JOB: ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆରେ ସୁଯୋଗ, ଗ୍ରାଜୁଏସନ୍ ଓ ITI ପାସ୍ ପ୍ରାର୍ଥୀ କରିପାରିବେ ଆବେଦନ
Advertisement

JOB: ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆରେ ସୁଯୋଗ, ଗ୍ରାଜୁଏସନ୍ ଓ ITI ପାସ୍ ପ୍ରାର୍ଥୀ କରିପାରିବେ ଆବେଦନ

JOB: ଚାକିରି ପାଇଁ ଆଶାୟୀ ଥିବା ଯୁବପୀଢ଼ିମାନଙ୍କ ପାଇଁ ଖୁସି ଖବର।ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ(AAI) ପକ୍ଷରୁ ୮୫ ଆପ୍ରେଣ୍ଟିସ୍‌ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାର ଅଫିସିଆଲ ୱେବ୍‌ସାଇଟ୍‌ aai.aero ମାଧ୍ୟମରେ ଇଚ୍ଛୁକ ପ୍ରାର୍ଥୀମାନେ ନିଜର ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଆବେଦନ କରିପାରିବେ। ଆବେଦର ପ୍ରକ୍ରିୟା ଏବେ ଜାରି ଥିବା ଆବେଦନ କରିବାର ଶେଷ ତାରିଖ ରହିଛି ଜାନୁଆରୀ ୧୫ ତାରିଖ। 

JOB: ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆରେ ସୁଯୋଗ, ଗ୍ରାଜୁଏସନ୍ ଓ ITI ପାସ୍ ପ୍ରାର୍ଥୀ କରିପାରିବେ ଆବେଦନ

JOB: ଚାକିରି ପାଇଁ ଆଶାୟୀ ଥିବା ଯୁବପୀଢ଼ିମାନଙ୍କ ପାଇଁ ଖୁସି ଖବର।ଏୟାରପୋର୍ଟ ଅଥରିଟି ଅଫ୍‌ ଇଣ୍ଡିଆ(AAI) ପକ୍ଷରୁ ୮୫ ଆପ୍ରେଣ୍ଟିସ୍‌ ପଦବୀ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି। ଏହାର ଅଫିସିଆଲ ୱେବ୍‌ସାଇଟ୍‌ aai.aero ମାଧ୍ୟମରେ ଇଚ୍ଛୁକ ପ୍ରାର୍ଥୀମାନେ ନିଜର ଶିକ୍ଷାଗତ ଯୋଗ୍ୟତା ଅନୁସାରେ ଆବେଦନ କରିପାରିବେ। ଆବେଦର ପ୍ରକ୍ରିୟା ଏବେ ଜାରି ଥିବା ଆବେଦନ କରିବାର ଶେଷ ତାରିଖ ରହିଛି ଜାନୁଆରୀ ୧୫ ତାରିଖ। ଅଧିକ ସୂଚନା ପାଇଁ ଆବେଦନକାରୀ ଏହାର ଅଫିସିଆଲ ୱେବ୍‌ସାଇଟ୍‌କୁ ଯାଇ ଦେଖିପାରିବେ କିମ୍ବା ଏହାର ଅଫିସିଆଲ ନୋଟିଫିକେସନ ପଢ଼ି ପାରିବେ।

ପଦବୀ ସଂଖ୍ୟା:

ସିଭିଲ ଇଞ୍ଜିନିୟର ପାଇଁ ୧୫ ଟି ପଦବୀ ଖାଲି ପଡ଼ିଥିବା ବେଳେ ଇଲେକ୍ଟ୍ରିକାଲ ଇଞ୍ଜିନିୟର ପାଇଁ ଖାଲି ପଡ଼ିଚି ୨୧ଟି ପଦବୀ। ସେହିପରି ଇଲେକ୍ଟ୍ରୋନିକ୍‌ / ଆଇଟି / କମ୍ପ୍ୟୁଟର ସାଇନ୍‌ସ ଇଞ୍ଜିନିୟରିଂ ପାଇଁ ୯ଟି ପଦବୀ ଖାଲି ରହିଥିବା ବେଳେ ମେକାନିକାଲ ଇଞ୍ଜିନିୟରିଂ(Mechanical Engineer) ପାଇଁ ୩ଟି ପଦବୀ ଖାଲି ପଡ଼ିଥିବା ବିଜ୍ଞପ୍ତିରେ ପ୍ରକାଶ ପାଇଛି। ସେହିପରି ଫିଟର ପାଇଁ ୨ଟି ପଦବୀ, ମେକାନିକ ପାଇଁ ୫ ପଦବୀ, ଡ୍ରାଉଟ୍‌ସମ୍ୟାନ୍‌ ପାଇଁ ୪ ପଦବୀ ଖାଲି ପଡ଼ିଛି ଓ ଇଲେକ୍ଟ୍ରିସିଆନ୍‌ ପାଇଁ ୧୯ ପଦବୀ ଖାଲି ଅଛି।

ଶିକ୍ଷାଗତ ଯୋଗ୍ୟତା:

-ଉପରୋକ୍ତ ପଦବୀ ପାଇଁ ଜଣେ ପ୍ରାର୍ଥୀ ଗ୍ରାଜୁଏସନ୍‌/ ଡିପ୍ଲୋମା(Diploma) କରିଥିବା ନିହାତି ଆବଶ୍ୟକ।

-ରେଗୁଲାର ଡିପ୍ଲୋମା ହେଉ କିମ୍ବା ୩ ବର୍ଷର ଡିଗ୍ରୀ ସାର୍ଟିଫିକେଟ୍ ରଖିଥିବା ଜରୁରୀ

- ସାର୍ଟିଫିକେଟ୍‌ ଭାରତ ସରକାରଙ୍କ(Government of India) ଦ୍ୱାରା ସ୍ୱୀକୃତି ପ୍ରାପ୍ତ AICTE ଅଧିନରେ ହୋଇଥିବା ଜରୁରୀ  

-ଆଇଟିଆଇ କ୍ଷେତ୍ର ପାଇଁ ପ୍ରାର୍ଥୀ ଅନ୍ୟୁନ ITI/NCVT ସାର୍ଟିଫିକେଟ୍‌ ରଖିଥିବା ନିହାତି ଆବଶ୍ୟକ

-ଏହି ସବୁ ସାର୍ଟିଫିକେଟ୍‌ ଭାରତ ସରକାରଙ୍କ ଦ୍ୱାରା ସ୍ୱୀକୃତି ପ୍ରାପ୍ତ AICTE ଅଧିନରେ ହୋଇଥିବା ଜରୁରୀ

ବୟସ ସୀମା:

-ଆବେଦନ ପାଇଁ ସର୍ବନିମ୍ନ ବୟସ ସୀମା ୧୮ ବର୍ଷ ରଖାଯାଇଛି

-ସର୍ବାଧିକ ବୟସ ସୀମା ରହିଛି ୨୬ ବର୍ଷ

ଚୟନ ପଦ୍ଧତି:

-କ୍ୟାରିୟର ପରସେଣ୍ଟଜ୍‌(Career percentage) ଆଧାରରେ ପ୍ରାର୍ଥୀଙ୍କୁ ଚୟନ କରାଯିବ

- ଯେଉଁମାନେ ଭଲ ପରସେଣ୍ଟେଜ୍‌ ରଖିଥିବେ ସେମାନଙ୍କର ଏକ ସର୍ଟଲିଷ୍ଟ(Short list) ପ୍ରକାଶ କରାଯିବ

-ତା ପରେ ଇଣ୍ଟରଭ୍ୟୁ ଏବଂ ଡକ୍ୟୁମେଣ୍ଟ ଭେରିଫିକେସନ୍‌(Document Verification) ପାଇଁ ସେମାନଙ୍କୁ ଡକାଯିବ

-ସେହି ସମୟରେ ହିଁ ଫାଇନାଲ ସିଲେକ୍ସନ(Final Selection) ହେବ

Also Read: OSSSCରେ ୨୮୦୦ରୁ ଅଧିକ ପଦବୀ ଖାଲି, ଦରମା ଲକ୍ଷେ ଉପରେ, ଏବେ କରନ୍ତୁ Apply