙ୍କ ଦମଦାର ଆକ୍ସନ ସହିତ ଦୁଇ ନାୟିକାଙ୍କୁ ନେଇ ହୋଇଥିବା ଡ୍ରାମା, ଗୀତ ଦର୍ଶକଙ୍କୁ ବେଶ ଆନନ୍ଦ ଦେବ l ଅନେକ ହିଟ ଚଳଚ୍ଚିତ୍ରର ନିର୍ଦ୍ଦେଶକ କେ.ମୁରଳୀକ୍ରିଷ୍ଣା ଙ୍କ ବଳିଷ୍ଠ ନିର୍ଦ୍ଦେଶନା ପାଇଁ ସିନେ ପ୍ରେମୀ ନିଶ୍ଚିତ ପ୍ରେକ୍ଷାଳୟ ମୁହାଁ ହେବେ l ଯୁବ ସଙ୍ଗୀତ ନିର୍ଦ୍ଦେଶକ ଅସଦ ନିଜାମଙ୍କ ଗୀତର ସ୍ୱର ଏବଂ ଆଗ ଧାଡିର କଣ୍ଠଶିଳ୍ପୀଙ୍କ ସ୍ୱରର ଯାଦୁ ସବୁ ଦର୍ଶକ ଓ ଶ୍ରୋତା ଗୁଣୁଗୁଣୁ ହେବେ ଏବଂ ନାଚିବେ ଝୁମିବେ ମଧ୍ୟ l ଓଲିଉଡ଼ ସମେତ ମୁମ୍ବାଇ, ଦିଲ୍ଲୀ, ପଞ୍ଜାବର ଅଭିନେତା ଓ ଅଭିନେତ୍ରୀଙ୍କୁ ନେଇ ତିଆରି ହୋଇଥିବା ପ୍ରଥାର କାହାଣୀ ଏପରି ଅନ୍ଧାରଠୁ ଦୂରେଇ ଆଲୋକ ପ୍ରଦାନ କରିବା ଉଦ୍ଦେଶ୍ୟରେ ଦିୱାଲୀ ଉପଲକ୍ଷେ ମୁକ୍ତିଲାଭ କରିଛି l

ସୁଦୂର କୋରାପୁଟର ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ବିଭିନ୍ନ ପର୍ଯ୍ୟଟନ ସ୍ଥାନ ତଥା ଦିଲ୍ଲୀ ଏବଂ ପଞ୍ଜାବ ଭଳି ସ୍ଥାନ ମାନଙ୍କରେ ସୁଟିଂ ହୋଇଛି ପ୍ରଥା l ପଲ୍ଲୀରୁ ଦିଲ୍ଲୀ ପର୍ଯ୍ୟନ୍ତ ଆମ ଓଡ଼ିଆ ପରମ୍ପରାକୁ ଚିତ୍ରଣ କରି ସମସ୍ତ ଦର୍ଶକଙ୍କୁ ଦେଖାଇବାର ପ୍ରୟାସ କରିଛନ୍ତି ପ୍ରଯୋଜିକା ସନଲିଶା l ମୁଖ୍ୟ ଚରିତ୍ରରେ ଥିବା ନାୟକ ସ୍ୱରାଜ ବାରିକ, ସୁନ୍ଦରୀ ଶୀତଲ ପାତ୍ର ଏବଂ ମୁମ୍ବାଇ ର ସିମ୍ରନ କୌରଙ୍କ ସମେତ ଅଭିନେତା ଚୌଧୁରୀ ବିକାଶ ଦାସ, ଜୟ ପ୍ରକାଶ ଦାସ, ବବି ମିଶ୍ର, ରବି ମିଶ୍ର, ଡିସ୍କୋ ରେଡ୍ଡୀ, ଇଲୁ ବାନାର୍ଜୀଙ୍କ ବଳିଷ୍ଠ ଅଭିନୟ ସମସ୍ତ ଦର୍ଶକଙ୍କୁ ବେଶ ଆମୋଦ ଯୋଗାଇବ l ଓଡ଼ିଆ ସିନେମା ଶିଳ୍ପକୁ ବଞ୍ଚେଇବାକୁ ଅଭିଯାନ ଚଳାଇଥିବା ମିଡ଼ିଆ ପ୍ଲାନରର କ୍ରି୍ଏଟିଭ ହେଡ଼ ପ୍ରଣୟ ଜେଠୀ ପ୍ରଥା ସିନେମାକୁ ନେଇ ବେଶ ଚର୍ଚ୍ଚା କରିଛନ୍ତି ଏବଂ ସମସ୍ତ ଓଡ଼ିଆଙ୍କୁ ପ୍ରଥା ଚଳଚ୍ଚିତ୍ର ଦେଖିବାକୁ ଅନୁରୋଧ କରିଛନ୍ତି l

Also Read- ଭାରତରେ ପ୍ରଥମେ କେବେ ତିଆରି କରାଯାଇଥିଲା ଧନିଆ ଚଟଣି ? ଜାଣନ୍ତୁ ପୂରା କାହାଣୀ

Also Read- ଶାଗ ଭିତରେ ରାଜା ଏହି ଶାଗ, ପାଳଙ୍ଗ ଓ ସୋରିଷ ଠାରୁ ବି ହଜାରେ ଗୁଣ ଅଧିକ ଶକ୍ତିଶାଳୀ