Archana Nag: ଗତବର୍ଷ ଏନଜୟ କରୁଥିଲେ ନାଗ ଦମ୍ପତି, ଏବେ ଜେଲରେ ଏମିତି ପାଳିବେ ନବବର୍ଷ...
Advertisement
Article Detail0/zeeodisha/odisha1501287

Archana Nag: ଗତବର୍ଷ ଏନଜୟ କରୁଥିଲେ ନାଗ ଦମ୍ପତି, ଏବେ ଜେଲରେ ଏମିତି ପାଳିବେ ନବବର୍ଷ...

Lady Black Mailer  Archana Nag: ଲେଡି ବ୍ଲାକମେଲରଙ୍କ ରହିଥିଲା ହାଇପ୍ରୋଫାଇସଲ ନେତାଙ୍କ ସହ ଲିଙ୍କ। ନେତା ମନ୍ତ୍ରୀ ଓ ବଡ଼ବଡ଼ିଆଙ୍କ ସହ ଚାଲିଥିଲା ବସାଉଠା । ଅକ୍ଟୋବର ପ୍ରଥମ ପହିଲାରୁ ଜେଲରେ ଅଛନ୍ତି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ୍। ପରେ ଫେରାର ଥିବା ଚର୍ଚ୍ଚା ହେଉଥିବା ବେଳେ ଧରାପଡ଼ିଥିଲେ ସ୍ୱାମୀ ଜଗବନ୍ଧୁ ଚାନ୍ଦ । ଗତବର୍ଷ ଧୁମଧାମରେ ନବବର୍ଷ ପାଳିଥିବା ବେଳେ ଚଳିତ ବର୍ଷ ଜେଲରେ ଅଛନ୍ତି ନାଗ୍ ଚାନ୍ଦ ଦମ୍ପତି। 

Archana Nag: ଗତବର୍ଷ ଏନଜୟ କରୁଥିଲେ ନାଗ ଦମ୍ପତି, ଏବେ ଜେଲରେ ଏମିତି ପାଳିବେ ନବବର୍ଷ...

Archana Nag: ଚଳିତ ବର୍ଷର ଅପରାଧ କ୍ଷେତ୍ରରେ ବଡ଼ ଘଟଣା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ୍ ଗିରଫ ମାମଲା। ଅକ୍ଟୋବର ୭ ତାରିଖରେ ଗିରଫ ହୋଇଥିଲେ ବହୁ ଚର୍ଚ୍ଚିତ ଅର୍ଚ୍ଚନା ନାଗ୍‌‌ । ନେତା ମନ୍ତ୍ରୀ ଓ ବ୍ୟବସାୟୀଙ୍କୁ ନିଜ ଜାଲରେ ଫସାଇ ଲୁଟୁଥିଲେ କୋଟି କୋଟି ଟଙ୍କା । ହେଲେ ଏହି ଠକାମୀ ବେଶି ଦିନ ଚାଲିପାରିଲା ନାହିଁ। ଲେଡି ବ୍ଲାକମେଲରଙ୍କ ରହିଥିଲା ହାଇପ୍ରୋଫାଇସଲ ନେତାଙ୍କ ସହ ଲିଙ୍କ। ନେତା ମନ୍ତ୍ରୀ ଓ ବଡ଼ବଡ଼ିଆଙ୍କ ସହ ଚାଲିଥିଲା ବସାଉଠା । ଆଉ ସେହି ପାପ ଟଙ୍କାରେ ଆଲିସାନ୍ ଘର ଛିଡ଼ା କରିଥିଲା ନାଗ୍ ଦମ୍ପତି। ଘରକୁ ସୁନ୍ଦର କରିବାକୁ ବ୍ୟବହାର କରାଯାଉଥିଲା ଦାମୀ ଦାମୀ ଫର୍ଣ୍ଣିଚର । 

ତେବେ ନାଗ୍ ଦମ୍ପତିଙ୍କ ସୋସିଆଲ ମିଡିଆ (Social Media) ପ୍ରୋଫାଇଲ ଦେଖିଲେ ଲାଗୁଛି ନାଗ ଦମ୍ପତି ଦୁଃଖ ବୋଲି କଣ ଜାଣିନଥିବେ। ଘରର ପ୍ରତିଷ୍ଠା ଠାରୁ ଆରମ୍ଭ କରି ଗାଡ଼ି ଓ ଫର୍ଣ୍ଣିଚରର ଫଟୋ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । ତେବେ ଆକଳନ କରାଯାଉଛି ଗତବର୍ଷ ନୂଆବର୍ଷ ଖୁବ ଧୁମଧାମରେ ସ୍ୱାଗତ କରିଥିବେ । ହେଲେ ନାଗ୍ ଦମ୍ପତି କେବେ ବି ଭାବିନଥିବେ ୨୦୨୨ ମସିହା ତାଙ୍କ ପାଇଁ ଏମିତି ବିପଦ ଆଣିଦେବ । ଅକ୍ଟୋବର ପ୍ରଥମ ପହିଲାରୁ ଜେଲରେ ଅଛନ୍ତି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ୍। ପରେ ଫେରାର ଥିବା ଚର୍ଚ୍ଚା ହେଉଥିବା ବେଳେ ଧରାପଡ଼ିଥିଲେ ସ୍ୱାମୀ ଜଗବନ୍ଧୁ ଚାନ୍ଦ । 

Also Read:  Shocking News: ପ୍ରେମିକାଙ୍କୁ ପ୍ରେମିକଙ୍କ ଚଟକଣି, ଭିଡ଼ିଓ ଭାଇରାଲ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲା ପୋଲିସ

ତେବେ ଏହି ଘଟଣାର ତଦନ୍ତ ଚାଲୁ ରହିଥିବା ବେଳେ ଶୁକ୍ରବାର ପୁଣିଥରେ ଜଗବନ୍ଧୁ ଚାନ୍ଦଙ୍କୁ ଗିରଫ କରିଛି ଇଡି। ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦଙ୍କୁ ଗିରଫ କରିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ। ଗିରଫ କରି ଦ୍ୱିତୀୟ ଥର ପାଇଁ ରିମାଣ୍ଡରେ ନେବାକୁ ଇଡିର ଯୋଜନା ରହିଛି । ଘର, ଗାଡି, ଫର୍ଣ୍ଣିଚର ସହ ବ୍ୟାଙ୍କରେ ଟଙ୍କା କାରବାର ନେଇ ଇଡି ଯାଞ୍ଚ କରୁଛି । ବେଆଇନ ଅର୍ଥ କାରବାର (Illigal Money Laundring) ମାମଲାରେ ପ୍ରମାଣ ପାଇବା ପରେ ଇଡି(ED) ଜଗବନ୍ଧୁଙ୍କୁ ଗିରଫ କରିଛି। ପୂର୍ବରୁ ଇଡି ଅର୍ଚ୍ଚନା ଏବଂ ଖଗେଶ୍ୱରଙ୍କୁ ଗିରଫ କରି ରିମାଣ୍ଡରେ ନେଇ ଯାଞ୍ଚ କରିସାରିଥିଲା। 

Also Read: Crime News: ଭୟଙ୍କର ଥିଲା ହତ୍ୟା ସମୟର ଛବି, ଯୁବକଙ୍କୁ ନିର୍ମମ ଭାବେ ଛୁରି ଭୁଷି ହତ୍ୟା କଲେ ୮ ଯୁବତୀ

ଲେଡି ବ୍ଲାକମେଲର ଅର୍ଚ୍ଚନା (Lady Blackmailer Archana) ଓ ଜଗବନ୍ଧୁ ଦୁହେଁ ଜେଲରେ ଥିବା ବେଳେ ଦମ୍ପତିଙ୍କ ଗୋଟିଏ ବୋଲି ପୁଅ ପରିବାର ପାଖରେ ଅଛନ୍ତି। ଆଉ କିଛିଦିନ ପରେ ସମସ୍ତେ ନୂଆବର୍ଷକୁ ସ୍ୱାଗତ କରିବାକୁ ପ୍ରସ୍ତୁତି ଜାରି ରଖିଥିବା ବେଳେ ଇଡିର ସାମ୍ନା କରିବେ ନାଗ୍ ଦମ୍ପତି । ଇଡିର ଜେରାର ସାମ୍ନା କରିପାରନ୍ତି ଦମ୍ପତି । ଏତେ ଟଙ୍କା ତାଙ୍କୁ କିଏ ଦେଉଥିଲା କେଉଁ ବଡ଼ ବଡ଼ିଆ ଲୋକଙ୍କ ସହ ତାଙ୍କର ବସାଉଠା ଥିଲା ସେନେଇେ ମଧ୍ୟ ଇଡି ଯାଞ୍ଚ କରୁଛି। ସେପଟେ ଇଡି ହାତରେ ଲାଗିଥିବା ଅର୍ଚ୍ଚନାଙ୍କ ଡାଏରୀ ପୂର୍ବରୁ ଜବତ ହୋଇଥିବା ବେଳେ ଗତକାଲି ଅର୍ଚ୍ଚନାଙ୍କ ହ୍ୟାଣ୍ଡରାଇଟିଂ ସାମ୍ପଲ ସଂଗ୍ରହ କରାଯାଇଛି।