EWS ସଂରକ୍ଷଣ ଉପରେ ସୁପ୍ରିମକୋର୍ଟଙ୍କ ମୋହର, ରାଜ୍ୟରେ ଖୁସିର ଲହରୀ
Advertisement

EWS ସଂରକ୍ଷଣ ଉପରେ ସୁପ୍ରିମକୋର୍ଟଙ୍କ ମୋହର, ରାଜ୍ୟରେ ଖୁସିର ଲହରୀ

ଉଚ୍ଚ ଜାତିର ଆର୍ଥିକ ଅନଗ୍ରସରଙ୍କ ସଂରକ୍ଷଣ ବ୍ୟବସ୍ଥାକୁ ନେଇ କେନ୍ଦ୍ର ସରକାରଙ୍କ ସୁପ୍ରିମକୋର୍ଟରେ ବଡ଼ ବିଜୟ। ଚାକିରି ଓ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ଏଣିକି ପ୍ରତି ଉଚ୍ଚ ବର୍ଗ ଗରିବ ପ୍ରାର୍ଥୀଟିଏ ପାଇବ । 

EWS ସଂରକ୍ଷଣ ଉପରେ ସୁପ୍ରିମକୋର୍ଟଙ୍କ ମୋହର, ରାଜ୍ୟରେ ଖୁସିର ଲହରୀ

EWS Reservation: ଭୁବନେଶ୍ୱର (ରାଜେଶ ସାମନ୍ତରାୟ): ଉଚ୍ଚ ଜାତିର ଆର୍ଥିକ ଅନଗ୍ରସରଙ୍କ ଲାଗି ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାକୁ ନେଇ କେନ୍ଦ୍ର ସରକାରଙ୍କ ସୁପ୍ରିମକୋର୍ଟରେ ବଡ଼ ବିଜୟ। ଏହି ସଂରକ୍ଷଣ ବ୍ୟବସ୍ଥାକୁ ରଦ୍ଦ ଲାଗି ହୋଇଥିବା ଆବେଦନକୁ କୋର୍ଟ ଖାରଜ କରି ସରକାରୀ ପକ୍ଷର ଯୁକ୍ତିକୁ କାଏମ ରଖିଛନ୍ତି। ଅର୍ଥାତ ଶିକ୍ଷା ଓ ଚାକିରି କ୍ଷେତ୍ରରେ ସବର୍ଣ୍ଣ ବର୍ଗର ଆର୍ଥିକ ଅନଗ୍ରସର ଲୋକେ ସଂରକ୍ଷଣ ସୁବିଧା ପାଇପାରିବେ। ଏହାକୁ ସବୁ ମହଲରେ ସ୍ଵାଗତ କରାଯାଇଛି। ଅଭିଭାବକ ସଂଘ କହିଛି ଏହା ଦ୍ଵାରା ଗରିବ ସବର୍ଣ୍ଣ ଛାତ୍ର କିମ୍ବା ଛାତ୍ରୀଟିଏ ସରକାରୀ ଅନୁଷ୍ଠାନରେ ପାଠ ପଢିବାକୁ ସୁଯୋଗ ପାଇବ। ବୁଦ୍ଧିଜୀବୀ କହିଛନ୍ତି ପୁରୁଣା ନିୟମ ପରିବର୍ତ୍ତନ ହେବା ଦରକାର, କାରଣ ଏ ହେଉଛି ନୂଆ ଭାରତ।

ଉଚ୍ଚ ଜାତିର ଆର୍ଥିକ ଅନଗ୍ରସରଙ୍କ ସଂରକ୍ଷଣ ବ୍ୟବସ୍ଥାକୁ ନେଇ କେନ୍ଦ୍ର ସରକାରଙ୍କ ସୁପ୍ରିମକୋର୍ଟରେ ବଡ଼ ବିଜୟ। ଚାକିରି ଓ ଶିକ୍ଷା କ୍ଷେତ୍ରରେ ୧୦ ପ୍ରତିଶତ ସଂରକ୍ଷଣ ଏଣିକି ପ୍ରତି ଉଚ୍ଚ ବର୍ଗ ଗରିବ ପ୍ରାର୍ଥୀଟିଏ ପାଇବ । ସର୍ବୋଚ୍ଚ ନ୍ୟାଳୟ କହିଛନ୍ତି ଆର୍ଥିକ ଅନଗ୍ରସରଙ୍କ ଲାଗି (ଇଡବ୍ଲୁଏସ୍) କୋଟା ବ୍ୟବସ୍ଥା ସାମ୍ବିଧାନିକ ଭେଦଭାବ ସୃଷ୍ଟି କରୁ ନାହିଁ କି ଏହା ସମ୍ବିଧାନର ମୂଳଦୁଆକୁ ପ୍ରଭାବିତ କରୁ ନାହିଁ। ଦେଶର ଦଳିତ ତଥା ସାମାଜିକ ନ୍ୟାୟରୁ ବଞ୍ଚିତ ବର୍ଗ ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତି (ଏସସି /ଏସଟି) ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି)ଙ୍କୁ ଏହି କୋଟା ବ୍ୟବସ୍ଥାରେ ଅନ୍ତର୍ଭୁକ୍ତ କରାଯାଇ ନଥିଲା। ସାଧାରଣତଃ  ସମ୍ପୃକ୍ତ ଅବହେଳିତ ଗୋଷ୍ଠୀଙ୍କ ଲାଗି ସରଂକ୍ଷଣ ବ୍ୟବସ୍ଥାର ପରିକଳ୍ପନା କରାଯାଇଥିଲା। କିନ୍ତୁ କେନ୍ଦ୍ର ସରକାରଙ୍କ ଏହି ନୂତନ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥାରେ ସେମାନଙ୍କୁ ବଞ୍ଚିତ କରାଯାଇଥିବାରୁ ପ୍ରଶ୍ନ ଉଠିଥିଲା। ଏହି ରାୟ ଆସିବା ପରେ ମେଧାବୀ ଉଚ୍ଚ ଜାତି ବର୍ଗର ଛାତ୍ରଛାତ୍ରୀ ସରକାରୀ ଶିକ୍ଷାନୁଷ୍ଠାନରେ ପାଠ ପଢିବା ପାଇଁ ସୁଯୋଗ ପାଇବେ।

୨୦୧୯ ନିର୍ବାଚନ ପୂର୍ବରୁ କେନ୍ଦ୍ରର ମୋଦି ସକରାର ଉଚ୍ଚ ଜାତିର ଆର୍ଥିକ ଦୁର୍ବଳ ଶ୍ରେଣୀଙ୍କ ପାଇଁ  ୧୦ ପ୍ରତିଣତ ସଂରକ୍ଷଣ ବ୍ୟବସ୍ଥା ଘୋଷଣା କରିଥିଲେ।  ଏହା ପରେ ବିଜେପିକୁ ମଧ୍ୟପ୍ରଦେଶ, ଛତିଶଗଡ଼ ଏବଂ ରାଜସ୍ଥାନର ବିଧାନସଭା ନିର୍ବାଚନରେ ପରାଜୟର ମୁଖା ଦେଖିବାକୁ ପଡ଼ିଥିଲା।  ପୂର୍ବରୁ  ଚାକିରି ଏବଂ ଶିକ୍ଷା କ୍ଷେତ୍ରରେ ଗରିବ ସବର୍ଣ୍ଣଙ୍କୁ ୧୦ ପ୍ରତିଶତ ସଂରକ୍ଷଣ ନିଷ୍ପତ୍ତିରେ ରୋକ ଲଗାଇବା ନେଇ ଆବେଦନକୁ ରଦ୍ଦ କରିଦେଇଥିଲେ ସୁପ୍ରିମକୋର୍ଟ । ତେବେ କଂଗ୍ରେସ ସମର୍ଥକ ଏବଂ ଏକାଧିକ ବ୍ୟକ୍ତିଙ୍କ ପକ୍ଷରୁ ପୁନର୍ବିଚାର ଲାଗି କରାଯାଇଥିବା ଆବେଦନକୁ କୋର୍ଟ ଗ୍ରହଣ କରିଥିଲେ। ପୂର୍ବରୁ ଏହି ମାମଲାରେ ସୁପ୍ରିମକୋର୍ଟ ଲଗାତାର ଶୁଣାଣି କରିଥିବା ବେଳେ ରାୟ ସଂରକ୍ଷିତ ରଖିଥିଲେ। ଯାହାର ଚୂଡ଼ାନ୍ତ ରାୟ ଆଜି  ଆସିଛି।  

ପ୍ରଧାନ ବିଚାରପତି ୟୁ ୟୁ ଲଳିତଙ୍କ ଅଧ୍ୟକ୍ଷତାରେ ୫ ଜଣିଆ ଖଣ୍ଡପୀଠ ଏହି ସଂରକ୍ଷଣ ବ୍ୟବସ୍ଥାର ବୈଧତା ନେଇ ରାୟ ଦେଇଛନ୍ତି। ସମ୍ବିଧାନର ୧୦୩ ତମ ସଂଶୋଧନର ବୈଧତାକୁ ଚ୍ୟାଲେଞ୍ଜ କରି ହୋଇଥିବା ଆବେଦନ ଉପରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ୟୁ ୟୁ ଲଳିତ, ଜଷ୍ଟିସ ଦିନେଶ ମାହେଶ୍ୱରୀ,ଜଷ୍ଟିସ ଏସ ରବୀନ୍ଦ୍ର ଭଟ୍ଟ, ଜଷ୍ଟିସ ବେଲା ଏମ ତ୍ରବେଦୀ ଓ ଜଷ୍ଟିସ ଜେବି ପାରଦିବାଲାଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି କରିଥିଲେ। ଆବେଦନରେ କୁହାଯାଇଥିଲା ଯେ ଏସଟି,ଏସସି ଏବଂ ଓବିସି ରେ ମଧ୍ୟ ଗରିବ ଲୋକ ଅଛନ୍ତି । ତେବେ ଏହି ସଂରକ୍ଷଣରେ କେବଳ ସାଧାରଣ ବର୍ଗର ଲୋକଙ୍କୁ କାହିଁକି ଲାଭ ଦିଆଯାଉଛି । ବୁଦ୍ଧିଜୀବୀ କହିଛନ୍ତି ଭାରତ ସ୍ଵାଧୀନ ହେବା ପରେ ସାମାଜିକ ବ୍ୟବସ୍ଥା ଅଲଗା ଥିଲା। ଏବେ ନୂଆ ଭାରତର ଉଦୟ ହୋଇଛି।  ତେଣୁ ନିୟମ ପରିବର୍ତ୍ତନ ଓ ସଂଶୋଧନ ହେବା ଦରକାର।

ଏହାଛଡା ଏହା ସଂରକ୍ଷଣର ୫୦ ପ୍ରତିଶତ ନିୟମକୁ ମଧ୍ୟ ଉଲଂଘନ କରୁଛି ।ଏହି ମାମଲାରେ ବରିଷ୍ଠ ଓକିଲ ପ୍ରଫେସର ରବି ବର୍ମା କୁମାର ଯୁକ୍ତି କରିଥିଲେ ଯେ କେନ୍ଦ୍ର ସରକାର ଏପର୍ଯ୍ୟନ୍ତ ସଂରକ୍ଷଣ ଓ ଗରିବଙ୍କ ମଧ୍ୟରେ ପାର୍ଥକ୍ୟ କହିନାହାଁନ୍ତି କିମ୍ବା ବୁଝାଇ ନାହାଁନ୍ତି । ତେଣୁ ଆର୍ଥିକ ଅନଗ୍ରସରଙ୍କୁ ସଂରକ୍ଷଣ ବ୍ୟତୀତ ଅନ୍ୟ ଲାଭ କାହିଁକି ଦିଆଯାଉ ନାହିଁ ।