Shocking News: ସ୍ତ୍ରୀ ଗର୍ଭବତୀ, ବିବାହ ବିଚ୍ଛେଦ ପାଇଁ ଏଚଆଇଭି ଇଞ୍ଜେକସନ ଦେଲା ସ୍ୱାମୀ
Advertisement
Article Detail0/zeeodisha/odisha1490735

Shocking News: ସ୍ତ୍ରୀ ଗର୍ଭବତୀ, ବିବାହ ବିଚ୍ଛେଦ ପାଇଁ ଏଚଆଇଭି ଇଞ୍ଜେକସନ ଦେଲା ସ୍ୱାମୀ

Shocking Crime News: ଆନ୍ଧ୍ର ପ୍ରଦେଶରେ ଅଦ୍ଭୁତ ଘଟଣା। ମହିଳାଙ୍କ କହିବାକଥା, ତାଙ୍କୁଅ ରାସ୍ତାରୁ ହଟାଇବା ସହ ଏଚଆଇଭି ପଜିଟିଭ କରି ବିବାହ ବିଚ୍ଛେଦ ଚାହୁଁଥିଲେ ଅଭିଯୁକ୍ତ ସ୍ୱାମୀ। ହେଲେ ତାହା ସଫଳ ହୋଇପାରିନଥିଲା। ପୋଲିସ ଏ ଘଟଣାରେ ତଦନ୍ତ ଜାରି ରଖିଥିବା ବେଳେ ମହିଳା ଜଣକଙ୍କ ଚିକିତ୍ସା ଜାରି ରହିଛି।

Shocking News: ସ୍ତ୍ରୀ ଗର୍ଭବତୀ, ବିବାହ ବିଚ୍ଛେଦ ପାଇଁ ଏଚଆଇଭି ଇଞ୍ଜେକସନ ଦେଲା ସ୍ୱାମୀ

Shocking News: କୁହାଯାଏ ସ୍ୱାମୀ ସ୍ତ୍ରୀଙ୍କ ସମ୍ପର୍କ ସବୁଠାରୁ ପବିତ୍ର । ସ୍ୱାମୀର ସବୁ ଦୁଃଖସୁଖରେ ସାମିଲ ହୋଇଥାଏ ସ୍ତ୍ରୀ । ସେହିଭଳି ସ୍ତ୍ରୀର ସବୁ ହାନିଲାଭରେ ଛିଡ଼ା ହୋଇଥାଏ ସ୍ୱାମୀ। ହେଲେ ଏମିତି ଏକ ଘଟଣା ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିଦେବ । ଏହି ଘଟଣା ଘଟିଛି ଆନ୍ଧ୍ରପ୍ରଦେଶର ତାଡେପାଲ୍ଲୀ ଅଞ୍ଚଳରେ। ବିବାହର କିଛିବର୍ଷ ଯିବା ପରେ ସ୍ତ୍ରୀ ଗର୍ଭବତୀ ହେବା ପରେ ୪୦ ବର୍ଷୀୟ ସ୍ୱାମୀର ଅସଲ ଚେହେରା ସାମ୍ନାକୁ ଆସିଥିଲା । ସ୍ୱାମୀ ଚାହୁଁନଥିଲା ସ୍ତ୍ରୀର ପିଲାଛୁଆ ହେଉ । ସେଥିପାଇଁ ସ୍ୱାମୀ ଜଣେ କ୍ୱାକ୍ ସହ ମିଶି ଷଡ଼ଯନ୍ତ୍ର ରଚିଥିଲା। କ୍ୱାକ ସହ ମିଶି ସ୍ତ୍ରୀକୁ ଏଚଆଇଭି ଇଞ୍ଜେକସନ ଦେଇଥିଲା । 

ଚେକ୍ ଅପ ବାହାନା କରି ସ୍ତ୍ରୀ ଗର୍ଭବତୀ ଥିବା ସମୟରେ କ୍ୱାକ୍ ସହ ମିଶି ସ୍ତ୍ରୀକୁ ଏଚଆଇଭି ଇଞ୍ଜେକସନ(Hiv Injection) ସ୍ୱାମୀ ଦେଇଥିଲା । ପରେ ଘଟଣା ସମ୍ପର୍କରେ ଜଣାପଡିବା ପରେ ପୋଲିସ କୁ ଖବର ଦେଇଥିଲେ ମହିଳା। ମହିଳା ଜଣଙ୍କ ଏକଥା ବି ଅଭିଯୋଗ କରିଛନ୍ତି ଯେ, ତାଙ୍କ ସ୍ୱାମୀ ଜଣେ ୨୧ ବର୍ଷୀୟ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖିଛନ୍ତି। ତେବେ ମହିଳାଙ୍କ କହିବାକଥା, ତାଙ୍କୁଅ ରାସ୍ତାରୁ ହଟାଇବା ସହ ଏଚଆଇଭି ପଜିଟିଭ କରି ବିବାହ ବିଚ୍ଛେଦ (Divorce) ଚାହୁଁଥିଲେ ଅଭିଯୁକ୍ତ ସ୍ୱାମୀ। ହେଲେ ତାହା ସଫଳ ହୋଇପାରିନଥିଲା। ପୋଲିସ ଏ ଘଟଣାରେ ତଦନ୍ତ ଜାରି ରଖିଥିବା ବେଳେ ମହିଳା ଜଣକଙ୍କ ଚିକିତ୍ସା ଜାରି ରହିଛି।

Also Read:  Archana Nag Diary: ED ହାତରେ ଅର୍ଚ୍ଚନାଙ୍କ ଡାଏରୀ, ବଡ଼ବଡ଼ିଆଙ୍କ ଛାତିରେ ପଶିଲା ଛନକା !

ସୂଚନାନୁସାରେ, ୨୦୨୦ ମସିହାରେ ସମାନ ଏମିତି ଏକ ଘଟଣା ଦେଖିବାକୁ ମିଳିଥିଲା କେରଳରେ । ଜଣେ ବ୍ୟକ୍ତି ପୁନର୍ବିବାହ କରିବା ପାଇଁ ନିଜ ସ୍ତ୍ରୀକୁ ବିଷାକ୍ତ ସାପ ଦ୍ୱାରା ହତ୍ୟା କରିଥିଲେ। କେରଳ କୋଲ୍ଲମ (Kerala Kolam District) ଜିଲ୍ଲାର ଏହି ଘଟଣା ପୁରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଥିଲା। ସାପ ଧରାଳିଠାରୁ (Snake Helpline) ସାପ କିଣି ପ୍ରଥମେ ନିଜ ସ୍ତ୍ରୀକୁ ମାରିବାକୁ ଉଦ୍ୟମ କରିଥିଲେ। ପ୍ରଥମେ ବିଷାକ୍ତ ସାପ କାମୁଡିବା ପରେ ଉଥରାଙ୍କୁ ହସ୍ପିଟାଲ ନିଆଯାଇଥିଲା । ସେଠାରୁ ସେ ସୁସ୍ଥ ହୋଇଫେରିଥିଲେ। ପରେ ୨ ଦିନ ପରେ ଅଭିଯୁକ୍ତ ସ୍ୱାମୀ ତାଙ୍କୁ ମାରିବାକୁ ଏକ ନାଗ ସାପ କିଣି ଉଥରାଙ୍କ ଶୋଇବା ଘରେ ଛାଡିଦେଇଥିଲେ। 

Also Read:  Karnataka: ଶିକ୍ଷକଙ୍କୁ ନିର୍ଘାତ ପିଟିଲେ ଛାତ୍ରୀ, ଜାଣନ୍ତୁ କାରଣ

ଯେତେବେଳେ ଉଥରା ଶୋଇବାକୁ ଯାଇଥିଲେ ପରେ ଏହି ନାଗ ସାପ ତାଙ୍କୁ ଦୁଇଥର ଦଂଶିଥିଲା । ସେହି ସମୟରେ ଉଥରାଙ୍କ ଅଭିଯୁକ୍ତ ସ୍ୱାମୀ ଘରେ ନଥିଲେ । ହତ୍ୟାର ପ୍ଲାନିଂ କରି ସେ ଘର ଛାଡି ବାହାରକୁ ପଳାଇଥିଲେ। ଅଚେତ ଅବସ୍ଥାରେ ଉଥରାଙ୍କୁ ଦେଖି ତାଙ୍କ ମା ତାଙ୍କୁ ହସ୍ପିଟାଲକୁ ନେଇଥିଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହାକୁ ଦୁର୍ଘଟଣା ରୂପ ଦେବାକୁ ଅଭିଯୁକ୍ତ ସ୍ୱାମୀ ସୋରାଜ ଚେଷ୍ଟା କରିଥିଲେ ମଧ୍ୟ କେରଳ ପୋଲିସ କିନ୍ତୁ ଏଥିରେ ଭ୍ରମିତ ହୋଇନଥିଲା। କେରଳ ପୋଲିସର କ୍ରାଇମବ୍ରାଞ୍ଚ (Kerala Police Crime Branch) ଏହି ଘଟଣା ର ପର୍ଦ୍ଦାଫାଶ କରିବା ପରେ ଏଘଟଣାର ଅସଲ କାହାଣୀ ଉପରକୁ ଆସିଥିଲା।