ସୁକନ୍ୟା ସମୃଦ୍ଧି ଖାତାଧାରୀଙ୍କ ପାଇଁ ଖୁସି ଖବର, ଝିଅଙ୍କୁ ମିଳିବ ୧୫ ଲକ୍ଷ ଟଙ୍କା!
Advertisement
Article Detail0/zeeodisha/odisha1142095

ସୁକନ୍ୟା ସମୃଦ୍ଧି ଖାତାଧାରୀଙ୍କ ପାଇଁ ଖୁସି ଖବର, ଝିଅଙ୍କୁ ମିଳିବ ୧୫ ଲକ୍ଷ ଟଙ୍କା!

Sukanya Samriddhi Yojana: ସୁକନ୍ୟା ସମୃଦ୍ଧିରେ ଖାତାଧାରୀଙ୍କ ପାଇଁ କେନ୍ଦ୍ର ସରକାର ଖାତାଧାରୀଙ୍କ ପାଇଁ ଏକ ସ୍ୱତନ୍ତ୍ର ଘୋଷଣା କରିଛନ୍ତି ...

 

ସୁକନ୍ୟା ସମୃଦ୍ଧି ଖାତାଧାରୀଙ୍କ ପାଇଁ ଖୁସି ଖବର, ଝିଅଙ୍କୁ ମିଳିବ ୧୫ ଲକ୍ଷ ଟଙ୍କା!

ନୂଆଦିଲ୍ଲୀ: ଯଦି ଆପଣ ଆପଣଙ୍କ ଝିଅ ପାଇଁ ସୁକନ୍ୟା ସମୃଦ୍ଧି ଯୋଜନାରେ (Sukanya Samriddhi Yojana) ଖାତା ଖୋଲିଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଜରୁରୀ । ସ୍ବତନ୍ତ୍ର ଛୋଟ ସଞ୍ଚୟ ଯୋଜନା ପାଇଁ କେନ୍ଦ୍ର ସରକାର (Central Government) ଏହି ଘୋଷଣା କରିଛନ୍ତି । ଗତ ଏପ୍ରିଲ ୧ ତାରିଖରୁ ନୂଆ ଆର୍ଥିକ ବର୍ଷ ଆରମ୍ଭ ହୋଇଛି । ତେବେ ଏବେ ଆପଣ ଜାଣି ରଖନ୍ତୁ ଏହି ତ୍ରୈୟମାସିକ ଖାତାଧାରୀଙ୍କୁ କେତେ ପରିମାଣ ସୁଧର ଲାଭ ଉଠାଇପାରିବେ ।

ପରିବର୍ତ୍ତନ ହୋଇନାହିଁ ସୁଧ
କହିରଖୁଛୁ ଯେ ଛୋଟ ସଞ୍ଚୟ ଯୋଜନା ପାଇଁ ସରକାର ଏଥର କୌଣସି ପ୍ରକାରର ପରିବର୍ତ୍ତନ ଆଣିନାହାନ୍ତି । ଅର୍ଥାତ 'ଏପ୍ରିଲ୍-ଜୁନ୍' କ୍ୱାର୍ଟରରେ ଗ୍ରାହକଙ୍କୁ ପୁରୁଣା ଦରରେ ହିଁ ସୁଧର ଫାଇଦା ମିଳିବ ।

କେବଳ ୧୫ ବର୍ଷ ଜମା କରିବାକୁ ପଡ଼ିବ ଟଙ୍କା
ଏହି ସ୍କିମର ସବୁଠାରୁ ଭଲ କଥା ହେଉଛି, ଆପଣଙ୍କୁ ୨୧ ବର୍ଷ ପର୍ଯ୍ୟନ୍ତ ଟଙ୍କା ଜମା କରିବାକୁ ପଡିବନାହିଁଽ ଆକାଉଣ୍ଟ ଖୋଲିବା ଠାରୁ ୧୫ ବର୍ଷ ପର୍ଯ୍ୟନ୍ତ ଟଙ୍କା ଜମା କରିବାକୁ ପଡ଼ିବ । ଝିଅକୁ ୨୧ ବର୍ଷ ବୟସ ପର୍ଯ୍ୟନ୍ତ ସେହି ଟଙ୍କାର ସୁଦ୍ଧ ମିଳିବ ।

କେତେ ପ୍ରତିଶତ ରହିଛି ସୁଧ ହାର?
ଏବେ ସରକାର ଏହି ସ୍କିମ୍ ଖାତାଧାରୀଙ୍କୁ ୭.୬ ପ୍ରତିଶତ ହାରରେ ସୁଧର ଲାଭ ପାଇପାରିବେ । ଏହି ସୁଧ ଦରକୁ ସରକାର ୩ ମାସ ପରେ ପୁନର୍ବାର ରିଭାଇଜ୍ କରିଥାନ୍ତି ।

୨୫୦ ଟଙ୍କା କରିବାକୁ ପଡିଥାଏ ଡିପୋଜିଟ୍
କହିରଖୁଛୁ ଯେ, ଏହି ଯୋଜନାରେ ଆପଣଙ୍କୁ ଅତିକମରେ ୨୫୦ ଟଙ୍କା ଡିପୋଜିଟ୍ କରିବାକୁ ଥିବାବେଳେ ସର୍ବାଧିକ ଦେଢଲକ୍ଷ ଟଙ୍କା ପର୍ଯ୍ୟନ୍ତ ଡିପୋଜିଟ୍ କରିପାରିବେ । କେନ୍ଦ୍ର ସରକାରଙ୍କ ଏହା ଏକ ଲୋକପ୍ରିୟ ସ୍କିମ୍ । ଯେଉଁଥିରେ ଆପଣ ଆପଣଙ୍କ ଝିଅ ପାଇଁ ୧୫ ଲକ୍ଷ ଟଙ୍କା ଫଣ୍ଡ ପ୍ରସ୍ତୁତ କରିପାରିବେ ।

ପୋଷ୍ଟ ଅଫିସ, ବ୍ୟାଙ୍କରେ ଖୋଲିପାରିବେ ଖାତା
ଏହି ଯୋଜନାରେ ଆପଣ ଆପଣଙ୍କ ଝିଅର ଖାତା ପୋଷ୍ଟ ଅଫିସ୍ କିମ୍ବା ବ୍ୟାଙ୍କରେ ଅତି ସହଜରେ ଖୋଲିପାରିବେ । ବ୍ୟାଙ୍କ ଏବଂ ପୋଷ୍ଟ ଅଫିସରେ ଝିଅ ଏବଂ ବାପାମାଆଙ୍କ ପରିଚୟ ପତ୍ର ଜମା କରିବାକୁ ପଡିଥାଏ ।

କେବେ ମିଳିବ ୧୫ ଲକ୍ଷ ଟଙ୍କା?
ଏହି ସରକାରୀ ସ୍କିମରେ (Scheme) ଯଦି ଆପଣ ପ୍ରତ୍ୟେକ ମାସରେ କେବଳ ୩୦୦୦ ଟଙ୍କା ଡିପୋଜିଟ୍ (Deposit) କରନ୍ତି, ମାନେ ବର୍ଷକୁ ଆପଣ ୩୬.୦୦୦ ଟଙ୍କା ଡିପୋଜିଟ୍ କରନ୍ତି । ତେବେ ତା'ଉପରେ ଆପଣଙ୍କୁ ୭.୬ ପ୍ରତିଶତ ହିସାବରେ ସୁଧ ମିଳିବ । ଏଭଳି ଭାବେ ୨୧ ବର୍ଷ ମାନେ ମ୍ୟୁଚ୍ୟୁରିଟି ସମୟରେ ଏହା ପାଖାପାଖି ୧୫ ଲକ୍ଷ ୨୨ ହଜାର ୨୨୧ ଟଙ୍କା ହୋଇଯିବ ।

ଏହା ବି ପଢ଼ନ୍ତୁ: ପ୍ରତିଦିନ ଡାଏଟ୍‌ରେ ସାମିଲ୍‌ କରନ୍ତୁ ଅମୃତଭଣ୍ଡା, ମିଳିବ ଏସବୁ ଲାଭ

ଏହା ବି ପଢ଼ନ୍ତୁ: 'ବିଜେପି ଅହଂକାରୀ, AAP କୁ ସୁଯୋଗ ଦିଅ': କେଜ୍ରିୱାଲ