୨୮ରୁ ରାଜ୍ୟକୁ Cold wave ଚେତାବନୀ, ୟେଲୋ ୱାର୍ଣ୍ଣିଂ ଜାରି
Advertisement
Article Detail0/zeeodisha/odisha1080068

୨୮ରୁ ରାଜ୍ୟକୁ Cold wave ଚେତାବନୀ, ୟେଲୋ ୱାର୍ଣ୍ଣିଂ ଜାରି

ଆସନ୍ତାକାଲି ୨୭ ତାରିଖ ସକାଳ ଯାଏଁ ଦକ୍ଷିଣ ଉପକୂଳ ଓଡି଼ଶାର ୮ଟି ଜିଲ୍ଲାକୁ ଘନ କୁହୁଡି଼ ସତର୍କତା ଜାରି ହୋଇଛି ।

୨୮ରୁ ରାଜ୍ୟକୁ Cold wave ଚେତାବନୀ, ୟେଲୋ ୱାର୍ଣ୍ଣିଂ ଜାରି

ଶାନ୍ତସ୍ୱରୁପ ରାଉତ, ଭୁବନେଶ୍ୱର: ମାଡି ଆସୁଛି ଶୀତ ଲହରି, କୁହୁଡି ପରେ ଜାଡ଼ ଭାଙ୍ଗିବ ହାଡ଼ । ଗତ କିଛି ଦିନ ଧରି କୁହୁଡି ଚାଦରରେ ଆଚ୍ଛାଦିତ ଥିବା ରାଜ୍ୟର ଅଧିକାଂଶ ଜିଲ୍ଲାରେ ଆଜି ବି ଅଧା ଦିନ କୁହୁଡି ବଳୟରେ ଥିଲା । ତେବେ ଆସନ୍ତା ୪୮ ଘଣ୍ଟା ଯାଏଁ ଏପରି ସ୍ଥିତି ଲାଗି ରହିବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । 

କାଲି ସକାଳ ୮ଟା ୩୦ ମଧ୍ୟରେ ୮ ଜିଲ୍ଲା କନ୍ଧମାଳ, ନୟାଗଡ, ବୌଦ୍ଧ, ଅନୁଗୋଳ, ଢେଙ୍କାନାଳ, କଟକ, ଯାଜପୁର, ଭଦ୍ରକରେ ଘନ କୁହୁଡି (Severe Fog) ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର । ସେହିପରି ଆସନ୍ତାକାଲି ୨୭ ତାରିଖ ସକାଳ ଯାଏଁ ଦକ୍ଷିଣ ଉପକୂଳ ଓଡି଼ଶାର ୮ଟି ଜିଲ୍ଲାକୁ ଘନ କୁହୁଡି଼ ସତର୍କତା ଜାରି ହୋଇଛି ।

Also Read: ଜନ୍ମଦିନ ସାରି ଫେରୁଥିଲେ, ଭୟଙ୍କର ଦୁର୍ଘଟଣାରେ ୭ ମେଡିକାଲ ଛାତ୍ରଙ୍କ ମୃତ୍ୟୁ

ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଉପକୂଳ ଓଡି଼ଶାର କିଛି ଜିଲ୍ଲାରେ ହାଲୁକା ବର୍ଷା (Rain) ସମ୍ଭାବନା ରହିଛି । ତେବେ ଆସନ୍ତା ୪ ଦିନ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ୩ ରୁ ୫ ଡିଗ୍ରୀ ହ୍ରାସ ପାଇବା ସହ ଆସନ୍ତା ୨୮ ତାରିଖରୁ ଶୀତ ଲହରି ବା କୋଲ୍ଡ ୱେଭ୍ ଫେରିବା ନେଇ କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର ।