Nude Video Call: ୨୬ ଲକ୍ଷ ସହ ବ୍ୟାଙ୍କ ଅଫିସରଙ୍କ ଜୀବନ ନେଲା ନ୍ୟୁଡକଲ୍
Advertisement

Nude Video Call: ୨୬ ଲକ୍ଷ ସହ ବ୍ୟାଙ୍କ ଅଫିସରଙ୍କ ଜୀବନ ନେଲା ନ୍ୟୁଡକଲ୍

Nude Video Call Mystery: ନ୍ୟୁଡ କଲ ଲୋଭରେ ଫସିଗଲେ ବ୍ୟାଙ୍କ ଅଧିକାରୀ । ବିଭିନ୍ନ ସମୟରେ ଦିବ୍ୟରଞ୍ଜନ ବିଭିନ୍ନ ଆକାଉଣ୍ଟକୁ ଲକ୍ଷାଧିକ ଟଙ୍କା ପଠାଇଥିବା ପରିବାର ଲୋକ କହିଥିଲେ । ତେବେ ତଦନ୍ତ ବେଳେ ଦିବ୍ୟରଞ୍ଜନ ମିଶ୍ରଙ୍କ ଆତ୍ମହତ୍ୟାର କାରଣ ନ୍ୟୁଡ୍‌ କଲ ବୋଲି ପୋଲିସ ଜାଣିବାକୁ ପାଇଥିଲା ।

Nude Video Call: ୨୬ ଲକ୍ଷ ସହ ବ୍ୟାଙ୍କ ଅଫିସରଙ୍କ ଜୀବନ ନେଲା ନ୍ୟୁଡକଲ୍

Nude Video Call: ସୋନପୁରର ବ୍ୟାଙ୍କ ଅଧିକାରୀ  ଦିବ୍ୟ ରଞ୍ଜନ ମିଶ୍ରଙ୍କ ଆତ୍ମହତ୍ୟା ମାମଲାରେ ଆସିଛି ନୂଆମୋଡ। ଦିବ୍ୟଙ୍କ ମୃତ୍ୟୁ ପଛରେ ନ୍ୟୁଡ କଲ ରହିଛି ବୋଲି ପୋଲିସ ସ୍ପଷ୍ଟ କରିଛି। ବ୍ୟାଙ୍କ ଅଧିକାରୀ ଦିବ୍ୟରଞ୍ଜନ ମିଶ୍ର ଆତ୍ମହତ୍ୟା ଘଟଣାର ରହସ୍ୟ ଖୋଲିଛି ଏବେ ପୋଲିସ । ଆଉ ଏହି ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ସୋନପୁର ପୋଲିସ ଗିରଫ କରିବା ପରେ ଆତ୍ମହତ୍ୟା ରହସ୍ୟ ଉପରୁ ପରଦା ହଟିଛି ।

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (Punjab National Bank) ଅଧିକାରୀ ଦିବ୍ୟ ରଞ୍ଜନ ମିଶ୍ର ଗତ ଅଗଷ୍ଟ ୮ ତାରିଖରେ ଡୁଙ୍ଗୁରିପାଲି ନିକଟ ଚେରୁପାଲି ଅଙ୍ଗନଦୀକୁ ଡେଇଁ ଆତ୍ମହତ୍ୟା କରିଥିଲେ । ଘଟଣା ନେଇ ପରିବାର ପକ୍ଷରୁ ଡୁଙ୍ଗୁରିପାଲି ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା । ପରିବାର ଲୋକଙ୍କ କହିବାକଥା, ଦିବ୍ୟରଞ୍ଜନ ବହୁତ ଦିନ ଧରି ମାନସିକ ଅଶାନ୍ତିରେ କାଳାତିପାତ କରୁଥିଲେ । ପୋଲିସ ଏହାକୁ ଆଧାର କରି ତଦନ୍ତ ଚଳାଇଥିଲା । ପରେ ଜଣାପଡିଥିଲା ବିଭିନ୍ନ ସମୟରେ ଦିବ୍ୟରଞ୍ଜନ ବିଭିନ୍ନ ଆକାଉଣ୍ଟକୁ ଲକ୍ଷାଧିକ ଟଙ୍କା ପଠାଇଥିବା ପରିବାର ଲୋକ କହିଥିଲେ । ତେବେ ତଦନ୍ତ ବେଳେ ଦିବ୍ୟରଞ୍ଜନ ମିଶ୍ରଙ୍କ ଆତ୍ମହତ୍ୟାର କାରଣ ନ୍ୟୁଡ୍‌ କଲ ବୋଲି ପୋଲିସ ଜାଣିବାକୁ ପାଇଥିଲା ।

Also Read: Archana Nag: 'So Called Victim' କିଏ ମୁହଁ ଖୋଲିଲେ ଅର୍ଚ୍ଚନା

ରାଜସ୍ଥାନର ଏକ ଗ୍ୟାଙ୍ଗ ଦିବ୍ୟରଞ୍ଜନଙ୍କୁ ଫସାଇଥିଲେ। ପ୍ରଥମେ କଲ କରି ମିଠା ମିଠା କଥା କହିଥିଲେ ଏହାପରେ ନ୍ୟୁଡ୍‌ କଲ କରି ବ୍ଲାକମେଲ କରିବା ଆରମ୍ଭ କରିଥିଲେ। ଏ ବାବଦରେ ପୋଲିସ କିମ୍ବା ପରିବାର ଲୋକଙ୍କୁ କହିପାରିନଥିଲେ ଦିବ୍ୟରଞ୍ଜନ। ଏହି ଗ୍ୟାଙ୍ଗ ଦିବ୍ୟଙ୍କୁ ବାରମ୍ବାର ବ୍ଲାକମେଲ କରି ୪୦ଟି ପର୍ଯ୍ୟାୟରେ ୨୬ ଲକ୍ଷ ଟଙ୍କା ନେଇଯାଇଥିଲେ । ଏହାପରେ ବି ଦିବ୍ୟରଞ୍ଜନଙ୍କୁ ଶାନ୍ତିରେ ରଖେଇ ଦେଇନଥିଲେ ଏହି ଗ୍ୟାଙ୍ଗ । ନ୍ୟୁଡ କଲ (Nude Call) ଭାଇରାଲ କରିବା ଧମକ ଦିବ୍ୟରଞ୍ଜନ ମାନସିକ ଚାପଗ୍ରସ୍ତକୁ ବଢାଇଦେଇଥିଲା । ଯାହାଫଳରେ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଥିବା ପୋଲିସ କହିଛି । 

Also Read: Shocking Incident: ଦେଢ଼ ବର୍ଷ ପରେ ପ୍ଲାଷ୍ଟିକ ଡ୍ରମରୁ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର, ଉଡିଗଲା ଘର ମାଲିକଙ୍କ ହୋସ୍

ଏହି ଘଟଣାରେ ରାଜସ୍ଥାନ (Rajasthan) ଜଇରୋଲି ଗାଁର ମେହେବୁବ ଏବଂ ସରହେତା ଗାଁର ଆଦିଲ ନାମକ ଦୁଇ ଯୁବକଙ୍କୁ ସୋନପୁର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଘଟଣାରେ ସମ୍ପୃକ୍ତ ଅନ୍ୟ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯିବା ନେଇ ସୋନପୁର ପୋଲିସ ନିଜର ଟିମ କୁ ସକ୍ରିୟ ରଖିଛି। ତେବେ ସମସ୍ତେ ଗିରଫ ପରେ ଏମାନଙ୍କ ମାଷ୍ଟର ମାଇଣ୍ଡ କିଏ କେବଳ ଟଙ୍କା ପାଇଁ ନା ଆଉ କିଛି ପାଇଁ ଏମାନେ ବ୍ଲାକମେଲ କରୁଛନ୍ତି ତାହା ଜଣାପଡିବ ବୋଲି ପୋଲିସ କହିଛି। ସେହିପରି ଏମିତି ଘଟଣାରେ କେବଳ ଯେ, ଦିବ୍ୟରଞ୍ଜନ ଫସିଛନ୍ତି ନା ଆଉ କେହି ସେ ତଦନ୍ତ ବି ଜାରି ରଖିଛି ପୋଲିସ।