ବାବୁସାନ କହିଲେ ତୋ ଗୋଡ଼ ଧରୁଛି Sorry , Love You Bye
Advertisement
Article Detail0/zeeodisha/odisha1279084

ବାବୁସାନ କହିଲେ ତୋ ଗୋଡ଼ ଧରୁଛି Sorry , Love You Bye

ସୋସିଆଲ ମିଡିଆରେ ବାବୁସାନ ଓ ପ୍ରକୃତି ମିଶ୍ର କଥା ହେଉଥିବା ନେଇ ଏକ ଅଡିଓ ବି ଭାଇରାଲ ହେବାରେ ଲାଗିଛି । ଅଡିଓରେ ପ୍ରକୃତି କାନ୍ଦିଥିବାର ଶୁଣିବାକୁ ମିଳୁଛି ଏହା ସହ ବାବୁସାନ ତାଙ୍କୁ ବୁଝାଇବାରେ ଲାଗିଛନ୍ତି। ତେବେ ଏହି ଅଡ଼ିଓ ଭାଇରାଲ କିଏ କରିଛି ତାହା ଜଣା ପଡିନାହିଁ।

ବାବୁସାନ କହିଲେ ତୋ ଗୋଡ଼ ଧରୁଛି Sorry , Love You Bye

ଭୁବନେଶ୍ୱର: ଗତ କିଛିଦିନ ତଳେ ହୋଇଥିବା ଓଲିଉଡ ଇଣ୍ଡଷ୍ଟ୍ରିର ଷ୍ଟାର କଳି କାହାକୁ ବା ଅଛପା । ରାସ୍ତାରେ ମରାମରି ପରେ ଭିଡିଓ ଉପରେ ଭିଡିଓ ଜାରି। ଆଉ ଏବେ ଚେନ୍ନାଇରୁ ବାବୁସାନ ଓ ପ୍ରକୃତି ଫେରିବା ପରେ ଶୁଣିବାକୁ ମିଳୁଛି ଭିନ୍ନ ଭିନ୍ନ କାହାଣୀ। ଶୁଣିବାକୁ ମିଳୁଛି ଯେ, ଅଭିନେତା ବାବୁସାନ ଏବେ ଘରେ ରହିବା ସହ ନିଜ ଭୁଲ ଅନୁତାପ କରୁଛନ୍ତି। ଏହାସହ ପ୍ରକୃତିଙ୍କ ବିବାହ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି। 

ହେଲେ ଏହାରି ମଧ୍ୟରେ ସୋସିଆଲ ମିଡିଆ (Social media) ରେ ବାବୁସାନ ଓ ପ୍ରକୃତି ମିଶ୍ର କଥା ହେଉଥିବା ନେଇ ଏକ ଅଡିଓ ବି ଭାଇରାଲ ହେବାରେ ଲାଗିଛି । ଅଡିଓରେ ପ୍ରକୃତି କାନ୍ଦିଥିବାର ଶୁଣିବାକୁ ମିଳୁଛି ଏହା ସହ ବାବୁସାନ ତାଙ୍କୁ ବୁଝାଇବାରେ ଲାଗିଛନ୍ତି। ତେବେ ଏହି ଅଡ଼ିଓ ଭାଇରାଲ କିଏ କରିଛି ତାହା ଜଣା ପଡିନାହିଁ। ଅଡିଓରେ ପ୍ରକୃତି କାନ୍ଦି କାନ୍ଦି ବାବୁସାନଙ୍କୁ କହୁଛନ୍ତି ତୁମକୁ କିଛି ଜଣାପଡୁନି ତୁମେ କିଛି ବୁଝିପାରୁନ, ଆଉ ଏହାର ପ୍ରତି ଉତ୍ତରରେ ବାବୁସାନ କହିଛନ୍ତି ମୁଁ ସବୁ ବୁଝୁଛି। ତୁମ ଦେହ ଭଲ ନାହିଁ ତୁମେ ଆରାମ କର । ଏହାପରେ ପ୍ରକୃତି କହିଛନ୍ତି ଲଭ ୟୁ ବାଏ...ବାବୁସାନ ବି ଏହାର ପ୍ରତି ଉତ୍ତରରେ ଲଭୟୁ ବାଏ ବୋଲି କହିଛନ୍ତି। 

Also Read: ଜେଲ୍ ଯିବେ ଦିଦି!

ତେବେ ଏହି ବାର୍ତ୍ତାଳପକୁ ନେଇ ଏବେ ଯାଏଁ କାହାର କୌଣସି ପ୍ରତିକ୍ରିୟା ମିଳିପାରିନାହିଁ। ସେପଟେ ବାବୁସାନ (Babushaan)ଙ୍କୁ ପୋଲିସ ପଚରାଉଚରା କେବେ କରିବ ସେନେଇ ମଧ୍ୟ କୌଣସି ସୂଚନା ମିଳିପାରିନାହିଁ। ଅନ୍ୟପଟେ ପ୍ରକୃତି ମିଶ୍ର ଚେନ୍ନାଇ (Chennai)ରୁ ଫେରିବା ପରେ ପୋଲିସ ପ୍ରକୃତିଙ୍କ ଘରକୁ ଯାଇ ତାହାର ବୟାନ ରେକର୍ଡ କରିଥିଲା। 

Also Read: ପିଏମ ମୋଦି ଖୁବ୍ ଶୀଘ୍ର ପୂରଣ କରିବେ ଆଉ ଏକ ପ୍ରତିଶ୍ରୁତି! ଏହାକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା

ପ୍ରକୃତିଙ୍କ ବାପା ମନ୍ମଥ ଓ ମା କୃଷ୍ଣା ମିଶ୍ରଙ୍କ ସାମ୍ନାରେ ପୋଲିସ ପ୍ରକୃତିଙ୍କ ବୟାନ ରେକର୍ଡ କରିଥିଲା। ତେବେ ବାବୁସାନଙ୍କୁ ପଚରାଉଚରା କରିବା ପୂର୍ବରୁ ବାବୁସାନ ପରିବାର ମଧ୍ୟରେ ଆପୋଷ ବୁଝାମଣା କରିବା ନେଇ ପ୍ରସ୍ତୁତ ହେଉଥିବା କଥା ସାମ୍ନାକୁ ଆସୁଛି। ତେବେ ଦେଖିବାକୁ ବାକି ରହିଲା ତୃପ୍ତି (Trupti Satapathy) ବାବୁସାନଙ୍କୁ କ୍ଷମା ଦେଉଛନ୍ତି ନା ଆଇନର ଦ୍ୱାରସ୍ଥ ହେଉଛନ୍ତି।