Khorda News: ଟ୍ରକ ପଛରେ ପିଟି ହୋଇ ଓଲଟି ପଡ଼ିଲା କାର, ଜଣେ ମୃତ
Advertisement
Article Detail0/zeeodisha/odisha1682116

Khorda News: ଟ୍ରକ ପଛରେ ପିଟି ହୋଇ ଓଲଟି ପଡ଼ିଲା କାର, ଜଣେ ମୃତ

Khorda Accident: ସ୍ଥାନୀୟ ଲୋକେ କାର ଡ୍ରାଇଭରଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିବା ବେଳେ ଅଧା ବାଟରେ ସମ୍ପୃକ୍ତ ଯୁବକ ଜଣକ ମୃତ୍ୟୁବରଣ କରିଥଲେ । ଏପଟେ ଖୋର୍ଦ୍ଧା ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। 

Khorda News: ଟ୍ରକ ପଛରେ ପିଟି ହୋଇ ଓଲଟି ପଡ଼ିଲା କାର, ଜଣେ ମୃତ

Khorda News: ଖୋର୍ଦ୍ଧା :(ସୂର୍ଯ୍ୟ ନାରାୟଣ ମହାନ୍ତି): ଖୋର୍ଦ୍ଧା ୧୬ ନମ୍ବର ଜାତୀୟ ରାଜପଥ ଦଧିମାଛଗାଡ଼ିଆ ଛକ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ଟ୍ରକକୁ ଧକ୍କା ଦେଲା କାର। ସୂଚନା ମୁତାବକ ଖୋର୍ଦ୍ଧା ଅଭିମୁଖେ ଆସୁଥିବା ଓଡ଼ି୦୨-ସିବି-୩୦୪୪ ନମ୍ବର ବିଶିଷ୍ଟ ଏକ ହୁଣ୍ଡାଇ ଭେନ୍ୟୁ କାର କୌଣସି କାରଣ ବଶତଃ ନିୟନ୍ତ୍ରଣ ହରାଇ ସାମ୍ନାରେ ଯାଉଥିବା ଏକ ଟ୍ରକର ପଛ ପଟକୁ ଧକ୍କା ଦେଇଥିବା ବେଳେ କାରର ସମ୍ମୁଖ ଭାଗ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିରୁଜି ଚୂରମାର୍ ହୋଇଯାଇଥିବା ଦେଖିବାକୁ ମିଳିଛି। 

ସ୍ଥାନୀୟ ଲୋକେ କାର ଡ୍ରାଇଭରଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରିଥିବା ବେଳେ ଅଧା ବାଟରେ ସମ୍ପୃକ୍ତ ଯୁବକ ଜଣକ ମୃତ୍ୟୁବରଣ କରିଥଲେ । ଏପଟେ ଖୋର୍ଦ୍ଧା ସଦର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ମୃତକ ଯୁବକ ଖୋର୍ଦ୍ଧା ଅଞ୍ଚଳର ଜଣେ ଜଣାଶୁଣା ବ୍ୟବସାୟୀ ମଦନରାମ ଅଗ୍ରୱାଲଙ୍କ ପୁଅ ଲୋକେଶ ଅଗ୍ରୱାଲ ବୋଲି ଜଣାପଡିଛି । ଲୋକେଶ ନିଜ ଦଧିମାଛଗାଡ଼ିଆ ସ୍ଥିତ ପେଟ୍ରୋଲ ପମ୍ପ୍ ରୁ ଘରକୁ ଫେରୁଥିବା ସମୟରେ ଦୁର୍ଘଟଣା ଘଟିଥିବା କୁହାଯାଉଛି। ଲୋକେଶଙ୍କ ମୃତ୍ୟୁ କୁ ନେଇ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସେହିପରି ବାଲେଶ୍ବର ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ କଲେଜ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା (Balosore Accident) । ଆଜି ଭୋର ସମୟରେ ଏକ ହାଇୱାକୁ ପଛ ପଟୁ ଧକ୍କା ଦେଇଥିଲା ଟ୍ରକ, ଫଳରେ ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ଜଣଙ୍କ ଅବସ୍ଥା ଗୁରୁତର (critical injured ) ରହିଛି । ଦୁର୍ଘଟଣା ପରେ ଟ୍ରକ ଡ୍ରାଇଭର ଫେରାର ଥିବା ସୂଚନା ମିଳିଛି । ଖବର ପାଇ ଘଟଣାସ୍ଥଳରେ ସୋର ଅଗ୍ନିଶମ ବାହିନୀ ପହଁଞ୍ଚି ଆହତଙ୍କୁ ଉଦ୍ଧାର କରି ସୋର ମେଡିକାଲକୁ ପଠାଇଛି । ପ୍ରକାଶ ଥାଉ କି, କୁକୁଡ଼ା ନେବା ପାଇଁ କୋଲକତାରୁ ଏକ ଟ୍ରକ ଖୋର୍ଦ୍ଧା ଅଭିମୁଖେ ଆସୁଥିଲା  । ଏହି ସମୟରେ ୧୬ ନମ୍ବର ଜାତୀୟ ରାଜପଥ କଲେଜ ଛକ ଜଗନ୍ନାଥ ଢାବା ନିକଟରେ ଟ୍ରକଟି ଏକ ହାଇୱାକୁ ପଛ ପଟୁ ଧକ୍କା ଦେଇଥିଲା । ଫଳରେ ଟ୍ରକରେ ୪ ଜଣ ଚାପି ହୋଇ ରହିଥିଲେ । ଦୁର୍ଘଟଣା ପରେ ସୋର ଅଗ୍ନିଶମ ବାହିନୀ ଗ୍ୟାସ କଟରରେ କାଟି ସମସ୍ତଙ୍କୁ ଉଦ୍ଧାର କରି ମେଡ଼ିକାଲ ପଠାଇଥିଲେ । ସେଠାରେ ଡ଼ାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ ।  ମୃତକ ଦୁଇ ଜଣ ହେଲେ ପଶ୍ଚିମବଙ୍ଗର ସୈଫୁଲ ଗାଜି ଓ ଅଶ୍ରଫ ସର୍ଦ୍ଦାର ।

ସେପଟେ ସୁବର୍ଣ୍ଣପୁର ଜିଲ୍ଲା ସୁବଳୟା ଥାନାର ପାଟ୍ରୋଲିଂ ଗାଡ଼ି ଦୁର୍ଘଟଣାଗ୍ରସ୍ତ (Subarnapur Patrolling van Accident) ହୋଇଛି । ଏଥିରେ ପାଞ୍ଚ ଜଣ ପୋଲିସ କର୍ମଚାରୀ ଆହତ ହୋଇଛନ୍ତି । ପାଟ୍ରୋଲିଂ ସାରି ଥାନାକୁ ଫେରିବା ସମୟରେ ସୁବଳୟା- ରେଢାଖୋଲ ରାସ୍ତା ବାଉରୀଯୋର ପୋଲ ନିଟକରୋ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ରାସ୍ତା କଡ଼ ଏକ ବର ଗଛକୁ ଧକ୍କା ଦେଇ ଗାଡ଼ଟି ଓଲଡ଼ି ପଡ଼ିଥିଲା । ସମସ୍ତ ଆହତ ପୋଲିସ କର୍ମଚାରୀଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ (Boudh Medical) ଚିକିତ୍ସା ଲାଗି ଭର୍ତ୍ତି କରାଯାଇଛି । ଦୁର୍ଘଟଣା ସମୟରେ ଗାଡି଼ରେ ସୁବଳୟା ଥାନା ସବ୍ ଇନ୍ସପେକ୍ଟର ରଞ୍ଜନ ଦିଗାଲ, ଏଏସଆଇ ଏସ ସେନ୍ଦ୍ରିଆଙ୍କ ସମେତ ୫ ଜଣ ପୋଲିସ କର୍ମଚାରୀ ଥିବା ଜଣାପଡ଼ିଛି ।

Also Read: Accident News: ବାଲେଶ୍ବରରେ ହାଇୱାକୁ ପିଟିଲା ଟ୍ରକ, ୨ ମୃତ; ସେପଟେ ଓଲଟିଲା ଥାନା ଗାଡ଼ି