Cage Fish Farming: ମହିଳାଙ୍କୁ ସ୍ୱାବଲମ୍ବୀ କରିଛି କେଜ ମାଛ ଚାଷ
Advertisement
Article Detail0/zeeodisha/odisha1433625

Cage Fish Farming: ମହିଳାଙ୍କୁ ସ୍ୱାବଲମ୍ବୀ କରିଛି କେଜ ମାଛ ଚାଷ

ଆଉ ଘର ଭିତରେ ସୀମିତ ନାହାନ୍ତି ମହିଳା। ନିଜେ ଉପାର୍ଜନକ୍ଷମ ହେବା ସହ ପରିବାର ଚଳାଇବାରେ ଆର୍ଥିକ ସହାୟତା ମଧ୍ୟ କରୁଛନ୍ତି। ତାର ଏକ ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ଏହି ମହିଳାମାନଙ୍କର କ୍ଷେତ୍ରରେ। କେଜ କଲଚର ପ୍ରଣାଳୀରେ ହୀରାକୁଦ ରିଜର୍ଭରର ଅଥଳ ଜଳରାଶିରେ ମାଛ ଚାଷ କରି ସ୍ୱାବଲମ୍ବୀ ହେଲେ ମହିଳା। 

Cage Fish Farming: ମହିଳାଙ୍କୁ ସ୍ୱାବଲମ୍ବୀ କରିଛି କେଜ ମାଛ ଚାଷ

Cage Fish Farming:  ସମ୍ବଲପୁର (ଅଜୟ ନାଥ): ଆଉ ଘର ଭିତରେ ସୀମିତ ନାହାନ୍ତି ମହିଳା। ନିଜେ ଉପାର୍ଜନକ୍ଷମ ହେବା ସହ ପରିବାର ଚଳାଇବାରେ ଆର୍ଥିକ ସହାୟତା ମଧ୍ୟ କରୁଛନ୍ତି। ତାର ଏକ ସଦ୍ୟ ଉଦାହରଣ ଦେଖିବାକୁ ମିଳିଛି ଏହି ମହିଳାମାନଙ୍କର କ୍ଷେତ୍ରରେ।

କେଜ କଲଚର ପ୍ରଣାଳୀରେ ହୀରାକୁଦ ରିଜର୍ଭରର ଅଥଳ ଜଳରାଶିରେ ମାଛ ଚାଷ କରି ସ୍ୱାବଲମ୍ବୀ ହେଲେ ମହିଳା। ହୀରାକୁଦ ରିଜର୍ଭରର ଅଥଳ ଜଳରାଶିରେ ହେଉଛି କେଜ କଲଚର ପ୍ରଣାଳୀରେ ମାଛ ଚାଷ। ଆଉ ମାଛ ଚାଷ କରୁଛନ୍ତି ମହିଳାମାନେ। ସମ୍ବଲପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ଆର୍ଥିକ ସହାୟତା ପାଇ ସମ୍ବଲପୁର ଜିଲ୍ଲା କିଲାସମା ଗ୍ରାମପଞ୍ଚାୟତର ୪ଟି ସ୍ୱୟଂ ସହାୟିକା ଗୋଷ୍ଠୀର ମହିଳାମାନେ କରୁଛନ୍ତି ମାଛ ଚାଷ।

ହୀରାକୁଦ ରିଜର୍ଭରର ଅଥଳ ଜଳରାଶିରେ ହେଉଛି ପଞ୍ଜୁରୀ ମାଛ ଚାଷ। ଆଉ ମାଛ ଚାଷ କରୁଛନ୍ତି ମହିଳାମାନେ। ସମ୍ବଲପୁର ଜିଲ୍ଲା ଧନକଉଡା ବ୍ଲକ କୀଲାସମା ଗ୍ରାମ ପଂଚାୟତର ବଲବସପୁର ଗାଁ ନିକଟରେ ରିଜର୍ଭର ଭିତରେ ୮୦ ଫୁଟ ଗଭୀର ଜଳ ରାଶିରେ ପଞ୍ଜୁରୀ ବସାଯାଇ, ସେଥିରେ ଛଡା ଯାଇଛି ମାଛ ଯାଆଁଳା। 

ଆଉ ଏହି ମାଛ ଚାଷ କରୁଛନ୍ତି ଏହି ମହିଳାମାନେ। ଜିଲ୍ଲା ପ୍ରଶାସନର ଓଡିଶା ଜୀବିକା ମିଶନ ଲାଇଭିଲିହୁଡ ମିଶନର ମିଶନ ଶକ୍ତି ବିଭାଗ ପକ୍ଷରୁ ଏହି ମହିଳାମାନଙ୍କୁ ୩୦ ଲକ୍ଷ ଟଙ୍କାର ଅର୍ଥିକ ସହାୟତା ପ୍ରଦାନ କରାଯାଇଛି। ଓଡ଼ିଶାରେ ଏଭଳି ପ୍ରଣାଳୀରେ ମହିଳାଙ୍କୁ ସ୍ୱାବଲମ୍ବୀ କରିବାରେ ସମ୍ବଲପୁର ପ୍ରଥମ ବୋଲି ଜିଲ୍ଲାପାଳ କହିଥିବା ବେଳେ ଆଗକୁ ଆହୁରି ମହିଳାଙ୍କୁ ସ୍ୱାବଲମ୍ବୀ କରିବାରେ ଜିଲ୍ଲା ପ୍ରଶାସନ ସହାୟକ ହେବ ବୋଲି କୁହାଯାଇଛି।

ଅତ୍ୟାଧୁନିକ ପଦ୍ଧତିରେ ହେଉଥିବା ଏହି ମାଛ ଚାଷ ପାଇଁ ହୀରାକୁଦ ରିଜର୍ଭର  ଭିତରେ ୧୨ଟି ପଞ୍ଜୁରୀ ବା କେଜ ବସାଯାଇଛି। କେଜ ଭିତରେ ମାଛ ଯାଆଁଳା ଛଡା ଯାଇଛି। ଏହି ପଞ୍ଜୁରୀ ଭିତରେ ୧୮ ହଜାର ମାଛ ଯାଆଁଳା ଛଡାଯାଇଛି। ମାଛମାନଙ୍କୁ ଦୈନିକ ୩ ଥର ଖାଦ୍ୟ ଦିଆଯାଉଛି। ଶୀତ ଦିନ ହୋଇଥିବାରୁ ମାଛମାନଙ୍କୁ ଔଷଧ ଦିଆଯାଉଛି। ମାଛ ଜଗିବା ପାଇଁ ୨ ଜଣ ଜଗୁଆଳି ୨୪ ଘଣ୍ଟା ରହୁଛନ୍ତି। ଜଗୁଆଳିମାନଙ୍କ ରହିବା ପାଇଁ ଜଳଭଣ୍ଡାର ଭିତରେ କେବିନ ତିଆରି ହୋଇଛି। ଏଠାରେ ଫିଙ୍ଗର ଲିଙ୍ଗ ବା ଜଳଙ୍ଗ ପ୍ରଜାତିର ମାଛ ଛଡାଯାଇଛି। ଆଉ ୯ ମାସ ମଧ୍ୟରେ ଏଠାରୁ ମାଛ ଉତ୍ପାଦନ ଆରମ୍ଭ ହୋଇଯିବ।

ସମ୍ବଲପୁର ଜିଲ୍ଲାର ଏହି ମହିଳାମାନେ ଏବେ ଅତ୍ୟାଧୁନିକ ପଦ୍ଧତିରେ ମାଛ ଚାଷ କରି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ପରିଧିକୁ ଆସିଥିବା ବେଳେ ଅନ୍ୟ ମହିଳା ମାନଙ୍କ ପାଇଁ ଆଦର୍ଶ ପାଲଟିଛନ୍ତି ।

ଅଧିକ ପଢନ୍ତୁ: T20 World Cup: ପାକିସ୍ତାନର ବିଜୟ ପରେ ଭାରତ ପାଇଁ ଏକ ଖାସ ମେସେଜ ପଠାଇଲେ ଶୋଏବ ଅଖତର, ଏଠାରେ ଜାଣନ୍ତୁ

ଅଧିକ ପଢନ୍ତୁ: T20 World Cup: ଭାରତ ବନାମ ପାକିସ୍ତାନ ଫାଇନାଲ ମ୍ୟାଚ୍ ପାଇଁ ଲେଖାସରିଛି ସ୍କ୍ରିପ୍ଟ, ମେଲବର୍ଣ୍ଣରେ ଅନ୍ତ ହେବ ୧୫ ବର୍ଷର ଅପେକ୍ଷା!