OSSSCରେ ୨୮୦୦ରୁ ଅଧିକ ପଦବୀ ଖାଲି, ଦରମା ଲକ୍ଷେ ଉପରେ, ଏବେ କରନ୍ତୁ Apply
Advertisement

OSSSCରେ ୨୮୦୦ରୁ ଅଧିକ ପଦବୀ ଖାଲି, ଦରମା ଲକ୍ଷେ ଉପରେ, ଏବେ କରନ୍ତୁ Apply

OSSSC JOB: ଚାକିରି ପାଇଁ ଉତ୍ସୁକ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଓଡ଼ିଶା ସବ୍‌ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍‌ସନ୍ କମିସନ୍(OSSSC) ତରଫରୁ RI, ARI, Amin, SFS, ICDS ପଦରେ ଚାକିରି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଗ୍ରହୀ ପ୍ରାର୍ଥୀମାନେ ନିଜ ଯୋଗ୍ୟତା ଅନୁସାରେ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। 

 OSSSCରେ ୨୮୦୦ରୁ ଅଧିକ ପଦବୀ ଖାଲି, ଦରମା ଲକ୍ଷେ ଉପରେ, ଏବେ କରନ୍ତୁ Apply

OSSSC JOB: ଚାକିରି ପାଇଁ ଉତ୍ସୁକ ଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର। ଓଡ଼ିଶା ସବ୍‌ଅର୍ଡିନେଟ୍ ଷ୍ଟାଫ୍ ସିଲେକ୍‌ସନ୍ କମିସନ୍(OSSSC) ତରଫରୁ RI, ARI, Amin, SFS, ICDS ପଦରେ ଚାକିରି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଆଗ୍ରହୀ ପ୍ରାର୍ଥୀମାନେ ନିଜ ଯୋଗ୍ୟତା ଅନୁସାରେ ଅନ୍‌ଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ୨୮୦୦ ରୁ ଅଧିକ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି OSSSC। ତେବେ ଆବେଦନ ପାଇଁ ପ୍ରାର୍ଥୀମାନେ https://www.osssc.gov.inକୁ ଯାଇ ଆବେଦନ କରି ପାରିବେ। ଯେଉଁମାନେ ଏହାର ଅଫିସିଆଲ୍ ନୋଟିଫିକେସନ ଦେଖିବାକୁ ଚାହାଁନ୍ତି ସେମାନେ ଏହି ଲିଙ୍କ Notification ରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

ଏହି ଆବେଦନ ପ୍ରକ୍ରିୟା ଡିସେମ୍ବର ୩୦ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଆବେଦନର ଶେଷ ତାରିଖ ଜାନୁଆରୀ ୨୫ ତାରିଖ ରଖାଯାଇଛି।

ଶିକ୍ଷାଗତ ଯୋଗ୍ୟତା:

ପ୍ରାର୍ଥୀ ଯେକୌଣସି ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯେକୌଣସି ବିଷୟରେ (କଳା / ବିଜ୍ଞାନ / ବାଣିଜ୍ୟ) ରେ ଯୁକ୍ତ ୨ / ସ୍ନାତକରେ ପାସ୍ କରିଥିବା ଆବଶ୍ୟକ।

ଖାଲି ପଦବୀ:

ରାଜସ୍ୱ ନିରୀକ୍ଷକ (RI)ଙ୍କ ପାଇଁ ୫୫୯ଟି ପୋଷ୍ଟ୍‌ ଖାଲି ପଡ଼ିଥିବା ବେଳେ ARI ପାଇଁ ଖାଲି ପଡ଼ିଛି ୮୨୭ଟି ପୋଷ୍ଟ୍‌। ସେହିପରି ଅମିନ ପାଇଁ ୬୮୬ଟି ପୋଷ୍ଟ୍‌ ଖାଲି ପଡ଼ିଥିବା ବେଳେ SFS ପାଇଁ ଖାଲି ପଡ଼ିଛି ୩୨୫ଟି ପୋଷ୍ଟ୍‌। ICDS ପାଇଁ ୪୯୮ଟି ପୋଷ୍ଟ୍‌ ଖାଲି ପଡ଼ିଛି। ଏହିପରି ଭାବେ ମୋଟ ୨୮୯୫ଟି ପୋଷ୍ଟ୍ ଖାଲି ପଡ଼ିଥିବା ବିଜ୍ଞପ୍ତିରେ ପ୍ରକାଶ ପାଇଛି।

ବୟସ ସୀମା:

ତେବେ ଆବେଦନ ପାଇଁ ସର୍ବନିମ୍ନ ବୟସ ସୀମା ୨୦ ବର୍ଷ ରଖା ଯାଇଥିବା ବେଳେ ସର୍ବାଧିକ ବୟସ ସୀମା ରହିଛି ୩୮ ବର୍ଷ।ମାତ୍ର ଓବିସି(OBC)ଙ୍କ ପାଇଁ ୩ ବର୍ଷ ବୟସ ସୀମା କୋହଳ କରାଯାଇଥିବା ବେଳେ ST / SC / PWD / ESM ଙ୍କ ପାଇଁ ୦୫ ବର୍ଷ କୋହଳ କରାଯାଇଛି। ସେହିପରି PWD + SC / ST ୧୫ ବର୍ଷ କୋହଲ କରାଯାଇଥିବା ବିଜ୍ଞପ୍ତିରେ ପ୍ରକାଶ ପାଇଛି।

Also Read: OSSC Recruitment 2024: ରାଜ୍ୟ କର୍ମଚାରୀ ଚୟନ ଆୟୋଗ ପକ୍ଷରୁ ନିଯୁକ୍ତି ସୁଯୋଗ, ଜାଣନ୍ତୁ ଆବେଦନର ଶେଷ ତାରିଖ..