Queen Nayak News: ଜୀବନ ଯୁଦ୍ଧର ସଫଳ ଯୋଦ୍ଧା କୁଇନ, ପଢନ୍ତୁ ତାଙ୍କ ସଂଘର୍ଷର କାହାଣୀ
Advertisement
Article Detail0/zeeodisha/odisha1655977

Queen Nayak News: ଜୀବନ ଯୁଦ୍ଧର ସଫଳ ଯୋଦ୍ଧା କୁଇନ, ପଢନ୍ତୁ ତାଙ୍କ ସଂଘର୍ଷର କାହାଣୀ

ଗରିବ ପରିବାରର ପୁଅ ନ ହେଲେ ପରିବାର ଚଳାଉଛନ୍ତି କୁଇନ। ପୁଅ ପିଲା ଯଦି ସବୁ କିଛି କରି ପାରିବେ, ତେବେ ଝିଅ ମୁଁ କାହିଁକି କରି ପାରିବ ନାହିଁ। ମୁଁ ଜଣେ ଝିଅ ହୋଇ ଅଟୋ ଚଳାଇବାରେ ଲଜ୍ୟା ଅନୁଭବ କରୁ ନାହୁଁ। ମୋ ପାଇଁ ମୋ ପରିବାର ଓ ସାଙ୍ଗ ସାଥୀ ସମସ୍ତେ ଗର୍ବ ଅନୁଭବ କରୁଛନ୍ତି। ଅଟୋ ଚଳାଇ ପାଠ ପଢ଼ିବା ସହ ଘରର ଗୁଜୁରାଣ ମେଣ୍ଟାଇ ଅନ୍ୟମାନଙ୍କ ପାଇଁ ଏବେ ଉଦାହରଣ ପାଲଟିଛନ୍ତି କୁଇନ୍।

Queen Nayak News: ଜୀବନ ଯୁଦ୍ଧର ସଫଳ ଯୋଦ୍ଧା କୁଇନ, ପଢନ୍ତୁ ତାଙ୍କ ସଂଘର୍ଷର କାହାଣୀ

Queen Nayak : ଗଜପତି: କୁଇନି ନାୟକ, ନାଁଟି ଏତେ ପରିଚିତ ନୁହେଁ। ରାଜ୍ୟ ଛାଡ଼ନ୍ତୁ ନିଜ ଜିଲ୍ଲାରେ ବି ଏହି ନାଁକୁ କେହି ଜାଣନ୍ତି ନାହିଁ। କିନ୍ତୁ ନିଜ ଜୀବନକୁ ସେ ଏପରି କରି ଗଢି ତୋଳିଛନ୍ତି, ଯାହା ସମ୍ପର୍କରେ ଜାଣିବା ସମସ୍ତେ ଜରୁରୀ। କୁଇନ ନାୟକ, ମାତ୍ର ୨୦ ବର୍ଷର ଝିଅଟିଏ। କାନ୍ଧରେ ସଂସାର ଯାକର ବୋଝ। ନିଜ ପାଠ ପଢା, ଭବିଷ୍ୟତ ଠାରୁ ଆରମ୍ଭ କରି ବୃଦ୍ଧ ବାପାମାଙ୍କୁ ପୋଷିବାର ଦାୟିତ୍ୱ ତାଙ୍କ ଉପରେ ନ୍ୟସ୍ତ ରହିଛି। ପରିବାର ଚଳାଉଛି ପାଠୋଇ ଝିଅ। ପରିବାର ଭରଣପୋଷଣ ଓ ନିଜେ ପାଠ ପଢି ମଣିଷ ହେବା ପାଇଁ ନିଜ ଅଟୋ ଚଳାଇ ଜୀବନକୁ ଜିବିକା ପାଇଁ କରିଛନ୍ତି ଉତ୍ସର୍ଗ। ବୃଦ୍ଧ ବାପା ମା' ପାଇଁ ନିଜର ଖୁସିକୁ ଜଳାଞ୍ଜଳି ଦେଇଥିବା ଝିଅଟି ଆଦରି ନେଇ ପରିବାର ଚଳାଉଛି। ଜଣେ ପୁରୁଷ ତୁଳନାରେ କୌଣସି ଗୁଣରେ ନିଜକୁ କମ କରିନାହିଁ। ଅଟୋ ଚଳାଇ କଲେଜରେ ପାଠ ପଢ଼ିବା ସହ ବୁଦ୍ଧ ବାପା ମାଆଙ୍କ ମୁହଁରେ ଦାନା ଦେଉଛନ୍ତି କୁଇଁନ ନାୟକ। ସେ ଅଟୋ ଚଲାଉଥିବାର ଦୃଶ୍ୟ ଏବେ ଭାଇରାଲ ହେବାରେ ଲାଗିଛି। ଗଜପତି ଜିଲ୍ଲା ମୋହନା ବ୍ଲକ୍ ପି.ବନ୍ଧାଗୁଡ଼ା ଗାଁର କୁଇଁନ୍ ନାୟକ। କୁଇନ ଆଜି ପାଲଟିଯାଇଛି ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟୀ।

ଗରିବ ପରିବାରର ପୁଅ ନ ହେଲେ ପରିବାର ଚଳାଉଛନ୍ତି କୁଇନ। ପୁଅ ପିଲା ଯଦି ସବୁ କିଛି କରି ପାରିବେ, ତେବେ ଝିଅ ମୁଁ କାହିଁକି କରି ପାରିବ ନାହିଁ। ମୁଁ ଜଣେ ଝିଅ ହୋଇ ଅଟୋ ଚଳାଇବାରେ ଲଜ୍ୟା ଅନୁଭବ କରୁ ନାହୁଁ। ମୋ ପାଇଁ ମୋ ପରିବାର ଓ ସାଙ୍ଗ ସାଥୀ ସମସ୍ତେ ଗର୍ବ ଅନୁଭବ କରୁଛନ୍ତି। ଅଟୋ ଚଳାଇ ପାଠ ପଢ଼ିବା ସହ ଘରର ଗୁଜୁରାଣ ମେଣ୍ଟାଇ ଅନ୍ୟମାନଙ୍କ ପାଇଁ ଏବେ ଉଦାହରଣ ପାଲଟିଛନ୍ତି କୁଇନ୍। ବାପା ବଛିଆ ନାୟକ ଓ ମାଆ କନକ ନାୟକଙ୍କ ବୟସ ୬୦ ପରେ । ଘରେ ତିନି ଭଉଣୀ ବଡ ଭାଇ ଓ ବାପା ମାଁଙ୍କୁ ନେଇ ସଂସାର । ହେଲେ ଚାରି ବର୍ଷ ହେଲା ଘରର ବଡ଼ ଭାଇ ବାହା ହୋଇ ଅନ୍ୟତ୍ର ରହୁଥିବା ବେଳେ ଦୁଇ ଭଉଣୀ ମଧ୍ୟ ବାହା ହୋଇ ଶାଶୁ ଘର ଚାଲିଗଲେଣି । ଏବେ ସାନ ଝିଅ ହିସାବରେ ଘରେ ରହି ବୃଦ୍ଧ ବାପା ମାଆଙ୍କ ସେବା ଯତ୍ନ କରୁଛନ୍ତି । ଦିନ ଥିଲା ବାପା ବଛିଆ ନାୟକ ନିଜର ଅଟୋ କୁ ନେଇ ରୋଜଗାର କରି ପରିବାର ଚଳାଉଥିଲେ । 

ହେଲେ ବୟସ ବଡିବା ସହ ବିଭିନ୍ନ ରୋଗର ଶିକାର ହୋଇ ଅସୁସ୍ଥ । ଅଟୋ ଚଳାଇବା ସକ୍ଷମ ନହେବା ହେତୁ ବଛିଆ ଅଟୋକୁ ବିକିଦେବାକୁ ବାହାରିଥିଲେ , ହେଲେ ସାନ ଝିଅ କୁଇନ ଅଟୋ ବିକିବାକୁ ମନା କରିବା ସହ ନିଜେ ଅଟୋ ଚଳାଇବାକୁ ମନ ବଳାଇଥିଲେ । କୁଇନ୍ ବର୍ତମାନ ମୋହନା ହିଲଟପ୍ କଲେଜର ଯୁକ୍ତ ୨ ର ଛାତ୍ରୀ । ପରିବାରର ସ୍ଥିତିକୁ ଦେଖି ନିଜ ପାଠ ପଢ଼ିବାର ଖର୍ଚ୍ଚ ତୁଲାଇବା ଓ ବୁଦ୍ଧ ବାପା ମାଆଙ୍କ ମୁହଁରେ ଟିକିଏ ହସ ଫୁଟାଇବା ପାଇଁ କୁଇଁନ ଏବେ ଅଟୋ ଚଳାଇ ଦି ପଇସା ରୋଜଗାର କରୁଛନ୍ତି । କଲେଜ୍ ଛୁଟି କରି ଅଞ୍ଚଳରେ ସାପ୍ତାହିକ ହାଟରେ ପାସେଞ୍ଜର ନେଇ ଯାହା ପଇସା ମିଳିଥାଏ । ସେତିକି ଘର ଚଳାଇବା ସହ ନିଜ ଖର୍ଚ୍ଚରେ ପାଠ ପଢ଼ୁଛନ୍ତି । ସରକାରୀ ସହାୟତା କହିଲେ କେବଳ ପରିବାରକୁ ୧୫ କେଜି ଚାଉଳ ଓ ମାଆଙ୍କୁ ମିଳୁଛି ୫ ଶହ ଟଙ୍କା ବାର୍ଦ୍ଧକ୍ୟ ଭତା । ହେଲେ ବାପାଙ୍କ ନାମରେ ଏ ଯାଏଁ ଲାଗୁ ହୋଇନାହିଁ ଭତା । ଘରର ମୁରାବି ଭାବେ ସମସ୍ତ କାର୍ଯ୍ୟ ତୁଲାଉଛନ୍ତି ସାନ ଝିଅ କୁଇନ।

କୁଇନଙ୍କ ପରିବାର ଆତ୍ୟନ୍ତ ଗରିବ ହୋଇଥିବା ବେଳେ ମୁଣ୍ଡ ଗୁଞ୍ଜିବା ପାଇଁ ଭଲ ଘର ଖଣ୍ଡେ ନାହିଁ । କୁଇନ ର ଦୃଢ଼ ମନବଳ ନିଜେ ସ୍ବାବଲମ୍ବୀ ହେବା ଚିନ୍ତା ଧାରା ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ହେବା ସହ କଲେଜ୍ ତଥା ପଞ୍ଚାୟତ ପାଇଁ ଗର୍ବ ପାଲଟିଛି । ସରକାର ଏହି ଭଳି ଦୁଃଖୀ ପରିବାରଙ୍କୁ ଟିକିଏ ସାହାଯ୍ୟ କଲେ ପରିବାର ଭଲରେ ଚଳି ପାରିବେ ବୋଲି ପରିବାର ଲୋକେ ଆଶା। ରଖିଛନ୍ତି ।

Also Read: Puri News: ପୁରୀ ଓ କୋଣାର୍କ ବୁଲିରେ G20ର ୮ ଦେଶର ପ୍ରତିନିଧି ମଣ୍ଡଳୀ, ଦେଖନ୍ତୁ ଭିଡ଼ିଓ

Also Read: Atique Ahmed: ଅତିକଙ୍କୁ ହତ୍ୟା କରିବାକୁ ପୂର୍ବରୁ ହୋଇଥିଲା ଉଦ୍ୟମ, ପିଛା କରୁଥିଲେ ହତ୍ୟାକାରୀ: ପୋଲିସ