Gajapati News: ହାତ ପାଣ୍ଡିରେ ସଂଗୃହିତ ଟଙ୍କାରେ ଘର ତିଆରି କରିଲେ ବଦାନ୍ୟ ବ୍ୟକ୍ତି
Advertisement
Article Detail0/zeeodisha/odisha1673575

Gajapati News: ହାତ ପାଣ୍ଡିରେ ସଂଗୃହିତ ଟଙ୍କାରେ ଘର ତିଆରି କରିଲେ ବଦାନ୍ୟ ବ୍ୟକ୍ତି

Gajapati News: ବାରମ୍ବାର ଗୁହାରୀ ସତ୍ବେ ମିଳିଲାନି ଆବାସ ଖଣ୍ଡେ। ଶେଷରେ ଲୋକଙ୍କ ଆଖିରେ ଦେଖିହେଲାନି ଗରିବ ଅସହାୟଙ୍କ ଦୁଃଖ କଷ୍ଟ । ହାତ ପାଣ୍ଡିରେ ସଂଗୃହିତ ଟଙ୍କାରେ ଘର ତିଆରି କରିଲେ ବଦାନ୍ୟ ବ୍ୟକ୍ତି ।

 

Gajapati News: ହାତ ପାଣ୍ଡିରେ ସଂଗୃହିତ ଟଙ୍କାରେ ଘର ତିଆରି କରିଲେ ବଦାନ୍ୟ ବ୍ୟକ୍ତି

Gajapati News: ଗଜପତି (ପ୍ରେମାନନ୍ଦ ପୂଜାରୀ): ଭୁମି ହୀନ ଗରିବ ପରିବାରକୁ ଭୁମି ସହ ପକ୍କାଘର ନିର୍ମାଣ ପାଇଁ ବିଭିନ୍ନ ଯୋଜନା ଯୋଗାଇ ଦେଉଛନ୍ତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର । ହେଲେ ବର୍ଷ ବର୍ଷ ଧରି ଝାଟି ମାଟି ପାଲ କୁଡିଆ ତଳେ ଜୀବନ ବିତାଉଥିବା ପରିବାର ପାଇଁ ନିଷ୍ଠୁର ପାଲଟିଯାଇଛି ସରକାର। ଘର ଖଣ୍ଡିଏ ଯୋଗାଇଦେବା ପାଇଁ ଗରୀବ ପରିବାରଟିଏ ସରକାରଙ୍କୁ ବାରମ୍ବାର ଗୁହାରୀ ଜଣାଇଆସୁଥିଲେ ମଧ୍ୟ ଶେଷରେ ନିରାଶ ହେବାକୁ ପଡିଛି। ତେବେ ବିକଳ ପରିସ୍ଥିତି କୁ ଦେଖିନପାରି ପାଇଁ ସାହାଯ୍ୟ ଓ ସହଯୋଗ ପାଇଁ ଆଗେଇ ଆସିଛନ୍ତି ସ୍ଥାନୀୟ ବ୍ୟବସାୟୀ ଓ କିଛି ତିଦ୍ଦତୀୟ ବଦ୍ୟାନ୍ୟ ବ୍ୟକ୍ତିମାନେ । ଏଭଳି କରୁଣ ଚିତ୍ର ଦେଖିବାକୁ ମିଳିଛି ଗଜପତି ଜ଼ିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମରେ।

ଦିନ ଥିଲା ମୁଣ୍ଡ ଉପରେ ଭଲ ଚାଳ ଖଣ୍ଡିଏ ନଥିଲା । ଖରା ବର୍ଷା ଶୀତ କାକରରେ ବର୍ଷ ବର୍ଷ ଧରି ପାଲତଳେ ଜୀବନ ବିତାଇଆସୁଥିଲେ । ଏବେ ପକ୍କା ଘର ନ ହେଲେ ମଧ୍ୟ ଟିଣ ପକାଇ ନିର୍ମାଣ ଚାଲିଛି ଘର । ମୋହନା ବ୍ଲକ ଅନ୍ତର୍ଗତ ଚାନ୍ଦିପୁଟ ଗ୍ରାମରେ ଥିବା ଗାଁ ଦାଣ୍ଡରେ ଛୋଟିଆ ବାସସ୍ଥାନ ଭାବେ ରହିଆସୁଥିବା ଦୁଇ ଅସହାୟ ପରିବାର କୁ ଏ ଯାଏଁ ମିଳିପାରୁନି ଘର ଖଣ୍ଡିଏ, ଯାହା ଫଳରେ ସ୍ଥାନୀୟ ଚନ୍ଦ୍ରଶେଖର ବ୍ୟବସାୟୀ ସଂଘ ର ହାତ ପାଣ୍ଠିରେ ଶ୍ରମିକ ଲଗାଇ ନିର୍ମାଣ ହୋଇପାରିଛି ଘର।

ଉକ୍ତ ଟିଣ ଘର ପାଇଁ ଟିଣ ଯୋଗାଇଦେଇଛନ୍ତି ମହେନ୍ଦ୍ରଗଡ ତିଦ୍ଦତୀୟ ସଂସ୍ଥା ଓଷି ଷ୍ଟେଫେନର ସ୍ବେଚ୍ଛାସେବୀମାନେ। ଚାନ୍ଦିପୁଟ ଗ୍ରାମର ଶଶି ଦଳାଇ ଓ ଭାନୁମତି ବେହେରା ଅତି ଅସହାୟ ଅବସ୍ଥାରେ କୁଲି ମଜୁରୀ ଲାଗି ପରିବାରର ଚଳାଇ ଆସୁଛନ୍ତି । ରହୁଥିବା ସ୍ଥାନଟି ଗାଁ ଦାଣ୍ଡ ହୋଇଥିବା ବେଳେ ତାଙ୍କ ନାମରେ କୌଣସି ଜମି ପଟ୍ଟା ନାହିଁ। ଆବାସ ଯୋଜନା ପାଇଁ ପଞ୍ଚାୟତ ଅଫିସ ଠାରୁ ଆରମ୍ଭ କରି ବ୍ଲକ ଅଫିସ ଓ ଆର ଆଇ ଅଫିସକୁ ଦୌଡି ଦୌଡି ଗୁହାରୀ ଜଣାଇବା ପରେ ନୟାନ୍ତ ହେବାକୁ ପଡିଛି। ଉକ୍ତ ଅସହାୟ ପ୍ରତି ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସୀଙ୍କ ସମେତ ପୁର୍ବତନ ବ୍ଲକ ଉପାଧ୍ୟକ୍ଷ ବିପ୍ରଚରଣ ବଳିଆରସିଂହ ମଧ୍ୟ ଅନେକ ଥର ପଞ୍ଚାୟତରେ ଜଣାଇଆସୁଛନ୍ତି ହେଲେ ଫଳ ସ୍ବରୁପ ଶୁନ। ପରିଣତ ବୟସରେ ଶଶି ଦଳାଇ ତିନି ପ୍ରାଣୀ କୁଟୁମ୍ବଙ୍କୁ ନେଇ ଚଳୁଥିଲେ କିଛି ଦିନ ତଳେ ତାଙ୍କ ସ୍ବାମୀ ତ୍ରିନାଥ ଦଳେଇ ପ୍ରାଣତ୍ୟାଗ କରିବା ପରେ ଏବେ ଅର୍ଦ୍ଧ ଭଗ୍ନ ଘରେ ମା ଓ ଝିଅ ଙ୍କ ଜୀବନ ବିତୁଛି । 

ସେହିପରି ଭାନୁ ବେହେରା ତାଙ୍କ ପଡିଶା ରହୁଥିବା ବେଳେ ସମାନ ପରିସ୍ଥିତି ରେ ଚଳୁଛନ୍ତି । ଯାହା ଫଳରେ ସ୍ଥାନୀୟ ଚନ୍ଦ୍ରଶେଖର ବ୍ୟବସ୍ୟାୟୀ ସଂଘ ର ସଭାପତି ବୌଦ୍ୟନାଥ ଦାସ ଙ୍କ ପ୍ରଚେଷ୍ଟା ରେ ନିଜ ବ୍ୟବସ୍ୟାୟୀ ମାନଙ୍କ ଠାରୁ ସଂଗୃହିତ ଅର୍ଥରେ ଘର ନିର୍ମାଣ କରିବାକୁ ଯୋଜନା କରିଥିଲେ ଏଥିପାଇଁ ଦୁଇ ପରିବାର ପାଇଁ ପ୍ରାୟ ୪୦ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ ହୋଇଥିବା ବେଳେ ମହେନ୍ଦ୍ରଗଡ ସ୍ଥିତ ତିଦ୍ଦତୀୟ ଓଷି ଷ୍ଟେଫନ ସଂସ୍ଥାର ସଭାପତି ପେମା ଗିଲପୋଙ୍କ ପ୍ରଚେଷ୍ଟାରେ ଆଠଟି ଟିଣ ମିଳିପରିଛି । 

ପ୍ରତି ଥର ନିର୍ବାଚିତ ସରପଞ୍ଚ ଙ୍କୁ ଅନେକ ଥର ଜଣାଇବା ପରେ ମଧ୍ୟ ଏମାନଙ୍କ ଅବସ୍ଥା ରେ କୌଣସି ପରିବର୍ତ୍ତନ ହେଉନଥିବା ଯୋଗୁଁ ହାତ ପାଣ୍ଠିରେ ଘର ଏବେ ନିର୍ମାଣ ଚାଲିଥିବା ପ୍ରକାଶ କରଛନ୍ତି ବ୍ୟବସ୍ୟାୟୀ ସଂଘର ସଭାପତି ବୌଦ୍ୟନାଥ ଦାସ । ଅନେକ ଗରୀବ ଅସହାୟ ଏବେ ବି ଅବହେଳିତ ଅବସ୍ଥାରେ ଥିବାରୁ ଖବର ପାଇଁ ସହାୟତା ପାଇଁ ସର୍ବଦା ଆଗ୍ରହୀ ଥିବା ବେଳେ ଅସହାୟ ବୃଦ୍ଧାଙ୍କ କଷ୍ଟ ଦେଖି ତିଦ୍ଦତୀୟ ଓଷି ଷ୍ଟେଫନ ସଂସ୍ଥା ଆଠଟି ଟିଣ ଯୋଗାଇଦେଇଛି ବୋଲି ତିଦ୍ଦତୀୟ ସ୍ବେଚ୍ଚାସେବୀ ମାନେ ପ୍ରକାଶ କରିଛନ୍ତି । ଯାହାକୁ ନେଇ ପରିବାର ଲୋକେ ଉପକୃତ ହେବା ସହ ବ୍ୟବସ୍ୟାୟୀ ସଂଘ ଓ ତୀଦ୍ଦତୀୟ ମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ।  ପ୍ରଶାସନର ପ୍ରୀତୀ ପୋଷଣ ହେଉକି ରାଜନୈତିକ ଇଛା ଶକ୍ତି ର ଅଭାବ ରୁ ପ୍ରକୃତ ହିତାଧିକାରୀ ଯୋଜନାର ସୁଫଳ ପାଇପାରୁ ନାହାନ୍ତି । 

ଚାନ୍ଦିପୁଟ ଗ୍ରାମରେ ଏହି ଭଳି ଅନେକ ଗରିବ ପରିବାର ସରକାରୀ ଯୋଜନାରେ ଘରବାରି ଆବାସ ଟିଏ ପାଇବା ଅତି କଷ୍ଟ ସାଧ୍ୟ । ସେପଟେ ଅନେକ ଅଯୋଗ୍ୟ ହିତାଧିକାରୀ ନିର୍ଦ୍ଧାରିତ ଠାରୁ ଅଧିକ ଜାଗାକୁ ହାତେଇ ଆବାସ ଯୋଜନା ରେ ଲାଭବାନ ହୋଇପରୁଛନ୍ତି । ଗରିବ ନିରିହ ପରିବାର ଙ୍କ ଉନ୍ନତି ଲାଗି ତୃଣ ମୁଳ ସ୍ତରରୁ ସରପଞ୍ଚ ଠାରୁ ବିଡିଓ ଦାୟିତ୍ବବଧ୍ୟ ରହିଥିବା ବେଳେ ଏକ୍ଷେତ୍ରରେ ବିକାଶ କ୍ଷେତ୍ରରେ ବ୍ୟାପକ ଅନିୟମିତା ପରିଲିକ୍ଷିତ ହେଉଛି, ତେବେ ଜିଲ୍ଲା ପ୍ରସାଶନ ଏଥିପ୍ରତି କେବେ ଦୃଷ୍ଟି ଦେବେ ଏବଂ ପ୍ରକୃତ ହିତାଧିକାରୀଙ୍କୁ ସହାୟତା କେବେ ଯୋଗାଇଦେବେ ତାକୁ ସମସ୍ତ ଙ୍କ ଅପେକ୍ଷା ।

Also Read: IPL 2023: କ୍ୟାରିୟରର ସବୁଠାରୁ ବ୍ୟୟବହୁଳ ବୋଲିଂ କଲେ ଏହି ଓଭର, ପଞ୍ଜାବକୁ ପରାଜୟର ମୁହଁ ଦେଖାଇଲେ