Noida Hit And Run: ପୁଣି ଗାଡ଼ି ପିଟିଲେ, ୫୦୦ ମିଟର ଘୋଷାଡ଼ିନେଲେ
Advertisement

Noida Hit And Run: ପୁଣି ଗାଡ଼ି ପିଟିଲେ, ୫୦୦ ମିଟର ଘୋଷାଡ଼ିନେଲେ

Swiggy Delivery Boy Dragged By Car: ହିଟ୍ ଆଣ୍ଡ ରନ୍ କେସର ପୁନରାବୃତ୍ତି । ଘଟଣାଟି ଘଟିଛି ଉତ୍ତର ପ୍ରଦେଶର ନୋଏଡାରେ। ନୂଆବର୍ଷ ରାତି ରାତି ୧ଟାରେ କୌଶଲଙ୍କ ଭାଇ ଅମିତ ତାଙ୍କୁ ଫୋନ୍‌ କରିବା ପରେ ଦୁର୍ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ଫୋନ୍‌ ଉଠାଇଥିଲେ। ଏହାପରେ ଘଟଣା ସମ୍ପର୍କରେ ଅମିତଙ୍କୁ ଜଣାଇଥିଲେ।   

Noida Hit And Run: ପୁଣି ଗାଡ଼ି ପିଟିଲେ, ୫୦୦ ମିଟର ଘୋଷାଡ଼ିନେଲେ

Noida Hit And Run: ରାଜଧାନୀ ଦିଲ୍ଲୀରେ ହୋଇଥିବା ହିଟ୍‌-ଆଣ୍ଡ୍‌-ରନ୍‌ କେସ୍‌ ମନରୁ ନଲିଭୁଣୁ ପୁଣି ଥରେ ସାମ୍ନାକୁ ଆସିଛି ଆଉ ଏକ ଛାତିଥରା ଘଟଣା। ଘଟଣାଟି ଘଟିଛି ଉତ୍ତର ପ୍ରଦେଶର ନୋଏଡା ଅଞ୍ଚଳରେ। ଘଟଣାଟି ଜାନୁଆରୀ ପହିଲାର କୁହାଯାଉଛି। ନୋଏଡା ସେକ୍ଟର ୧୪ ଏ ରେ ଏହି କାଣ୍ଡ ଘଟିଛି। ସ୍ୱିଗିରେ ଡେଲିଭରୀ ବୟ (Swiggy Delivery Boy)ଭାବେ କାର୍ଯ୍ୟ କରୁଥିବା କୌଶଲ ନୂଆବର୍ଷ ଦିନ ରାତିରେ ଫୁଡ୍‌ ଡେଲିଭରୀ ପାଇଁ ବାହାରି ଥିଲେ। ଏହି ସମୟରେ ୧୪ ଏ ଫ୍ଲାଏଓଭର ନିକଟରେ ତାଙ୍କ ଦୁଇ ଚକିଆ ଯାନକୁ ଏକ କାର୍‌ ଧକ୍କା ଦେଇଥିଲା। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, କାର୍‌ ଧକ୍କା ଦେବା ପରେ ଦୁର୍ଘଟଣାସ୍ଥଳରୁ ତାଙ୍କୁ ୫୦୦ ମିଟର ଯାଏ ଘୋଷାଡ଼ି ନେଇଥିଲା। 

୫୦୦ ମିଟର କୌଶଲଙ୍କୁ କାର୍ ଟି ଘୋଷାଡ଼ି ନେବା ପରେ ଏକ ମନ୍ଦିର ନିକଟରେ କାର୍‌ ଅଟକି ଥିଲା। ତେବେ କାର୍‌ ଡ୍ରାଇଭର ଘଟଣା ପରେ ପରେ ଫେରାର ହୋଇଯାଇଥିଲେ। ରାସ୍ତା ଉପରେ କୌଶଲଙ୍କ ମୃତଦେହ ସେମିତି ପଡ଼ି ରହିଥିଲା। ନୂଆବର୍ଷ ରାତି ରାତି ୧ଟାରେ କୌଶଲଙ୍କ ଭାଇ ଅମିତ ତାଙ୍କୁ ଫୋନ୍‌ କରିବା ପରେ ଦୁର୍ଘଟଣାସ୍ଥଳରେ ଉପସ୍ଥିତ ଥିବା ଜଣେ ବ୍ୟକ୍ତି ଫୋନ୍‌ ଉଠାଇଥିଲେ। ଏହାପରେ ଘଟଣା ସମ୍ପର୍କରେ ଅମିତଙ୍କୁ ଜଣାଇଥିଲେ। ଅମିତଙ୍କ ଅଭିଯୋଗ ଆଧାରରେ ଏକ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଛି। 

ଏହାସହ ସେହିଦିନର ଘଟଣା ବାବଦରେ ଫ୍ଲାଏଓଭରରେ ଲାଗିଥିବା ସିସିଟିଭି (Fly Over CCTV) ଫୁଟେଜକୁ ପୋଲିସ ଯାଞ୍ଚ କରୁଛି। ଏହି ଘଟଣା ପରେ ପୋଲିସର ଟେନସନ ବଢିଛି । କାରଣ ୫ ଦିନ ମଧ୍ୟରେ ଦୁଇ ଦୁଇଟି ଘଟଣାକୁ ନେଇ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୂଚନାଯୋଗ୍ୟ, ଦିଲ୍ଲୀ ସୁଲତାନପୁରୀରେ ୨୦ ବର୍ଷୀୟ ଯୁବତୀଙ୍କୁ ଏକ କାର୍‌ ଧକ୍କା ଦେବା ସହ ତେର କିଲୋମିଟର ଯାଏଁ ତାଙ୍କୁ ଘୋଷାଡ଼ି ନେଇଥିଲା। ଏହି ଭୟଙ୍କର ଦୁର୍ଘଟଣାରେ ଅଞ୍ଜଳି ସିଂଙ୍କ ମୃତ୍ୟୁ (Delhi Anjali Singh Death) ହୋଇଥିଲା। 

ସାରା ଦେଶରେ ନୂଆବର୍ଷ ସେଲିବ୍ରେସନ୍‌ (New Year Celebration) ଚାଲି ଥିବାବେଳେ ଦିଲ୍ଲୀରେ ଏହି ଛାତିଥରା ଦୁର୍ଘଟଣା ଘଟିଥିଲା। ଏହାକୁ ନେଇ ଏବେ ବେଶ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି। ସେପଟେ ଏହି ମାମଲାରେ ଆଉ ଏକ ନୂଆ ଖୁଲାସା ହୋଇଛି। ପୋଲିସ୍‌ ଯାଞ୍ଚ ବେଳେ ଜଣାପଡ଼ିଛି ଯେ, ସ୍କୁଟିରେ ଏକା ଅଞ୍ଜଳି ନଥିଲେ। ତାଙ୍କ ସହ ଆଉ ଜଣେ ଯୁବତୀ ଥିଲେ। ଯିଏକି ତାଙ୍କ ସାଙ୍ଗ। ଯୁବତୀ ଜଣଙ୍କ କହିଛନ୍ତି ଯେ, କାର୍ ତଳେ ଅଞ୍ଜଳି ଚାପି ହୋଇଥିବା କଥା ସେ କାର ଚାଳକଙ୍କୁ ଜଣାଥିଲା ତଥାପି ସେ ତାକୁ ୧୩ କିଲୋମିଟର ଘୋଷାଡ଼ି ନେଇଥିଲେ। ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରି ପୋଲିସ ତାର ତଦନ୍ତ ଚଳାଇଛି।

Also Read:  Kanjhawala Accident: ଆସିଲା ଶବ ବ୍ୟବଚ୍ଛେଦ ରିପୋର୍ଟ, ଜାଣନ୍ତୁ କିପରି ହୋଇଥିଲା ଅଞ୍ଜଳି ସିଂହଙ୍କ ମୃତ୍ୟୁ?

Also Read: Crime News: ରାସ୍ତାରୁ ହଟିବାକୁ କହିବା ହେଲା କାଳ, ଚାଲିଗଲା ଛାତ୍ରଙ୍କ ଜୀବନ