Diwali: ସୂର୍ଯ୍ୟପରାଗ ପାଇଁ ନୀତିକାନ୍ତି ଚୂଡ଼ାନ୍ତ, ଏତିକି ବେଳୁ ହେବ ଅନ୍ନଛାଡ଼, ସରିଲା ଦୀପାବଳି ନୀତି
Advertisement
Article Detail0/zeeodisha/odisha1409498

Diwali: ସୂର୍ଯ୍ୟପରାଗ ପାଇଁ ନୀତିକାନ୍ତି ଚୂଡ଼ାନ୍ତ, ଏତିକି ବେଳୁ ହେବ ଅନ୍ନଛାଡ଼, ସରିଲା ଦୀପାବଳି ନୀତି

ପବିତ୍ର ଦୀପାବଳି ଅମାବାସ୍ୟା। ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପରିବାର ସ୍ବଜନମାନେ ଆଧ୍ୟାତ୍ମିକ ପରିବେଶ ଶ୍ରୀକ୍ଷେତ୍ରରେ ପୟାଶ୍ରାଦ୍ଧ କରି କାଉଁରିଆ ଜାଳି ଆଲୋକ ପ୍ରଦାନ କରିଛନ୍ତି। ଆଶ୍ବିନ ମାସରେ ପିତୃପୁରୁଷମାନେ ଧରାଧାମକୁ ଆଗମନ କରିଥିଲେ ଓ କାର୍ତ୍ତିକ ଅମାବାସ୍ୟାରେ ସ୍ବସ୍ଥାନ ଗମନ କରିଥାନ୍ତି। ସେହି ଅବସରରେ ପୟାଶ୍ରାଦ୍ଧ ଓ କାଉଁରିଆ

Diwali: ସୂର୍ଯ୍ୟପରାଗ ପାଇଁ ନୀତିକାନ୍ତି ଚୂଡ଼ାନ୍ତ, ଏତିକି ବେଳୁ ହେବ ଅନ୍ନଛାଡ଼, ସରିଲା ଦୀପାବଳି ନୀତି

ପୁରୀ(ସଞ୍ଜୟ ମହାପାତ୍ର): ପବିତ୍ର ଦୀପାବଳି ଅମାବାସ୍ୟା। ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପରିବାର ସ୍ବଜନମାନେ ଆଧ୍ୟାତ୍ମିକ ପରିବେଶ ଶ୍ରୀକ୍ଷେତ୍ରରେ ପୟାଶ୍ରାଦ୍ଧ କରି କାଉଁରିଆ ଜାଳି ଆଲୋକ ପ୍ରଦାନ କରିଛନ୍ତି। ଆଶ୍ବିନ ମାସରେ ପିତୃପୁରୁଷମାନେ ଧରାଧାମକୁ ଆଗମନ କରିଥିଲେ ଓ କାର୍ତ୍ତିକ ଅମାବାସ୍ୟାରେ ସ୍ବସ୍ଥାନ ଗମନ କରିଥାନ୍ତି। ସେହି ଅବସରରେ ପୟାଶ୍ରାଦ୍ଧ ଓ କାଉଁରିଆ କାଠି ପ୍ରଜ୍ବଳନ କରାଯାଇ ପିତୃପୁରୁଷଙ୍କୁ ଆଲୋକ ଦେଖାଇ ବିଦାୟ ଦିଆଯାଇଛି। ଆହେ ବଢୁଆ, ଅନ୍ଧାରରେ ଆସି ଆଲୋକରେ ଯାଅ, ଗଙ୍ଗା ଯାଅ, ଗୟା ଯାଅ ବଇଶି ପାହାଚେ ମହାପ୍ରସାଦ ପାଇ ଆମକୁ ଅମୃତଦୃଷ୍ଟିରେ ଅନାଇଥାଏ।  

ସେପଟେ ମା କାଳୀଙ୍କ ପୂଜା ଆରାଧନା, ଶ୍ୟାମା ପୂଜା ଏହି ଅବସରରେ ଦୀପଦାନ କରାଯାଇଛି। ଆସନ୍ତାକାଲି ସୂର୍ଯ୍ୟପରାଗ। ଶ୍ରୀମନ୍ଦିର ହେବ ସଅଳ ନୀତି। ଆଜି ରାତି ୧୨ଟାରେ ହେବ ଦ୍ୱାର ଫିଟା। ଭୋର ୪ଟା ୫୫ମିନିଟ ସୁଦ୍ଧା ସରିବ ପ୍ରଥମ ଭୋଗମଣ୍ଡପ। ଏହି ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ ଭକ୍ତ। ତାପରେ ଦର୍ଶନ ଆରମ୍ଭ ହେବ ବୋଲି କହିଛନ୍ତି ଜିଲ୍ଲାପାଳ।

ଆହେ ବଡ ବଢୁଆ, ଅନ୍ଧାରରେ ଆସି ଆଲୋକରେ ଯାଅ, ଗଙ୍ଗା ଯାଅ, ଗୟା ଯାଅ ବାଇଶି ପାହାଚେ ମହାପ୍ରସାଦ ପାଇ ଆମକୁ ଅମୃତଦୃଷ୍ଟିରେ ଅନାଇଥାଏ। ଏମିତି କିଛି ଆଧ୍ୟାତ୍ମିକ ଶଦ୍ଦରେ ଗୁଞ୍ଜରିତ ହୋଇଛି  ଶ୍ରୀମନ୍ଦିର ସମ୍ମୁଖରେ। ଦୂରଦୂରାନ୍ତରୁ ଆସିଥିବା ଭକ୍ତମାନେ ତାଙ୍କ ପିତୃପୁରୁଷଙ୍କୁ ପୟା ଶ୍ରାଦ୍ଧ ପ୍ରଦାନ କରିଛନ୍ତି। ବିଭିନ୍ନ ପ୍ରକାର ଫଳମୂଳ, ଆଖୁକୁ କାଟି ନୈବେଦ୍ୟ ପ୍ରଦାନ କରି ଶ୍ରାଦ୍ଧ ଦେଇଛନ୍ତି। ଆଶ୍ବିନ ମାସରେ ପିତୃପୁରୁଷ ମାନେ ଧରାଧାମକୁ ଆଗମନ କରିଥିଲେ ଓ ମହାଳୟା ଅମାବାସ୍ୟାରେ ପିଣ୍ଡଦାନ ଶ୍ରାଦ୍ଧ ପ୍ରଦାନ କରାଯାଇଥିଲା ଆଜି କାର୍ତ୍ତିକ ଅମାବାସ୍ୟାରେ ସ୍ବସ୍ଥାନ ଗମନ କରିଥାନ୍ତି।। ସେହି ଅବସରରେ ପୟାଶ୍ରାଦ୍ଧ ଓ କାଉଁରିଆ କାଠି ପ୍ରଜ୍ବଳନ କରାଯାଇ ପିତୃପୁରୁଷଙ୍କୁ ଆଲୋକ ଦେଖାଇ ବିଦାୟ ଦିଆଯାଇଛି। 

ଆଜି ଚତୁର୍ଦ୍ଦଶୀ ଯୁକ୍ତ ଅମାବାସ୍ୟା ତିଥି। ସନ୍ଧ୍ୟା ୫ଟା ୩୭ମିନଟ ପରେ ଅମାବାସ୍ୟା ତିଥି ପ୍ରବେଶ କରିବ । ରାତ୍ର ୧୨ଟା ୫ମିନିଟରେ ପରେ ମା ଶ୍ୟାମାଙ୍କର ପୂଜାନୀତି ଆରମ୍ଭ ହେବ। ସେପଟେ ସୂର୍ଯ୍ଯ ପରାଗର ସ୍ପର୍ଶର ୧୨ଘଣ୍ଟା ପୂର୍ବରୁ ପାକ ତ୍ୟାଗ ନୀତି ରହିଛି। କେତୁଗ୍ରସ୍ତ ଖଣ୍ଡ ଗ୍ରାସ ସୂର୍ଯ୍ୟପରାଗ । ସେ ନେଇ ଆଜି ସୋମବାର ଅର୍ଥାତ ରାତ୍ରି ୪ଟା୫୭ରୁ ପାକ ତ୍ୟାଗ ଓ ଦେବ ନୀତି ନିଷେଧ । ଗ୍ରହଣ ସ୍ପର୍ଷ ଦିବା ୪ଟା ୫୬ ମିନିଟ ୫୨ ସେକେଣ୍ଡ, ଗ୍ରହଣ ସର୍ବମୋକ୍ଷ ସନ୍ଧ୍ୟା ୬ଟା୨୫ ମିନିଟ ୫୨ସେକେଣ୍ଡ ।  

ଶ୍ରୀମନ୍ଦିରରେ ମଙ୍ଗଳବାର ସୂର୍ଯ୍ୟପରାଗ ଦିନ ରାତ୍ର ୧୨ଟା ୧୦ରେ ଦ୍ୱାରଫିଟା, ମଙ୍ଗଳାଆରତୀ, ଅବକାଶ ପରେ ରାଧାଦାମୋଦର ବେଶ ପରେ ସକାଳଧୂପ, ବାଳଧୂପ, ୪ଟା ୫୫ରେ ଭୋଗମଣ୍ଡପ ଶେଷ ହୋଇ ନୀତି ବନ୍ଦ ରହିବ । ପୁଣି ଭୋଗ ମଣ୍ଡପ ସରିବା ପରେ ରାଧା ଦାମୋଦର ବେଶ ମଇଲମ ହୋଇ ଅପରାହ୍ନ ୪ଟା ୫୭ରେ ଗ୍ରହଣ ସ୍ପର୍ଶ ପରେ ଗ୍ରହଣ ମହାସ୍ନାନ, ଗ୍ରହଣ ଭୋଗ ନୀତି ବଢିବା ପରେ ଅନ୍ୟାନ୍ୟ ନୀତି ବଢିବ। ମୋଟ ୧୬ମିନିଟ ୨୬ସେକେଣ୍ଡ ପୁରୀକୁସୂର୍ଯ୍ୟ ପରାଗ ଦୃଶ୍ୟମାନ ହେଉଛି। ନୀତି ନିର୍ଘଣ୍ଟ ଅନୁସାରେ ସମସ୍ତ ନୀତି କାନ୍ତି କରାଯିବ। ସେପଟେ ଆସନ୍ତାକାଲି ସୂର୍ଯ୍ୟପରାଗ। ଶ୍ରୀମନ୍ଦିର ହେବ ସଅଳ ନିତି। ଆଜି ରାତି ୧୨ଟାରେ ହେବ ଦ୍ୱାର ଫିଟା। ଭୋର ୪ଟା ୫୫ମିନିଟ ସୁଦ୍ଧା ସରିବ ପ୍ରଥମ ଭୋଗମଣ୍ଡପ। ଏହି ସମୟରେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ ନାହିଁ ଭକ୍ତ। ତାପରେ ଦର୍ଶନ ଆରମ୍ଭ ହେବ ବୋଲି କହିଛନ୍ତି ଜିଲ୍ଲାପାଳ।

ଗତବର୍ଷ କରୋନା ଯୋଗୁଁ କାଉଁରିଆ ଜଳାଇବା ଉପରେ ଲାଗିଥିଲା କଟକଣା କିନ୍ତୁ ଚଳିତ ବର୍ଷ କୌଣସି ନ କଟକଣାନାହିଁ।  ଶ୍ରୀମନ୍ଦିର ସମ୍ମୁଖ ମଙ୍ଗୁମଠ ଓ ମା କାକୁଡିଖାଇ ମନ୍ଦିର ନିକଟରେ ଜଳାଯାଇଛି କାଉଁରିଆ ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି।