Govt JOB: ଓଡ଼ିଶାରେ ଶିକ୍ଷକ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ, ୨ହଜାରରୁ ଅଧିକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ
Advertisement

Govt JOB: ଓଡ଼ିଶାରେ ଶିକ୍ଷକ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ, ୨ହଜାରରୁ ଅଧିକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

Govt JOB: ଓଡ଼ିଶାରେ ଶିକ୍ଷକ ଚାକିରି କରିବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ରାଜ୍ୟ ଚୟନ ବୋର୍ଡ(SSB) ପକ୍ଷରୁ ଓଡିଶା TGT ପଦବୀ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ଏହି ପ୍ରକ୍ରିୟାରେ TGT-Arts, TGT-PCM, TGT-CBZ, ହିନ୍ଦୀ, ସଂସ୍କୃତ ଏବଂ ଉର୍ଦ୍ଦୁ ଓ PET ଶିକ୍ଷକ ପଦବୀ ପୂରଣ ହେବା ନେଇ ଏହି ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି।

Govt JOB: ଓଡ଼ିଶାରେ ଶିକ୍ଷକ ଚାକିରି ପାଇଁ ସୁବର୍ଣ୍ଣ ସୁଯୋଗ, ୨ହଜାରରୁ ଅଧିକ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ

Govt JOB: ଓଡ଼ିଶାରେ ଶିକ୍ଷକ ଚାକିରି କରିବା ପାଇଁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ। ରାଜ୍ୟ ଚୟନ ବୋର୍ଡ(SSB) ପକ୍ଷରୁ ଓଡିଶା TGT ପଦବୀ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି। ଏହି ପ୍ରକ୍ରିୟାରେ TGT-Arts, TGT-PCM, TGT-CBZ, ହିନ୍ଦୀ, ସଂସ୍କୃତ ଏବଂ ଉର୍ଦ୍ଦୁ ଓ PET ଶିକ୍ଷକ ପଦବୀ ପୂରଣ ହେବା ନେଇ ଏହି ବିଜ୍ଞପ୍ତିରେ ପ୍ରକାଶ କରାଯାଇଛି। ଇଚ୍ଛୁକ ପ୍ରାର୍ଥୀମାନେ ନିଜର ଶିକ୍ଷାଗତ ଯୋଗ୍ୟତା ଅନୁସାରେ ssbodisha.ac.in ସାଇଟରେ ଆବେଦନ କରିପାରିବେ।ଏହି ନିଯୁକ୍ତି ପ୍ରକ୍ରିୟାରେ ୨ହଜାରରୁ ଅଧିକ ପଦବୀ ପୂରଣ ହେବ।ଯେଉଁମାନେ ଏହାର ଅଫିସିଆଲ୍ ନୋଟିଫିକେସନ ଦେଖିବାକୁ ଚାହାନ୍ତି ସେମାନେ ଏହି ଲିଙ୍କ୍ SSB Odisha TGT Recruitment Notification ଉପରେ କ୍ଲିକ୍ କରି ଦେଖିପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ:

ଅନ୍‌ଲାଇନରେ ଆବେଦନ ଚଳିତ ବର୍ଷ ଜାନୁଆରୀ ୮ ତାରିଖରୁ ଆରମ୍ଭ ହୋଇଥିବା ବେଳେ ଫେବୃଆରୀ ୭ ତାରିଖ ପର୍ଯ୍ୟନ୍ତ ପ୍ରାର୍ଥୀମାନେ ଆବେଦନ କରିପାରିବେ।

ଖାଲି ପଦବୀ:

UR ପାଇଁ ୬୯୮ଟି ପୋଷ୍ଟ୍‌ ଖାଲି ପଡ଼ିଥିବା ବେଳେ SC ପ୍ରାର୍ଥୀଙ୍କ ପାଇଁ ଖାଲି ପଡ଼ିଛି ୫୬୭ଟି ପୋଷ୍ଟ୍‌। ସେହିପରି ST ପ୍ରାର୍ଥୀଙ୍କ ପାଇଁ ମୋଟ ୭୯୯ଟି ପୋଷ୍ଟ୍‌ ଖାଲି ପଡ଼ିଛି। ଏହିପରି ଭାବେ ସର୍ବମୋଟ ୨୦୬୪ଟି ପୋଷ୍ଟ୍ ଖାଲି ପଡ଼ିଛି।

ଶିକ୍ଷାଗତ ଯୋଗ୍ୟତା:

ଇଚ୍ଛୁକ ପ୍ରାର୍ଥୀମାନେ ଏକ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ପ୍ରାସଙ୍ଗିକ ବିଷୟରେ ସ୍ନାତକ ଏବଂ ମାଷ୍ଟର ଡିଗ୍ରୀ କରିଥିବା ଆବଶ୍ୟକ।

ବୟସ ସୀମା:

ଆବେଦନ ପାଇଁ ଏଥିରେ ସର୍ବନିମ୍ନ ବୟସସୀମା ୨୧ ବର୍ଷ ରଖାଯାଇଥିବା ବେଳେ ସର୍ବାଧିକ ବୟସସୀମା ୩୮ ବର୍ଷ ରଖାଯାଇଛି।

ଆବେଦନ ଶୁଳ୍କ:

ଅଣସଂରକ୍ଷିତ / SEBC ବର୍ଗର ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ୫୦୦ ଟଙ୍କା ଧାର୍ଯ୍ୟ କରାଯାଇଥିବା ବେଳେ SC / ST ଏବଂ PWD ବର୍ଗର ଛାତ୍ରୀଙ୍କ ପାଇଁ ୨୦୦ ଟଙ୍କା ଧାର୍ଯ୍ୟ କରାଯାଇଛି।

ଚୟନ ପ୍ରକ୍ରିୟା:

ଚୟନ କେବଳ ଲିଖିତ ପରୀକ୍ଷା(Written Test) ଉପରେ ଆଧାରିତ ହେବ। ଲିଖିତ ପରୀକ୍ଷା ସମୁଦାୟ ୧୫୦ ମାର୍କ ମଲ୍ଟିପଲ୍-ଚଏସ୍ ପ୍ରଶ୍ନ (MCQs)କୁ ନେଇ ହେବ। ପରୀକ୍ଷା ଅବଧି ଦୁଇ ଘଣ୍ଟା ହେବ।

Also Read: Odisha News: ନିଯୁକ୍ତି ପାଇବେ ୨ ହଜାରରୁ ଅଧିକ ହାଇସ୍କୁଲ୍ ଶିକ୍ଷକ, ଦରମା ୩୫ ହଜାର ଉପରେ