VIMSAR Security: ବିବାଦରେ ବୁର୍ଲା ବଡ଼ ଡାକ୍ତରଖାନାରେ ସୁରକ୍ଷା ବ୍ୟବସ୍ଥା: ଆଶା ଅନେକ, ଫଳ ଶୂନ
Advertisement

VIMSAR Security: ବିବାଦରେ ବୁର୍ଲା ବଡ଼ ଡାକ୍ତରଖାନାରେ ସୁରକ୍ଷା ବ୍ୟବସ୍ଥା: ଆଶା ଅନେକ, ଫଳ ଶୂନ

ସିକ୍ୟୁରିଟି (Security System) ବା ସୁରକ୍ଷା କର୍ମୀଙ୍କୁ ନେଇ ଅନେକ ସମୟରେ ନକରାତ୍ମକ ଚିନ୍ତାଧାରା (Negative Thought) ସୃଷ୍ଟି ହୋଇଥାଏ। ବିଶେଷ କରି ଚିକିତ୍ସାଳୟରେ (Hospital) ରୋଗୀ ଓ ସେମାନଙ୍କର ସମ୍ପର୍କୀୟ ମାନଙ୍କୁ ଏମାନଙ୍କର ଆଚରଣକୁ ନେଇ ବାରମ୍ବାର ପ୍ରଶ୍ନ ଉଠିଥାଏ। ଏପରିକି ଏହି ସୁରକ୍ଷା କର୍ମୀମାନଙ୍କ ବିରୋଧରେ ଗୁଣ୍ଡାଗର୍ଦ୍ଦି କରୁଥି

VIMSAR Security: ବିବାଦରେ ବୁର୍ଲା ବଡ଼ ଡାକ୍ତରଖାନାରେ ସୁରକ୍ଷା ବ୍ୟବସ୍ଥା: ଆଶା ଅନେକ, ଫଳ ଶୂନ

ସମ୍ବଲପୁର: ସିକ୍ୟୁରିଟି (Security System) ବା ସୁରକ୍ଷା କର୍ମୀଙ୍କୁ ନେଇ ଅନେକ ସମୟରେ ନକରାତ୍ମକ ଚିନ୍ତାଧାରା (Negative Thought) ସୃଷ୍ଟି ହୋଇଥାଏ। ବିଶେଷ କରି ଚିକିତ୍ସାଳୟରେ (Hospital) ରୋଗୀ ଓ ସେମାନଙ୍କର ସମ୍ପର୍କୀୟ ମାନଙ୍କୁ ଏମାନଙ୍କର ଆଚରଣକୁ ନେଇ ବାରମ୍ବାର ପ୍ରଶ୍ନ ଉଠିଥାଏ। ଏପରିକି ଏହି ସୁରକ୍ଷା କର୍ମୀମାନଙ୍କ ବିରୋଧରେ ଗୁଣ୍ଡାଗର୍ଦ୍ଦି କରୁଥିବା ନେଇ ଅଭିଯୋଗ ସାମ୍ନାକୁ ଆସିଥାଏ। କିନ୍ତୁ ପଶ୍ଚିମ ଓଡ଼ିଶାର ଲାଇଫ ଲାଇନ କୁହାଯାଉଥିବା ବୁର୍ଲା ବଡ଼ ମେଡିକାଲର ସିକ୍ୟୁରିଟି (Medical Security) ବ୍ୟବସ୍ଥାକୁ ନେଇ ମିଶ୍ରିତ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ଏ ବାବଦରେ ବହୁ ବାଦ ବିବାଦରେ ଘେରି ରହିଛି ବୁର୍ଲା ଭୀମସାର ଡାକ୍ତରଖାନା। ବୁର୍ଲା ଡାକ୍ତରଖାନାରେ କିଭଳି ଭାବରେ ରୋଗୀଙ୍କ ସହ ତାଙ୍କର ଆଟେଣ୍ଡେଣ୍ଟ ଡାକ୍ତର ସମସ୍ତ କର୍ମଚାରୀ ସୁରକ୍ଷିତ ଭାବରେ ରହି ପାରିବେ ସେ ଦିଗରେ ପଦକ୍ଷେପ ଗ୍ରହଣ କରାଯାଇ ପ୍ରାଇଭେଟ କମ୍ପାନୀକୁ ସୁରକ୍ଷା ଦାୟିତ୍ୱ ପ୍ରଦାନ କରାଯାଇଛି। କିନ୍ତୁ ରକ୍ଷକ ଯଦି ଭକ୍ଷକ ହୁଏ ତା ହେଲେ କଥା ସରିଲା। ଅନେକ ବାଦ ବିବାଦରେ ଘେରି ରହିଛି ଭୀମସାର ବୁର୍ଲାର ସୁରକ୍ଷା ବ୍ୟବସ୍ଥା। 

ଅଧିକାଂଶ ସମୟରେ ଭୀମସାର ଖବରରେ ରହି ଆସୁଛି। କେତେବେଳେ ସୁରକ୍ଷା କର୍ମୀ ରୋଗୀଙ୍କର ଆଟେଣ୍ଡାଣ୍ଟଙ୍କୁ ଦୁର୍ବ୍ୟବହାର ପାଇଁ ବଦନାମ ହୋଇଥବା ବେଳେ କେତେବେଳେ ସ୍କୁଟି ଚୋରି କରିଥିବା ପାଇଁ ବଦନାମ ହୋଇଛନ୍ତି। ଆଉ ପୁଣି କେତେବେଳେ ଚୋରି କରିବା ଅଭିଯୋଗରେ ବୁର୍ଲା ମେଡ଼ିକାଲର ସୁରକ୍ଷା କର୍ମୀମାନେ ରହିଆସିଛନ୍ତି। କିନ୍ତୁ ବେଳେ ବେଳେ ସୁରକ୍ଷା ଦାୟିତ୍ୱରେ ଥିବା କର୍ମଚାରୀଙ୍କର ବ୍ୟବହାର ପାଇଁ ମଧ୍ୟ  ପ୍ରଶଂସିତ ହେବାର ନଜିର ରହିଛି। କିନ୍ତୁ ବର୍ତମାନ ପରିସ୍ଥିତିରେ ବୁର୍ଲା ଭୀମସାର ପରିସରରେ ସୁରକ୍ଷା କର୍ମୀଙ୍କର ବ୍ୟବସ୍ଥା କଡାକଡି କରାଯାଇଛି। ବୁର୍ଲା ଡାକ୍ତରଖାନା ପରିସରକୁ ଦୁଇ ଚକିଆ ଓ ଚାରିଚକିଆ ଯାନ ଯିବା ପାଇଁ ବାରଣ କରାଯାଉଛି। ଦିନକୁ ଦିନ ବୁର୍ଲା ଭୀମସାର ହସ୍ପିଟାଲ ପରିସରରେ ଭିଡ଼ ବୃଦ୍ଧି ହେଉଥିବା କାରଣରୁ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି। ଭିଡ଼ ଆଳରେ ଚୋରି ଓ ଦୁର୍ବ୍ୟବହାର ବୃଦ୍ଧି ପାଉଥିବା କାରଣରୁ ଏଭଳି ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି।
 
ଦୁଇଚକିଆ ଓ ଚାରିଚକିଆ ଯାନ ଗୁଡିକ ହସ୍ପିଟାଲ ପରିସର ବାହାରେ ରହିଲେ ସୁବିଧା ହେବ। ସୁରକ୍ଷା ଦୃଷ୍ଟିରୁ ବୁର୍ଲା ଭୀମସାରରେ ଏବେ ଏସବୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ବେଳେ ଆଗକୁ ସାଧାରଣ ଜନତାଙ୍କୁ କୌଣସି ଅସୁବିଧା ହେବ ନାହିଁ ବୋଲି ଭୀମସାରର ନିର୍ଦେଶକ କହିଛନ୍ତି। କିନ୍ତୁ ସବୁ ସୁରକ୍ଷା ଦୃଷ୍ଟିରୁ ଯଦି କରାଯାଉଛି ସେଥିପାଇଁ ତାର ବିକଳ୍ପ ବ୍ୟବସ୍ଥା ମଧ୍ୟ କରାଯିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ସ୍ଥାନୀୟ ବାସିନ୍ଦା। ଏତେ ବଡ଼ ହସ୍ପିଟାଲ ହୋଇଥିବା କାରଣରୁ ରୋଗୀଙ୍କର ସୁଅ ଛୁଟୁଛି ବୁର୍ଲା ଭୀମସାରକୁ। ସେଥିପାଇଁ ପର୍ଯ୍ୟାପ୍ତ ପରିମାଣରେ ସୁରକ୍ଷା ବ୍ୟବସ୍ଥା ପାର୍କିଙ୍ଗ ବ୍ୟବସ୍ଥା ଦିଗରେ ମଧ୍ୟ ଧ୍ୟାନ ଦିଆଯିବାର ଆବଶ୍ୟକତା ରହିଛି। ଜରୁରୀକାଳୀନ ବିଭାଗ ପର୍ଯ୍ୟନ୍ତ ଗାଡି ଛାଡୁ ନ ଥିବା କାରଣରୁ ଗୁରୁତର ରୋଗୀଙ୍କ ପାଇଁ  ସେଠାରୁ ପର୍ଯ୍ୟାପ୍ତ ଷ୍ଟ୍ରେଚର ବ୍ୟବସ୍ଥା କରାଯିବା ର ଆବଶ୍ୟକତା ରହିଛି ବୋଲି କହିଛନ୍ତି ସାଧାରଣ ଜନତା।

Also Read: ଝିମିଟ ଖେଳରୁ ଚାଲିଗଲା ଏକ ନୀରିହ ଜୀବନ

Also Read: PM Kisan: ପିଏମ କିସାନର ୧୪ତମ କିସ୍ତି ଆସିବା ପୂର୍ବରୁ ସରକାରଙ୍କ ବଡ଼ ନିଷ୍ପତ୍ତି, ଜାଣି ଖୁସିରେ ନାଚି ଉଠିବେ ଚାଷୀ

Also Read: ODI World Cup 2023: ଦିନିକିଆ ବିଶ୍ୱକପ ପୂର୍ବରୁ ଟିମ୍ ଇଣ୍ଡିଆ ପାଇଁ ଆସିଲା ବଡ଼ ଖବର, ଖୁସିରେ ନାଚି ଉଠିବେ ଭାରତୀୟ ଫ୍ୟାନ୍ସ