ଖୋଲିବ ସ୍କୁଲ, ନିର୍ଘଣ୍ଟ ହେଲା ପାଠପଢା ସମୟ
Advertisement
Article Detail0/zeeodisha/odisha1089044

ଖୋଲିବ ସ୍କୁଲ, ନିର୍ଘଣ୍ଟ ହେଲା ପାଠପଢା ସମୟ

ସାଧାରଣତଃ ଫେବୃଆରୀରେ ଦଶମ ଓ ମାର୍ଚ୍ଚରେ ଦ୍ୱାଦଶ ବୋର୍ଡ ପରୀକ୍ଷା ହୋଇଥାଏ । ହେଲେ କୋରୋନା ଶିକ୍ଷାବର୍ଷର କ୍ୟାଲେଣ୍ଡରକୁ ଏକଦମ୍ ବଦଳାଇ ଦେଇଛି।

ଖୋଲିବ ସ୍କୁଲ, ନିର୍ଘଣ୍ଟ ହେଲା ପାଠପଢା ସମୟ

ଶାନ୍ତସ୍ୱରୁପ ରାଉତ, ଭୁବନେଶ୍ୱର: ଖୋଲିବ ସ୍କୁଲ, ପୁଣି ଆରମ୍ଭ ହେବ କୋଳାହଳ । ରାଜ୍ୟରେ ପର୍ଯ୍ୟାୟକ୍ରମେ ଆସନ୍ତା ୭ ଓ ୧୪ ତାରିଖରୁ କେଜିରୁ ପିଜି ପର୍ଯ୍ୟନ୍ତ ବିଦ୍ୟାର୍ଥୀଙ୍କ ଲାଗି ଶିକ୍ଷାନୁଷ୍ଠାନ ଖୋଲିବ । ଏନେଇ ସରକାର ଘୋଷଣା କରିସାରିଛନ୍ତି । ଅର୍ଥାତ୍ ତୃତୀୟ ଲହର କଟକଣା ଯୋଗୁଁ ପ୍ରାୟ ଏକ ମାସ ପରେ ସ୍ବାଭାବିକ ହେବାକୁ ଯାଉଛି ଶ୍ରେଣୀ ଗୃହ ଶିକ୍ଷାଦାନ । କେବଳ ପାଠପଢା ନୁହେଁ ବରଂ ପରୀକ୍ଷା କଥା ବି ସରକାର ସ୍ପଷ୍ଟ କରିଛନ୍ତି ।

ଅନ୍ୟପଟେ ବିଦ୍ୟାଳୟରେ ପାଠପଢ଼ା ର ସମୟ ନିର୍ଘଣ୍ଟ ହୋଇଛି । ସକାଳ ୧୦ଟା ରୁ ୧ଟା ଯାଏଁ ପ୍ରଥମରୁ ଅଷ୍ଟମ ଏବଂ ୧୦ଟା ରୁ ୪ଟା ଯାଏଁ ନବମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟ ଖୋଲିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ପରୀକ୍ଷା ନିଶ୍ଚିତ ହେବ, କେବଳ ନିର୍ଦ୍ଧାରିତ ତାରିଖକୁ ଅପେକ୍ଷା । ହେଲେ ପ୍ରଶ୍ନ ଉଠୁଛି,  ମୁଣ୍ଡ ଟେକିବନି ତ ଛାତ୍ର ଆନ୍ଦୋଳନ ? କେବେ ହେବ ଉଭୟ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ? ସାଧାରଣତଃ ଫେବୃଆରୀରେ ଦଶମ ଓ ମାର୍ଚ୍ଚରେ ଦ୍ୱାଦଶ ବୋର୍ଡ ପରୀକ୍ଷା ହୋଇଥାଏ । ହେଲେ କୋରୋନା ଶିକ୍ଷାବର୍ଷର କ୍ୟାଲେଣ୍ଡରକୁ ଏକଦମ୍ ବଦଳାଇ ଦେଇଛି।

Also Read: ମନରେ ଉଠିଲାଣି ପ୍ରଶ୍ନ ? Crypto ଓ Digital କରେନ୍ସି ମଧ୍ୟରେ କଣ ରହିବ ତଫାତ...

ବାରମ୍ବାର ଶିକ୍ଷାନୁଷ୍ଠାନ ଖୋଲା ଓ ବନ୍ଦ ପରେ ତୃତୀୟ ଲହର ଭୟ ଟଳିଛି । ତେଣୁ ଆସନ୍ତା ୭ ତାରିଖରୁ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ସରକାର ଘୋଷଣା କରିଛନ୍ତି । ଏଥିସହ ସମସ୍ତ କ୍ଲାସ୍ ପ୍ରମୋସନ୍ ପରୀକ୍ଷା ସମେତ ଦଶମ ଓ ଦ୍ବାଦଶ ବୋର୍ଡ ପରୀକ୍ଷା କରିବା ନିଷ୍ପତ୍ତି ବି ଶୁଣାଇଛନ୍ତି ସରକାର । ଯାହାକୁ ନେଇ ଛାତ୍ରଛାତ୍ରୀ, ଶିକ୍ଷକ ଓ ଶିକ୍ଷୟିତ୍ରୀ ପ୍ରସ୍ତୁତି ଚଳାଇଛନ୍ତି । ସେପଟେ କିନ୍ତୁ ଶିକ୍ଷାବିତଙ୍କ ମତ, ପରୀକ୍ଷା ଆଉ ଏକ ମାସେ ଘୁଞ୍ଚାଇ ଦିଆଯାଉ ।  

Also Read: କୋରୋନା ଟେଷ୍ଟ ବାହାନାରେ ଯୌନାଙ୍ଗରୁ ନେଲେ Swab, ମିଳିଲା ଏମିତି ଦଣ୍ଡ

ଆସନ୍ତା ସୋମବାରରୁ ଅଷ୍ଟମରୁ ଉପରକୁ ଓ ୧୪ ତାରିଖରୁ କେଜିରୁ ସପ୍ତମ ପର୍ଯ୍ୟନ୍ତ ସ୍କୁଲ ଖୋଲିବା ଲାଗି ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ସ୍କୁଲ୍ ବିଶୋଧନ ମଧ୍ୟ କରାଯାଉଛି । ପ୍ରାୟ ଦୁଇ ବର୍ଷ ପରେ ସବୁ ଶ୍ରେଣୀର ପିଲା ସ୍କୁଲ ହତା ମାଡିବାକୁ ଥିବାରୁ କୋଭିଡ ନିୟମାବଳୀରେ ପାଠପଢାଇବାର ରିସ୍କ ରହିଛି । ତେଣୁ ସରକାର ସ୍କୁଲ ଖୋଲିବା ଉପରେ ଆଉଥରେ ବିଚାର କରିବା ଜରୁରୀ ବୋଲି କହିଛି ଅଭିଭାବକ ସଂଘ । ଅନ୍ୟପଟେ ଏସଓପି ମୁତାବକ ପାଠପଢା ଓ ପରୀକ୍ଷା ଉଭୟ ପରିଷଦ ହାତରେ ଥିବା କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ।

Also Read: ଜାଣିଲେ ହେବେ ଆଶ୍ଚର୍ଯ୍ୟ; କିଏ ସବୁଠାରୁ କୋଟିପତି, ମୋଦି ନା ଯୋଗୀ ?

ସ୍କୁଲରେ ପିଲାଙ୍କ ସୁରକ୍ଷା ପାଇଁ ଖୁବଶୀଘ୍ର ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଗାଇଡଲାଇନା ଜାରି ହେବ । ତେବେ ସରକାରଙ୍କ ଘୋଷଣା ମୁତାବକ, ପାଠପଢ଼ା ଓ ପରୀକ୍ଷା ଆଗକୁ ହେବାକୁ ଯାଉଥିବାରୁ । ପିଲାମାନେ ଅଯଥା ଆନ୍ଦୋଳନ ନ କରି ପାଠପଢ଼ାରେ ମନ ଲଗାନ୍ତୁ ବୋଲି ପରାମର୍ଶ ଦେଇଛନ୍ତି ଶିକ୍ଷାବିତ୍।