Maa Dakhineshwar Kali: ଅଲୌକିକ ମା ଦକ୍ଷିଣେଶ୍ୱର କାଳୀ, ସ୍ୱପ୍ନରେ ଦେଖାଦେଇ ମନୋସ୍କାମନା କଲେ ପୂରଣ
Advertisement
Article Detail0/zeeodisha/odisha1537189

Maa Dakhineshwar Kali: ଅଲୌକିକ ମା ଦକ୍ଷିଣେଶ୍ୱର କାଳୀ, ସ୍ୱପ୍ନରେ ଦେଖାଦେଇ ମନୋସ୍କାମନା କଲେ ପୂରଣ

Maa Dakhineshwar Kali Temple: ଅବହେଳିତ ଅବସ୍ଥାରେ ରହିଥିଲା ମା ଙ୍କର ମନ୍ଦିର। ପ୍ରଥମେ ସେଠାରେ ମା ଙ୍କର ଗୋଟିଏ ଛୋଟ ମନ୍ଦିର ତିଆରି କରାଯାଇ ପ୍ରାଣ ପ୍ରତିଷ୍ଠା ହୋଇଥିଲା । ଏବେ ସେହିଠାରେ ଗୋଟିଏ ବିରାଟ ମନ୍ଦିର ତିଆରି ସହ ୨୩ ତାରିଖ ରୁ ୨୫ ତାରିଖ ପର୍ଯ୍ୟନ୍ତ ମନ୍ଦିର ପ୍ରତିଷ୍ଠା ସହ ହୋମ ଯଜ୍ଞ ହେବ ବୋଲି ଜଣାପଡିଛି ।

Maa Dakhineshwar Kali: ଅଲୌକିକ ମା ଦକ୍ଷିଣେଶ୍ୱର କାଳୀ, ସ୍ୱପ୍ନରେ ଦେଖାଦେଇ ମନୋସ୍କାମନା କଲେ ପୂରଣ

Sambalpur Dakhineshwar Kali Temple: ସମ୍ବଲପୁର ସହର ମଧ୍ୟରେ ରହିଛି ଏକ ଅଲୌକିକ ମା ଦକ୍ଷିଣେଶ୍ୱର କାଳୀ ମନ୍ଦିର। ଯେଉଁଠି ପୂରଣ ହୁଏ ଭକ୍ତ ଙ୍କର ମନସ୍କାମନା।ଦିନେ ସର୍ବସିଦ୍ଧି ପାଇଁ ଭକ୍ତ ଙ୍କୁ ହେଲା ସ୍ୱପ୍ନାଦେଶ । ଅସମର୍ଥ ରୁ ହେଲେ ସାମର୍ଥ୍ୟ ବାନ । ଜଣେ ଭକ୍ତ ଙ୍କର ଲକ୍ଷ ଲକ୍ଷ ଟଙ୍କାର ଇଟା ପଡି ରହିଥିଲା । ଗୋଟିଏ ମାସ ଭିତରେ ସମସ୍ତ ଇଟା ବିକ୍ରି ହେବା ସହ ସେ ହେଲେ ଧନବାନ । ଜଣେ ଇଞ୍ଜିନିଅର ଙ୍କ କ୍ଷେତ୍ର ରେ ମଧ୍ୟ ଏଭଳି ଏକ ଆଚମ୍ବିତ ଘଟଣା ଘଟିଥିବା ଜଣାପଡିଛି । ଇଞ୍ଜିନିଅରିଂ ପାସ କରି ସେ ଚାକିରୀ କରୁଥିଲେ। କିନ୍ତୁ କୌଣସି କାରଣବଶତଃ ତାଙ୍କର ଚାକିରୀ ଚାଲି ଯାଇଥିଲା । ବେକାର ଥିଲେ । ପରିବାର ଚଲାଇବା କଷ୍ଟ ଥିଲା । ମା ଙ୍କର ପୂଜା ଧ୍ୱଜା ପରେ ଦୀର୍ଘ ଚାଳିଶ ବର୍ଷ ହେବ କୌଣସି ଅସୁବିଧା ହେଉ ନାହିଁ । ଔଷଧ ବ୍ୟବସାୟ କରି ଏଵେ ସମାଜରେ ପ୍ରତିଷ୍ଠିତ । ଏଭଳି ଅନେକ ଉଦାହରଣ ରହିଛି । ଅନେକ ମା ଦକ୍ଷିଣ କାଳୀ ଙ୍କର ଆଶୀର୍ବାଦ ପାଇ ଏଵେ ତାଙ୍କର ମନ୍ଦିର ପ୍ରତିଷ୍ଠା ପାଇଁ ଅଣ୍ଟା ଭିଡ଼ିଛନ୍ତି।

 

ଅଲୌକିକ ମା ଦକ୍ଷିଣେଶ୍ୱର କାଳୀଙ୍କ ପୀଠ । ସ୍ଥାନ ସମ୍ବଲପୁର ସହର ସିଦ୍ଧେଶ୍ୱର ବେର୍ଣା ଅଞ୍ଚଳରେ । ଦୀର୍ଘ ଚାଳିଶ ବର୍ଷ ତଳେ ମା ଦକ୍ଷିଣେଶ୍ୱର କାଳୀ ଗୋଟିଏ ପୁଆଳ ଘରେ ପୂଜା ପାଉଥିଲେ । ଅବହେଳିତ ଅବସ୍ଥାରେ ରହିଥିଲା ମା ଙ୍କର ମନ୍ଦିର। ପ୍ରଥମେ ସେଠାରେ ମା ଙ୍କର ଗୋଟିଏ ଛୋଟ ମନ୍ଦିର ତିଆରି କରାଯାଇ ପ୍ରାଣ ପ୍ରତିଷ୍ଠା ହୋଇଥିଲା । ଏବେ ସେହିଠାରେ ଗୋଟିଏ ବିରାଟ ମନ୍ଦିର ତିଆରି ସହ ୨୩ ତାରିଖ ରୁ ୨୫ ତାରିଖ ପର୍ଯ୍ୟନ୍ତ ମନ୍ଦିର ପ୍ରତିଷ୍ଠା ସହ ହୋମ ଯଜ୍ଞ ହେବ ବୋଲି ଜଣାପଡିଛି । ଏଵେ ମାଙ୍କର ମନ୍ଦିର ତରଫରୁ ଏକ ଟ୍ରଷ୍ଟ ବୋର୍ଡ ଗଠନ କରାଯାଇ ସମସ୍ତ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି । ପ୍ରଥମ ଦିନ ଯଜ୍ଞ ପୂଜା ଆରମ୍ଭ ସହ ହୋମ ହେବ । ଦ୍ଵିତୀୟ ଦିନ ପୂଜା ସହ ବିଶେଷ ହୋମ ହେବ ଏବଂ ତୃତୀୟ ଦିନ ବିଶେଷ ନ୍ୟାସ, ପ୍ରତିଷ୍ଠା ହୋମ, କଳସ ସ୍ଥାପନା, ପାର୍ଶ୍ଵ ଦେବତା ମନ୍ଦିର ପ୍ରବେଶ ସହ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ରହିଥିବାର ଶ୍ରୀ ସିଦ୍ଧେଶ୍ୱର ମହାଦେବ ଟ୍ରଷ୍ଟ ବୋର୍ଡ ତରଫରୁ ସୂଚନା ପ୍ରଦାନ କରାଯାଇଛି।

ମାଙ୍କ ଅପାର ମହିମା । ମା ତା ସନ୍ତାନଙ୍କୁ ଘଣ୍ଟ ଘୋଡ଼େଇ ରଖିଛି। ସପନ କୁମାର ଦେବନାଥ ଜଣେ ବ୍ୟକ୍ତି। ତାଙ୍କର ଥିଲା ଇଟା ବ୍ୟବସାୟ । ବହୁ ବର୍ଷ ତଳେ ଲକ୍ଷ ଲକ୍ଷ ଟଙ୍କାର ଇଟା ତିଆରି କରୁଥିଲେ ହେଲେ ବ୍ୟବସାୟ ମାନ୍ଦା। କିନ୍ତୁ ତାଙ୍କର ମନ ସବୁବେଳେ ମା ଦକ୍ଷିଣେଶ୍ୱର କାଳୀ ଙ୍କ ଠାରେ ଅଳି ଅର୍ଦଳୀ କରୁଥାଏ ଯେ କେମିତି ତାଙ୍କର ଫସି ରହିଥିବା ଟଙ୍କା ଉଦ୍ଧାର ହେବ । ହେଲେ ସେହି ରାତିରେ ମା ଦକ୍ଷିଣେଶ୍ୱର କାଳୀ ତାଙ୍କୁ ସ୍ବପ୍ନ ରେ ଆସି କହିଲେ, କାହିଁକି ଦୁଃଖ କରୁଛୁ,ମୋର ସେବା କର । ତୋର ସମସ୍ତ କଷ୍ଟ ପଳେଇବ । ତା ପରେ ସେ ସ୍ଥିର କଲେ ମା ଙ୍କର ମନ୍ଦିର ତିଆରି କରିବେ । ପରେ ସମସ୍ତ ଇଟା ଗୋଟିଏ ମାସ ଭିତରେ ବିକ୍ରି ହୋଇଗଲା, ବ୍ୟବସାୟ ମଧ୍ୟ ଭଲ ଭାବରେ ଚାଲିଲା । 

Also Read: ୮୮ ବର୍ଷୀୟ ଜିତ୍ଲେ ପାଞ୍ଚ୍ କୋଟି ଟଙ୍କାର ଲଟେରି, ୩୫ ବରଷରୁ ଅଧିକ୍ ସମୟ ଧରି କିନୁଥିଲେ ଟିକେଟ୍

Also Read: Youtuber Arrested: କେଉଁ ଆଧାରରେ ଗିରଫ ହେଲେ Youtuber ଅନିମେଶ...