ଫିଲ୍ମ 'ଆନନ୍ଦ'ର ହେବ ରିମେକ
Advertisement
Article Detail0/zeeodisha/odisha1189436

ଫିଲ୍ମ 'ଆନନ୍ଦ'ର ହେବ ରିମେକ

ବଲିଉଡର ଆଇକନିକ ଫିଲ୍ମ ଆନନ୍ଦ (Anand) ର ରିମେକ କରାଯିବ । ୧୯୭୧ ମସିହାରେ ଏହି ଫିଲ୍ମ ରିଲିଜ ହୋଇଥିଲା । ଏଥିରେ ଭେଟେରାନ୍ ଅଭିନେତା ରାଜେଶ ଖାନ୍ନା (Rajesh Khanna) ଏବଂ ଅମିତାଭ ବଚ୍ଚନ (Amitabh Bachchan) ଦମଦାର ଅଭିନୟ କରିଥିଲେ । ପୁଣିଥରେ ଦର୍ଶକଙ୍କୁ ମନୋରଞ୍ଜନ କରିବା ପାଇଁ ଏହି ଫିଲ୍ମ ବଡ଼ ପରଦାରେ  ପ୍ରଦର୍ଶିତ ହେବ ।

ଫିଲ୍ମ 'ଆନନ୍ଦ'ର ହେବ ରିମେକ

ନୂଆଦିଲ୍ଲୀ: ବଲିଉଡର ଆଇକନିକ ଫିଲ୍ମ ଆନନ୍ଦ (Anand) ର ରିମେକ କରାଯିବ । ୧୯୭୧ ମସିହାରେ ଏହି ଫିଲ୍ମ ରିଲିଜ ହୋଇଥିଲା । ଏଥିରେ ଭେଟେରାନ୍ ଅଭିନେତା ରାଜେଶ ଖାନ୍ନା (Rajesh Khanna) ଏବଂ ଅମିତାଭ ବଚ୍ଚନ (Amitabh Bachchan) ଦମଦାର ଅଭିନୟ କରିଥିଲେ । ପୁଣିଥରେ ଦର୍ଶକଙ୍କୁ ମନୋରଞ୍ଜନ କରିବା ପାଇଁ ଏହି ଫିଲ୍ମ ବଡ଼ ପରଦାରେ  ପ୍ରଦର୍ଶିତ ହେବ । ରିପୋର୍ଟ ଅନୁଯାୟୀ ହିନ୍ଦୀ ସିନେମାର ଭେଟେରାନ ଅଭିନେତା ରାଜେଶ ଖନ୍ନା ଆଉ ଅମିତାଭ ବଚ୍ଚନଙ୍କ ଫିଲ୍ମ ଆନନ୍ଦର ରିମେକ୍ ପ୍ରସ୍ତୁତ କରାଯାଉଛି । ଫିଲ୍ମର ରିମେକ ପାଇଁ ପ୍ରସ୍ତୁତି ଆରମ୍ଭ କରାଯିବ ସହ ଏହାର ଏବେ ସ୍କ୍ରିପ୍ଟିଂ କାମ ଚାଲୁଛି 

ଏହି ଫିଲ୍ମର ନିର୍ଦ୍ଦେଶନା କିଏ ଦେବେ ଏବଂ କିଏ ଏହି ଫିଲ୍ମରେ ଅଭିନୟ କରିବେ ସେନେଇ କୌଣସି ସୂଚନା ଦିଆଯାଇନାହିଁ । ସମୀର ରାଜ ସିପି  (Sameer Raj Sippy) ଏବଂ ବିକ୍ରମ ଖାଖର (Vikram Khakhar) ଙ୍କ ଦ୍ୱାରା ନିର୍ମିତ ହୋଇଥିଲା ଫିଲ୍ମ ଆନନ୍ଦ ।ଏହି ଫିଲ୍ମର ରିମେକ ଖବର ଶୁଣି ଦର୍ଶକ ଖୁସି ଅଛନ୍ତି ।୧୯୭୧ ମସିହାରେ ରିଲିଜ୍ ହୋଇଥିବା ଏହି ଫିଲ୍ମରେ ରାଜେଶ ଖାନ୍ନା (Rajesh Khanna) ଏବଂ ଅମିତାଭ ବଚ୍ଚନ (Amitabh Bachchan)ମୁଖ୍ୟ ଭୂମିକାରେ ଥିଲେ। ରାଜେଶ ଖାନ୍ନା ଜଣେ କ୍ୟାନ୍ସର ରୋଗୀଙ୍କ ଚରିତ୍ରରେ ଅଭିନୟ କରିଥିଲେ, ଯିଏ ଅସୁବିଧା ସତ୍ତ୍ୱେ ହସଖୁସିରେ ଜୀବନଯାପନ କରିବାକୁ ବିଶ୍ୱାସ କରୁଥିଲେ।

Also Read: Happy Birthday Nawazuddin Siddiqui : ୱାଚମ୍ୟାନରୁ ୯୬ କୋଟିର ମାଲିକ , ଏତେ ସହଜ ନଥିଲା ସଫର

ସେହିପରି ଅମିତାଭ ବଚ୍ଚନ ଫିଲ୍ମରେ ଜଣେ ଡାକ୍ତର ଭୂମିକାରେ ନଜର ଆସିଥିଲେ। ଏହି ଫିଲ୍ମଟି ଜଣେ ଏପରି ବ୍ୟକ୍ତିଙ୍କ କାହାଣୀ ବର୍ଣ୍ଣନା କରେ, ଯିଏ ମୃତ୍ୟୁ ସାମ୍ନାରେ ଥାଇ ମଧ୍ୟ ଜୀବନକୁ ଅତି ସୁନ୍ଦର ଭାବରେ ବଞ୍ଚାଇଥାଏ।ହୃଷିକେଶ ମୁଖାର୍ଜୀ (Hrishikesh Mukherjee) ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । ଫିଲ୍ମଟି  ସେହି ସମୟର ସୁପରହିଟ୍ ଫିଲ୍ମ ମଧ୍ୟରୁ ଗୋଟିଏ ଥିଲା। ଏହାକୁ ଦର୍ଶକ ଖୁବ୍ ପସନ୍ଦ କରିଥିଲେ। 'ଆନନ୍ଦ' (Anand)  ବକ୍ସ ଅଫିସରେ ୦.୯୮ କୋଟି ବ୍ୟବସାୟ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା ​।

Also Read: Cannes 2022: ବ୍ଲାକ-ଗୋଲ୍ଡ ଶାଢୀରେ ଚମକିଲେ ଦୀପିକା ପାଦୁକୋନ

ଏହି ଫିଲ୍ମରେ ଥିବା ଡାଇଲଗ ,  ରାଜେଶ ଖନ୍ନା ଏବଂ ଅମିତାଭ ବଚ୍ଚନଙ୍କ ଦମଦାର ଅଭିନୟ ସମସ୍ତେ ପସନ୍ଦ କରନ୍ତି । ଏହି ଫିଲ୍ମର ସବୁ ଡାଇଲଗ  ଗୁଲଜାର ଲେଖିଥିଲ ।  'ବାବୁ ମୋସାଇ ଜୀନ୍ଦଗୀ ବଡ଼ି ହୋନି ଚାହିୟେ ଲମ୍ବୀ ନହିଁ' 'ମୌତ ତୋ ଏକ୍ ପଲ୍ ହେ ' 'ଆନନ୍ଦ ମରା ନହିଁ , ଆନନ୍ଦ ମରତେ ନହିଁ ' ଭଳି ଡାଇଲଗକୁ ଆଜି ବି ଲୋକେ ପସନ୍ଦ କରନ୍ତି ।