ମାଡ଼ିଆସୁଛି ବର୍ଷା; ୧୧ ରୁ ଏହିସବୁ ଜିଲ୍ଲାରେ ବଢିବ ବର୍ଷାର ପରିମାଣ
Advertisement
Article Detail0/zeeodisha/odisha1066607

ମାଡ଼ିଆସୁଛି ବର୍ଷା; ୧୧ ରୁ ଏହିସବୁ ଜିଲ୍ଲାରେ ବଢିବ ବର୍ଷାର ପରିମାଣ

ଏହାପରେ ଆସନ୍ତା ୧୧ ତାରିଖରୁ ବିଶେଷତଃ ବର୍ଷାର ପରିମାଣ ଅଧିକା ରହିବ । ସେପଟେ ପଶ୍ଚିମା-ଝଡ ପ୍ରଭାବରେ ଆବଶ୍ୟକୀୟ ପଦକ୍ଷେପ ଓ ପରାମର୍ଶ ନେଇ ବୁଲେଟିନ୍ ଜାରି କରିଛି କେନ୍ଦ୍ର ।

ମାଡ଼ିଆସୁଛି ବର୍ଷା; ୧୧ ରୁ ଏହିସବୁ ଜିଲ୍ଲାରେ ବଢିବ ବର୍ଷାର ପରିମାଣ

ଶାନ୍ତସ୍ୱରୁପ ରାଉତ, ଭୁବନେଶ୍ୱର:  ପଶ୍ଚିମାଝଡ଼ର ଆଗମନ ତଥା ପୂର୍ବଦିଗରୁ ବଙ୍ଗୋପସାଗର ମଧ୍ୟରୁ ଓଡି଼ଶା ମଧ୍ୟକୁ ପ୍ରବଳ ମାତ୍ରାରେ ଉଷ୍ମ-ଜଳୀୟବାଷ୍ପର ଅନୁପ୍ରବେଶ ହେତୁ ଆସନ୍ତା ୧୧ ରୁ ୧୪ତାରିଖ ମଧ୍ୟରେ ବିଭିନ୍ନ ଜିଲ୍ଲା ଗୁଡିକରେ ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ଏବଂ କିଛି ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ କୁଆପଥର ସହ ପ୍ରବଳ ବର୍ଷାର ସମ୍ଭାବନା ଥିବା ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।

ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ନୂଆପଡା, ବରଗଡ, ଝାରସୁଗୁଡା, ସୁନ୍ଦରଗଡ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା (Rain Fall)  ସମ୍ଭାବନା ରହିଛି । ଏହାସହ ଉତ୍ତର ଆଭ୍ୟନ୍ତରୀଣ ଓଡି଼ଶାର କିଛି ଜିଲ୍ଲାରେ ହାଲୁକା କୁହୁଡି ସମ୍ଭାବନା ରହିଛି । ଏହାପରେ ଆସନ୍ତା ୧୧ ତାରିଖରୁ ବିଶେଷତଃ ବର୍ଷାର ପରିମାଣ ଅଧିକା ରହିବ । ସେପଟେ ପଶ୍ଚିମା-ଝଡ ପ୍ରଭାବରେ ଆବଶ୍ୟକୀୟ ପଦକ୍ଷେପ ଓ ପରାମର୍ଶ ନେଇ ବୁଲେଟିନ୍ ଜାରି କରିଛି କେନ୍ଦ୍ର ।

Also Read: ଭାରତର ଏହି ରାଜ୍ୟରେ ଘରର ବୟୋଜ୍ୟେଷ୍ଠଙ୍କୁ ହତ୍ୟା କରି ଦିଅନ୍ତି ପରିବାର ଲୋକେ

ଏଥିଯୋଗୁଁ ମୁଖ୍ୟତଃ କୃଷିକ୍ଷେତ୍ର ତଥା ଉଦ୍ୟାନ ଫସଲରେ ବିଶେଷ କ୍ଷୟକ୍ଷତି ଏବଂ ସହରାଞ୍ଚଳରେ ଟ୍ରାଫିକ ସମସ୍ୟା (Traffic Problem) ଉପୁଜିପାରେ । ତେଣୁ ଅମଳ ହୋଇଥିବା ଧାନକୁ ସୁରକ୍ଷିତ ସ୍ଥାନରେ ରଖିବା ସହ ପନିପରିବା ତଳି ଆଚ୍ଛାଦିତ କରିବାକୁ କୁହାଯାଇଛି।