ପାଣିପାଗ ସତର୍କତା: ଆସନ୍ତା ୨୪ ଘଣ୍ଟାରେ ଏହି ସବୁ ଜିଲ୍ଲାରେ ଲାଗିରହିବ ବର୍ଷା
Advertisement
Article Detail0/zeeodisha/odisha1094044

ପାଣିପାଗ ସତର୍କତା: ଆସନ୍ତା ୨୪ ଘଣ୍ଟାରେ ଏହି ସବୁ ଜିଲ୍ଲାରେ ଲାଗିରହିବ ବର୍ଷା

ଏହାସହ ଉପକୂଳ ଓଡି଼ଶା ସମେତ ଢେଙ୍କାନାଳ, ଅନୁଗୋଳ ଏବଂ କନ୍ଧମାଳ ଜିଲ୍ଲାରେ ହାଲୁକା କୁହୁଡି ହେବା ନେଇ ଆକଳନ କରି ପାଣିପାଗ ବିଜ୍ଞାନ କେନ୍ଦ୍ର ।

ପାଣିପାଗ ସତର୍କତା: ଆସନ୍ତା ୨୪ ଘଣ୍ଟାରେ ଏହି ସବୁ ଜିଲ୍ଲାରେ ଲାଗିରହିବ ବର୍ଷା

ଶାନ୍ତସ୍ୱରୁପ ରାଉତ, ଭୁବନେଶ୍ୱର: ପୁଣି ଖସିବ ପାରଦ । ରାଜ୍ୟରେ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ହାଲୁକା ବର୍ଷା ଲାଗି ରହିବ । ଆସନ୍ତା ୨୪ ଘଣ୍ଟାରେ ମୟୂରଭଞ୍ଜ, କେନ୍ଦୁଝର, ବାଲେଶ୍ବର, ଭଦ୍ରକ, ଯାଜପୁର, ଢେଙ୍କାନାଳ ସମେତ ଉତ୍ତର ଓଡିଶାର ଗୋଟିଏ ଦୁଇଟି ସ୍ଥାନ ଏବଂ ନୂଆପଡା, ବଲାଙ୍ଗିର, ସୋନପୁର, କଳାହାଣ୍ଡି, ବୌଦ୍ଧ, କନ୍ଧମାଳ, ନୟାଗଡ, ଖୋର୍ଦ୍ଧା ଓ ପୁରୀରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । 

ଏହାସହ ଉପକୂଳ ଓଡି଼ଶା (Odisha) ସମେତ ଢେଙ୍କାନାଳ, ଅନୁଗୋଳ ଏବଂ କନ୍ଧମାଳ ଜିଲ୍ଲାରେ ହାଲୁକା କୁହୁଡି ହେବା ନେଇ ଆକଳନ କରି ପାଣିପାଗ ବିଜ୍ଞାନ କେନ୍ଦ୍ର । ଏହାପରେ ଆସନ୍ତାକାଲିଠାରୁ ପାଗ ପ୍ରାୟତଃ ଶୁଖିଲା ରହିବା ସହ କିଛି ସ୍ଥାନେର ହାଲୁକା କୁହୁଡିର ସମ୍ଭାବନା ରହିଛି । 

Also Read: Cryptocurrency କୁ ନେଇ RBI ଗଭର୍ଣ୍ଣର ଦେଲେ ବଡ଼ ବୟାନ

ଏହାସହ ଆସନ୍ତା ୩ ଦିନ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବା ପରେ ତାପମାତ୍ରା ଅପରିବର୍ତ୍ତିତ ରହିବ ।