KGF-2; ଇଦ୍ ଅବସରରେ କରିବ ନୂଆ ରେକର୍ଡ
Advertisement
Article Detail0/zeeodisha/odisha1172975

KGF-2; ଇଦ୍ ଅବସରରେ କରିବ ନୂଆ ରେକର୍ଡ

କେଜିଏଫ ଚାପ୍ଟର ୨ (KGF Chapter 2) ୧୦୦୦ କୋଟିରୁ ବି ଅଧିକ କଲେକସନ କରିସାରିଲାଣି । ୧୦୦୦ କୋଟିରୁ ଅଧିକ ଆୟ କରିଥିବା ଏହା ଚତୁର୍ଥ ଭାରତୀୟ ଫିଲ୍ମ । ପ୍ରଭାସ ଙ୍କ ଫିଲ୍ମ 'ବାହୁବଲୀ ୨' , ଆମିର ଖାନ (Aamir Khan)ଙ୍କ ଫିଲ୍ମ 'ଦଙ୍ଗଲ'ଏବଂ ଏସଏସ ରାଜାମୌଲି ଙ୍କ ଫିଲ୍ମ 'ଆରଆରଆର' ପରେ କେଜିଏଫ ଚାପ୍ଟର ୨୧୦୦୦ କୋଟି ଆୟ କରିବା ସହ ଚତୁର୍ଥ ସବୁଠୁ ଅଧିକ ଆୟ କରିଥିବା ଫିଲ୍ମ ଲିଷ୍ଟରେ ସାମିଲ ହୋଇସାରିଛି ।

KGF-2; ଇଦ୍ ଅବସରରେ କରିବ ନୂଆ ରେକର୍ଡ

ନୂଆଦିଲ୍ଲୀ: ସୁପରଷ୍ଟାର ୟଶ (Yash)ଙ୍କ ଫିଲ୍ମ କେଜିଏଫ ଚାପ୍ଟର ୨ (KGF Chapter 2) ୱାର୍ଲୱାଇଡ ଭଲ କଲେକସନ କରୁଛି । ବକ୍ସ ଅଫିସରେ ଫିଲ୍ମର ସୁନାମୀ ଏବେ ବି ଜାରି ରହିଛି । ଏପ୍ରିଲ ୧୪ରେ ରିଲିଜ ହୋଇଥିଲା ଫିଲ୍ମ ।ବିଭିନ୍ନ ଭାଷାରେ ଏହି ଫିଲ୍ମକୁ ରିଲିଜ କରିଥିଲେ ନିର୍ଦ୍ଦେଶକ ପ୍ରଶାନ୍ଥ ନୀଲ (Prashanth Neel) । ହେଲେ ଏହି ଫିଲ୍ମର ହିନ୍ଦୀ ଭର୍ସନ ବହୁ ବଡ଼ ବଡ଼ ସୁପରଷ୍ଟାରଙ୍କ ଫିଲ୍ମକୁ ଖୁବ କମ୍ ଦିନରେ ପଛରେ ପକାଇଦେଇଛି । ଏବେ  ୪୦୦ କୋଟି ମୁହାଁ ସୁପରଷ୍ଟାର ୟଶଙ୍କ ଏହି ଫିଲ୍ମ  ।  

ପୁଣି ନୂଆ ରେକର୍ଡ କରିବ KGF 2

 ଟ୍ରେଡ୍ ଆନାଲିଷ୍ଟ ତରଣ ଆଦର୍ଶ (Taran Adarsh) ସୋସିଆଲ ମିଡିଆରେ କେଜିଏଫ ଚାପ୍ଟର ୨ (KGF Chapter 2) ଫିଲ୍ମର ବକ୍ସ ଅଫିସ କଲେକସନର ସୂଚନା ସେୟାର କରିଛନ୍ତି । ସେ ଟ୍ୱିଟ କରି ଜଣାଇଛନ୍ତି ଯେ ବକ୍ସ ଅଫିସର ଏହି ଫିଲ୍ମର ଗତି ଥମିବାର ନାଁ ନେଉନାହିଁ । ଇଦ୍ ଅବସରରେ ଏହି ଫିଲ୍ମ ଆହୁରି ଦମଦାର କଲେକସନ କରିବ । ଏହି ଫିଲ୍ମର କେବଳ ହିନ୍ଦୀ ଭର୍ସନ ୩୭୩.୩୩ କୋଟି ଟଙ୍କା ଆୟ କରିସାରିଲାଣି ।  ସାରା ଦୁନିଆରେ ରକି ଭାଇଙ୍କ ଜଲୱା ଦେଖିବାକୁ ମିଳୁଛି । ତରଣ ଆଦର୍ଶଙ୍କ ସୂଚନା ଅନୁସାରେ ଏହି ଫିଲ୍ମ ରିଲିଜର ତୃତୀୟ ସପ୍ତାହରେ ଶୁକ୍ରବାର ୪.୨୫ କୋଟି ଟଙ୍କା , ଶନିବାର ୭.୨୫ କୋଟି ଟଙ୍କା , ରବିବାର ୯.୨୭ କୋଟି ଟଙ୍କା  କଲେକସନ କରିସାରିଛି । ଗ୍ଲୋବାଲି କେଜିଏଫ ଚାପ୍ଟର ୨ (KGF Chapter 2) ୧୦୦୦ କୋଟିରୁ ବି ଅଧିକ କଲେକସନ କରିସାରିଲାଣି ।

 

୧୦୦୦ କୋଟିରୁ ଅଧିକ ଆୟ କରିଥିବା ଏହା ଚତୁର୍ଥ ଭାରତୀୟ ଫିଲ୍ମ । ପ୍ରଭାସ (Prabhas)ଙ୍କ ଫିଲ୍ମ 'ବାହୁବଲୀ ୨' (Baahubali 2: The Conclusion) , ଆମିର ଖାନ (Aamir Khan)ଙ୍କ ଫିଲ୍ମ 'ଦଙ୍ଗଲ' (Dangal)ଏବଂ ଏସଏସ ରାଜାମୌଲି (S. S. Rajamouli)ଙ୍କ ଫିଲ୍ମ 'ଆରଆରଆର' (RRR) ପରେ କେଜିଏଫ ଚାପ୍ଟର ୨ (KGF Chapter 2) ୧୦୦୦ କୋଟି ଆୟ କରିବା ସହ ଚତୁର୍ଥ ସବୁଠୁ ଅଧିକ ଆୟ କରିଥିବା ଫିଲ୍ମ ଲିଷ୍ଟରେ ସାମିଲ ହୋଇସାରିଛି ।

Also Read: ଦୀର୍ଘ ବର୍ଷ ପରେ ଏକାଠି ହେଲେ ସାରା-କାର୍ତ୍ତିକ, ଫିଲ୍ମ ରିଲିଜ ପୂର୍ବରୁ ହୋଇଥିଲା ବ୍ରେକଅପ୍

OTTରେ ରିଲିଜ ହେବ କେଜିଏଫ ଚାପ୍ଟର ୨ 

ସୁପରଷ୍ଟାର ୟଶଙ୍କ  କେଜିଏଫ ଚାପ୍ଟର ୨ (KGF Chapter 2) ଖୁବଶୀଘ୍ର ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଯାଉଛି । ଓଟିଟି ପ୍ଲାଟଫର୍ମ ଆମାଜନ ପ୍ରାଇମ ଭିଡିଓ (Amazon Prime Video) ରେ ରିଲିଜ ହେବ ଏହି ଫିଲ୍ମ । ରିପୋର୍ଟ ଅନୁସାରେ ଏହି ଫିଲ୍ମର ଡିଜିଟାଲ ରାଇଟ୍ସ ଆମାଜନ ପ୍ରାଇମ ଭିଡିଓ (Amazon Prime Video) କିଣି ସାରିଛି । ଡିଜିଟାଲ ପ୍ଲାଟଫର୍ମରେ ଏହି ଫିଲ୍ମ ହିନ୍ଦୀ , କନ୍ନଡ , ତେଲୁଗୁ , ମଲୟାଲମ ଏବଂ ତାମିଲ ଭାଷାରେ ରିଲିଜ ହେବ । ମଇ ୨୭ ତାରିଖରେ ଏହି ଫିଲ୍ମ ଆମାଜନ ପ୍ରାଇମ ଭିଡିଓ (Amazon Prime Video)ରେ ରିଲିଜ ହେବ ବୋଲି ଜଣାପଡ଼ିଛି । 

Also Read: ୱିକିପିଡିଆରେ The Kashmir Filesକୁ ନେଇ ଭୁଲ ତଥ୍ୟ; ଭଡ଼କିଲେ ବିବେକ, କହିଲେ ଶୀଘ୍ର ଏଡିଟ୍ କର

ରିଲିଜ ପୂର୍ବରୁ ମଧ୍ୟ ୟଶଙ୍କ ଏହି ଫିଲ୍ମ ଟିକେଟ ଆଡଭାନ୍ସ ବୁକିଂରେ ସମସ୍ତ  ରେକର୍ଡକୁ ଭାଙ୍ଗି ଦେଇଛି । ଫିଲ୍ମର ଚାପ୍ଟର ୱାନରୁ ହିଁ ଦେଶବିଦେଶର ଦର୍ଶକଙ୍କ ୟଶଙ୍କ ଦିୱାନା ହୋଇଥିଲେ । ୟଶଙ୍କ ସହ ଚାପ୍ଟର ୨ରେ ସଞ୍ଜୟ ଦତ୍ତ (Sanjay Dutt) ଙ୍କ ଅଧିରା ଅବତାର ମଧ୍ୟ ସିନେମା ଘରେ ଧୁମ୍ ମଚାଉଛି । ଏହି ଫିଲ୍ମରେ  ରବୀନା ଟଣ୍ଡନ (Raveena Tandon) ଏବଂ  ପ୍ରକାଶ ରାଜ (Prakash Raj) ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିଛନ୍ତି ।କେଜିଏଫ ଚାପ୍ଟର ୨ (KGF Chapter 2) ୧୦୦୦ କୋଟିରୁ ବି ଅଧିକ କଲେକସନ କରିସାରିଲାଣି । ୧୦୦୦ କୋଟିରୁ ଅଧିକ ଆୟ କରିଥିବା ଏହା ଚତୁର୍ଥ ଭାରତୀୟ ଫିଲ୍ମ । ପ୍ରଭାସ ଙ୍କ ଫିଲ୍ମ 'ବାହୁବଲୀ ୨' , ଆମିର ଖାନ (Aamir Khan)ଙ୍କ ଫିଲ୍ମ 'ଦଙ୍ଗଲ'ଏବଂ ଏସଏସ ରାଜାମୌଲି ଙ୍କ ଫିଲ୍ମ 'ଆରଆରଆର' ପରେ କେଜିଏଫ ଚାପ୍ଟର ୨୧୦୦୦ କୋଟି ଆୟ କରିବା ସହ ଚତୁର୍ଥ ସବୁଠୁ ଅଧିକ ଆୟ କରିଥିବା ଫିଲ୍ମ ଲିଷ୍ଟରେ ସାମିଲ ହୋଇସାରିଛି ।