Youtuber Arrested: କେଉଁ ଆଧାରରେ ଗିରଫ ହେଲେ Youtuber ଅନିମେଶ...
Advertisement
Article Detail0/zeeodisha/odisha1537076

Youtuber Arrested: କେଉଁ ଆଧାରରେ ଗିରଫ ହେଲେ Youtuber ଅନିମେଶ...

Youtuber Animesh Chakraborty: ଗତ ଡିସେମ୍ବର ୩ ତାରିଖରେ ୟୁଟ୍ୟୁବର୍ ଅନିମେଶ୍ ଚକ୍ରବର୍ତ୍ତୀ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇବା ସହ ଶ୍ରୀମନ୍ଦିର ଭିଡିଓ ୟୁଟ୍ୟୁବରେ ଅପଲୋଡ଼ କରି ପ୍ରତିଟି ଆଙ୍ଗେଲ୍ ପିଛା କୋଡ଼ିଏ ହଜାର ଟଙ୍କା ଦାବି କରୁଥିଲେ। ଏହାସହ ପୁରୀ ପୋଲିସର ଲୋଗୋ ବ୍ୟବହାର କରିଥିଲେ ଯାହାଫଳରେ ତାଙ୍କୁ ଅନେକ ଆଧାରରେ ଗିରଫ କରାଯାଇଛି। 

Youtuber Arrested: କେଉଁ ଆଧାରରେ ଗିରଫ ହେଲେ Youtuber ଅନିମେଶ...

Youtuber Arrested: ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇବା ଘଟଣାରେ ଅଭିଯୁକ୍ତ ୟୁଟ୍ୟୁବର ଅନିମେଶକୁ ପୁରୀ ପୋଲିସ ଗିରଫ କରିଛି । ଆଇପିସିର ଦଫା ୪୬୮,୪୨୦,୫୧୧,୧୯୩୪ ଏୟାରକ୍ରାଫ୍ଟ ଆକ୍ଟ ୧୦(୨) ଏବଂ ଶ୍ରୀଜଗନ୍ନାଥ ମନ୍ଦିର ଆଇନ୍ ୧୯୫୪  ଶ୍ରୀଜଗନ୍ନାଥ ମନ୍ଦିର ଆଇନ୍ ୩୦(ଏ)୪ (ସି) ରେ ତାକୁ ଗିରଫ କରାଯାଇଛି। ସିଟି ଡିଏସପି କେ.କେ.ହରିପ୍ରସାଦଙ୍କ ନେତୃତ୍ବରେ ଗଠିତ ସ୍ଵତନ୍ତ୍ର ଟିମ୍ ତାକୁ ଉତ୍ତରପ୍ରଦେଶ ,ଉତ୍ତରାଖଣ୍ଡ ଓ ପଶ୍ଚିମବଙ୍ଗ ଅଞ୍ଚଳରେ ଚଢ଼ାଉ କରି ଶେଷରେ ତାକୁ ପଶ୍ଚିମବଙ୍ଗ ରାଜ୍ୟ ନିମତା ଥାନା ଅନ୍ତର୍ଗତ ଅଞ୍ଚଳରୁ ଗିରଫ କରିଛି। ଏହାପରେ ବାରାକପୁର କୋର୍ଟରେ ହାଜର କରାଯାଇଥିଲା । 

ପରେ ତାଙ୍କୁ ଟ୍ରାଞ୍ଜିଟ ରିମାଣ୍ଡରେ ଆଣି ପୁରୀ ଜେଏମଏଫସି କୋର୍ଟରେ (JMFC Court) ହାଜର କରାଯାଇଛି। ସେ ବ୍ୟବହାର କରିଥିବା ଡ୍ରୋନ୍ ଏବଂ ତାସହିତ ଗୋଟିଏ ମୋବାଇଲ ଫୋନ୍ ଜବତ କରାଯାଇଛି। ଗତ ଡିସେମ୍ବର ୩ ତାରିଖରେ ୟୁଟ୍ୟୁବର୍ ଅନିମେଶ୍ ଚକ୍ରବର୍ତ୍ତୀ ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇବା ସହ ଶ୍ରୀମନ୍ଦିର ଭିଡିଓ ୟୁଟ୍ୟୁବରେ ଅପଲୋଡ଼ (Youtube Upload) କରି ପ୍ରତିଟି ଆଙ୍ଗେଲ୍ ପିଛା କୋଡ଼ିଏ ହଜାର ଟଙ୍କା ଦାବି କରୁଥିଲେ। ଏହାସହ ମଧ୍ୟ ସେ ଓଡି଼ଶା ପୋଲିସର ଲୋଗକୁ ବ୍ୟବହାର କରିଥିଲେ। ଏନେଇ ଶ୍ରୀମନ୍ଦିର ସିଂହଦ୍ଵାର ଥାନାରେ ଗତ ଡିସେମ୍ବର ୪ ତାରିଖରେ 150/22 ରେ ଏକ ମାମଲା ରୁଜ୍ଜୁ ହୋଇଥିଲା। 

ଖବର ପ୍ରସାରଣ ହେବାପରେ ଅନିମେଶ୍ ଅତି ଚତୁରତାର ସହ ନିଜ ସ୍ଥାନ ପରବର୍ତ୍ତନ କରି ଆଗୁଆ ଜାମିନ ଆବେଦନ କରିଥିଲେ। ପୁରୀ ଜିଲ୍ଲା ପୋଲିସ ଜେ ଏମ୍ ଏଫ୍ ସି କୋର୍ଟରେ  NBW ନେଇ ଆବେଦନ ପରେ ଏହାକୁ ଭିତ୍ତିକରି ଅନିମେଶକୁ ପଶ୍ଚିମବଙ୍ଗରୁ ଗିରଫ କରିଛନ୍ତି। ଡିଜିସିଏ ବା DIRECTOR GENERAL OF CIVIL AVIATION ର ନିୟମ ଅନୁଯାୟୀ ଡ୍ରୋନ୍ ଲାଇସେନ୍ସ ପାଇଁ ଅନୁମତି ନେବାସହ ଫ୍ଲାଇଂ ପାଇଁ  ସମ୍ବେଦନଶୀଳ ସ୍ଥାନ ଗୁଡିକୁ ରେଡ୍ ଜୋନ୍, ୟେଲୋ ଓ ଗ୍ରୀନ୍ ଜୋନରେ ବିଭକ୍ତ କରାଯାଇଛି। 

ଶ୍ରୀମନ୍ଦିର ରେଡ୍ ଜୋନ୍ (Sri Mandira Red Zone) ଅନ୍ତର୍ଭୁକ୍ତ ହୋଇଥିବାରୁ ବେଆଇନ ଭାବେ ଅନିମେଶ୍ ଏଭଳି ଡ୍ରୋନ୍ ଉଡ଼ାଇଥିବାରୁ ତାଙ୍କ ବିରୋଧରେ ଅପରାଧିକ ମାମଲା ରୁଜ୍ଜୁ କରାଯାଇଛି। ଅନିମେଶ୍ ଡ୍ରୋନରେ ରେକର୍ଡ କରିଥିବା ଶ୍ରୀମନ୍ଦିର ଭିଡିଓ ବ୍ଯବସାୟିକ ମନୋବୃତ୍ତି ନେଇ ବିକିବା ପାଇଁ କାହାକାହା ସହ ଯୋଗାଯୋଗ କରିଛନ୍ତି ତାହା ମଧ୍ୟ ତଦନ୍ତ ପରିସରଭୁକ୍ତ ହେବ ବୋଲି ଟାଉନଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସିଟି ଡିଏସପି ସୂଚନା ଦେଇଛନ୍ତି । 

Also Read: Gang Rape: ନ୍ୟାୟ ଗଲା ଚୁଲିକୁ ! ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ଡାକ୍ତରୀ ମାଇନା ପାଇଁ ହେବାକୁ ପଡ଼ିଲା ନାକେଦମ

Also Read: Dakota Plane: ଭୁବନେଶ୍ୱର ନୁହେଁ ପୁରୀରେ ରହିବ ଡାକୋଟା, ଦାବି ଉଠାଇଲା ଜଗନ୍ନାଥ ସେନା

Also Read: Keonjhar: କଟିଗଲା ପ୍ରଧାନମନ୍ତ୍ରୀ ଆବାସ, ସରପଞ୍ଚଙ୍କୁ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଦେଲେ ହିତାଧିକାରୀ