ମା' କହିବ କାହାକୁ? ଯିଏ ଭଲ ବାଟ ଦେଖାଏ ନା ଯେ ଖରାପ କାମକୁ ପ୍ରଶ୍ରୟ ଦିଏ
Advertisement
Article Detail0/zeeodisha/odisha1279186

ମା' କହିବ କାହାକୁ? ଯିଏ ଭଲ ବାଟ ଦେଖାଏ ନା ଯେ ଖରାପ କାମକୁ ପ୍ରଶ୍ରୟ ଦିଏ

ଏହି ଷ୍ଟାରକଳିରେ ସାମ୍ନାକୁ ଆସିଥିଲେ ପ୍ରଥମେ ଅପରାଜିତା। ଘଟଣାଦିନ ଅପରାଜିତା ଖବର ପାଇବା ପରେ ପ୍ରଥମେ ବୋହୁ ଓ ନାତିକୁ ଦେଖା କରିଥିଲେ ପରେ ବୋହୁ ସହ ପୋଲିସ ଷ୍ଟେସନ ମଧ୍ୟ ଯାଇଥିଲେ। 

ମା' କହିବ କାହାକୁ? ଯିଏ ଭଲ ବାଟ ଦେଖାଏ ନା ଯେ ଖରାପ କାମକୁ ପ୍ରଶ୍ରୟ ଦିଏ

ଭୁବନେଶ୍ୱର: ବାବୁସାନ-ପ୍ରକୃତି-ତୃପ୍ତି କଳିକୁ ନେଇ ପ୍ରତିଦିନ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଶୁଣିବାକୁ ମିଳୁଛି । ଆଇନ ତା ବାଟରେ ଯାଉଥିବା ବେଳେ ଷ୍ଟାର କଳିକୁ ଫନ୍ଦି କରି ସୋସିଆଲ ମିଡିଆରେ କିଏ ଭିଡିଓ ଛାଡ଼ୁଛି ତ କିଏ ମିମ୍ସ କରି ଷ୍ଟାରଙ୍କ ଅସଲ ଚେହେରାକୁ ପଦାରେ ପକାଉଛି। ତେବେ ସମସ୍ତଙ୍କ ନଜର ରହିଛି ଏହି କଳିରେ ସାମ୍ନାକୁ ଆସିଥିବା ପ୍ରକୃତି ମିଶ୍ରଙ୍କ ମା ଓ ବାବୁସାନଙ୍କ ମା। 

ସମସ୍ତଙ୍କୁ ଜଣା ବାବୁସାନଙ୍କ (Babushaan) ମା ଅର୍ଥାତ୍ ଅପରାଜିତା ନବେ ଦଶକର ଜଣେ ଦକ୍ଷ ଅଭିନେତ୍ରୀ। ହିରୋଇନ ଠାରୁ ଆରମ୍ଭ କରି ମା ଚରିତ୍ରରେ ଅଭିନୟ ପର୍ଯ୍ୟନ୍ତ ତାଙ୍କ କଳାକୁ ଓଡ଼ିଶାବାସୀ ଖୁବ ପସନ୍ଦ କରିଛନ୍ତି। ସେହିପରି ଅଭିନେତ୍ରୀ ପ୍ରକୃତି ମିଶ୍ରଙ୍କ ମା କୃଷ୍ଣାପ୍ରିୟା ମିଶ୍ର (KrushnaPriya Mishra) ମଧ୍ୟ ଓଡ଼ିଶାର ଜଣେ ଭଲ ଉପସ୍ଥାପିକା ସହ ଗୀତିକାର ଭାବେ ପରିଚିତ । ହେଲେ ଏହି ଷ୍ଟାରକଳିରେ ସାମ୍ନାକୁ ଆସିଥିଲେ ପ୍ରଥମେ ଅପରାଜିତା। ଘଟଣାଦିନ ଅପରାଜିତା ଖବର ପାଇବା ପରେ ପ୍ରଥମେ ବୋହୁ ଓ ନାତିକୁ ଦେଖା କରିଥିଲେ ପରେ ବୋହୁ ସହ ପୋଲିସ ଷ୍ଟେସନ ମଧ୍ୟ ଯାଇଥିଲେ। ସେହିପରି ପ୍ରକୃତିଙ୍କ ମା ମଧ୍ୟ ଥାନାରେ ପହଞ୍ଚି ତାଙ୍କ ଝିଅ ପ୍ରତି ହୋଇଥିବା ଅସଦ ଆଚରଣକୁ ନେଇ ଏଫଆଇଆର ଦେଇଥିଲେ। 

Also Read: ବାବୁସାନ କହିଲେ ତୋ ଗୋଡ଼ ଧରୁଛି Sorry , Love You Bye

ଏହାପରେ ବାବୁସାନଙ୍କ ମା ଅପରାଜିତା (Aparajita Mohanty) ମିଡିଆ ସାମ୍ନାରେ ନିଜର ପ୍ରତିକ୍ରିୟା ରଖିଥିଲେ। ଆଉ ଏହି ପ୍ରତିକ୍ରିୟାରେ ନିଜ ପୁଅ ଭୁଲ କରିଥିବା ସ୍ୱିକାର କରିଥିଲେ। ଏହାସହ ବାବୁସାନଙ୍କୁ ସବୁ ଭୁଲି ଯାଇ ଘରକୁ ଫେରିଆସିବା ସହ ନିଜ ଫ୍ୟାମିଲି ସହ ରହିବାକୁ ଅପରାଜିତା ଅପିଲ କରିଥିଲେ। ଏହାର କିଛି ଘଣ୍ଟା ପରେ ପ୍ରକୃତିଙ୍କ (Prakruti Mishra) ମା କୃଷ୍ଣାପ୍ରିୟା ମଧ୍ୟ ପ୍ରଥମେ ଏକ ନିର୍ଦ୍ଦିଷ୍ଟ ଗଣମାଧ୍ୟମ କୁ ନିଜର ପ୍ରତିକ୍ରିୟା ଦେଇ କହିଥିଲେ ଯେ, ଯଦି ଉଭୟେ ଭୁଲ କରିଛନ୍ତି ତେବେ ଘରେ ବସି ସମାଧାନ କରାଯାଇପାରିଥାନ୍ତା। 

Also Read: ପିଏମ ମୋଦି ଖୁବ୍ ଶୀଘ୍ର ପୂରଣ କରିବେ ଆଉ ଏକ ପ୍ରତିଶ୍ରୁତି! ଏହାକୁ ନେଇ ଚାଲିଛି ଜୋରଦାର ଚର୍ଚ୍ଚା

ପରେ ଅପରାଜିତା ମିଡିଆ ସାମ୍ନାରେ ନିଜ ପୁଅ ପାଇଁ ଓଡ଼ିଶାବାସୀଙ୍କୁ ହାତଯୋଡ଼ି କହିଥିଲେ ଯେ, ବାବୁସାନ ଯେମିତି ଠିକ୍ ବାଟକୁ ଫେରିଆସୁ । ହେଲେ କୃଷ୍ଣାପ୍ରିୟା କହିଥିଲେ ଯେ, ତାଙ୍କ ଝିଅର କୌଣସି ଭୁଲ ନାହିଁ। ଏହାସହ ବାବୁସାନଙ୍କ ପତ୍ନୀ ତୃପ୍ତି କେବଳ ଆକ୍ଟରଙ୍କ ପତ୍ନୀ ହେଲେ ମୋ ଝିଅ ନିଜ ଦମରେ ତା ପରିଚୟ ଗଢିଛି ବୋଲି କହି ଟ୍ରୋଲର ଶିକାର ହୋଇଥିଲେ କୃଷ୍ଣାପ୍ରିୟା (KrushnaPriya)। ବାବୁସାନଙ୍କ ଭୁଲ୍ ହେଉ ବା ଅଜ୍ଞାତ ଯେଉଁ ଘଟଣାକୁ ଅପରାଜିତା ନିଜେ ରାଜ୍ୟବାସୀଙ୍କ ସାମ୍ନାରେ ରଖିଲେ ସେଠାରେ କୃଷ୍ଣାପ୍ରିୟାଙ୍କ ପ୍ରତିକ୍ରିୟା ନିଜ ଝିଅର ଭୁଲକୁ ଘଣ୍ଟ ଘୋଡ଼ାଇବା ସହ ସଦୃଶ ଥିଲା। ହେଲେ ଏଠାରେ ଗୋଟିଏ କଥା କହିହେବ ନିଜ ପୁଅ ହେଉ ବା ଝିଅ ଆକଟ କରିବା ସବୁ ଅଭିଭାବକଙ୍କ କର୍ତ୍ତବ୍ୟ ଓ ଦାୟିତ୍ୱ।