ଚାଷୀକୂଳ ସାବଧାନ ! ଏହି ତାରିଖରୁ ପୁଣି ଅଦିନିଆ ବର୍ଷା...
Advertisement
Article Detail0/zeeodisha/odisha1084280

ଚାଷୀକୂଳ ସାବଧାନ ! ଏହି ତାରିଖରୁ ପୁଣି ଅଦିନିଆ ବର୍ଷା...

ଉତ୍ତର-ପଶ୍ଚିମା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ଜାଡ ବଢିଥିବା ବେଳେ ଶୀତ ଲହରି ସତର୍କତା ଆଉ ୧୨ ଘଣ୍ଟା ପାଇଁ ଜାରି ହୋଇଛି । କାଲିଠୁ ରାଜ୍ୟରେ ପାଗ ପରିବର୍ତ୍ତନ ହେବା ସହ ପାରଦ ବଢିବ। 

ଚାଷୀକୂଳ ସାବଧାନ ! ଏହି ତାରିଖରୁ ପୁଣି ଅଦିନିଆ ବର୍ଷା...

ଶାନ୍ତସ୍ୱରୁପ ରାଉତ, ଭୁବନେଶ୍ୱର: ପଶ୍ଚିମାଝଡରୁ ତ୍ରାହି ନାହିଁ, ପୁଣି ଅଦିନିଆ ବର୍ଷାରେ ଭିଜିବ ଓଡି଼ଶା । ଘନଘନ ପଶ୍ଚିମା ଝଡ ପ୍ରଭାବରେ ରାଜ୍ୟରେ ଲାଗିରହିଛି ଏଭଳି ପାଗ । ବର୍ଷା ପରେ ଶୀତ ପୁଣି ଶୀତ ପରେ ବର୍ଷା ହେଉଛି । ଚଳିତ ବର୍ଷ ରେକର୍ଡ ସଂଖ୍ୟକ ପଶ୍ଚିମା ଝଡ ପ୍ରଭାବରେ ବିଭିନ୍ନ ଜିଲ୍ଲାରେ ବର୍ଷା ହେଉଥିବା ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ସେପଟେ ଓଡ଼ିଶା ମଧ୍ୟକୁ ପ୍ରବେଶ କରୁଥିବା ଉତ୍ତର-ପଶ୍ଚିମା ଥଣ୍ଡା ଶୁଷ୍କ ବାୟୁ ପ୍ରଭାବରେ ଜାଡ ବଢିଥିବା ବେଳେ ଶୀତ ଲହରି ସତର୍କତା ଆଉ ୧୨ ଘଣ୍ଟା ପାଇଁ ଜାରି ହୋଇଛି । କାଲିଠୁ ରାଜ୍ୟରେ ପାଗ ପରିବର୍ତ୍ତନ ହେବା ସହ ପାରଦ ବଢିବ ଏବଂ ଆସନ୍ତା ୪ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି ।  

ଶୀତ-ବର୍ଷା ମିଶା ପାଗ, ୪ରୁ ଭିଜିବ ଓଡ଼ିଶା । ଉତ୍ତର ଆଭ୍ୟନ୍ତରୀଣ ସମେତ ଉପକୂଳ ଓଡ଼ିଶାରେ ଘଡଘଡି ବିଜୁଳି ସହ ବର୍ଷା ସମ୍ଭାବନା ରହିଛି । ପୁଣି ପଶ୍ଚିମା ଝଡ ପ୍ରଭାବରେ ଅଦିନିଆ ବର୍ଷାରେ ପ୍ରଭାବିତ ହେବ ଉତ୍ତର ଏବଂ ଆଭ୍ୟନ୍ତରୀଣ ଓଡ଼ିଶା । କିଛି ସ୍ଥାନରେ କୁଆପଥର ବର୍ଷା ନେଇ ମଧ୍ୟ ପୂର୍ବାନୁମାନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ଚଳିତ ବର୍ଷ ମାତ୍ରାଧିକ ପଶ୍ଚିମା ଝଡର ଆଗମନ ଓଡ଼ିଶାର ପିଛା ଛାଡୁନି । ପ୍ରଥମେ ଶୀତ ଋୁତୁ ଡିସେମ୍ବର ମାସରେ ବାତ୍ୟା ଜଓ୍ବାଦ (Cyclone Jawad)  ପାଚିଲା ଧାନକୁ ଧୋଇ ନେଇଥିବା ପରେ ଗୋଟିଏ ପରେ ଗୋଟିଏ ପଶ୍ଚିମା ଝଡ ବର୍ଷ। ବଞ୍ଚି ଯାଇଥିବା ଧାନ ଉଜାଡୁଛି । ସମୁଦ୍ରରେ ବାରମ୍ବାର ଏଭଳି ଝଡର ପ୍ରଭାବ ଚାଷୀ କୁଳର ଅଣ୍ଟା ଭାଙ୍ଗିଦେଇଥିବା ବେଳେ ଆସନ୍ତା ୪ ତାରିଖରୁ ପୁଣି ବର୍ଷା ହେବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।  

Also Read: ନୂଆ ଭାଇରସ NeoCoV କୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଲେ ବିଶେଷଜ୍ଞ

ଏହାସହ ଉତ୍ତର ଦିଗରୁ ଓଡ଼ିଶାକୁ ଆସୁଥିବା ଥଣ୍ଡା ଶୁଷ୍କ ପବନ (Dry Wave) ପ୍ରଭାବରେ ଆସନ୍ତା ୧୨ରୁ ୨୪ ଘଣ୍ଟା ପାଇଁ ୮ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସୁନ୍ଦରଗଡ, ଝାରସୁଗୁଡା, କେନ୍ଦୁଝର, ବରଗଡ, ନୂଆପଡା, ବଲାଙ୍ଗିର, ସୋନପୁର ଏବଂ କଳାହାଣ୍ଡି ଜିଲ୍ଲାକୁ ଶୀତ ଲହରୀ ସତର୍କତା ଜାରି କରାଯାଇଛି । ତେବେ କାଲି ଠାରୁ ରାଜ୍ୟରେ ପାଗ ପରିବର୍ତ୍ତନ ହେବ । ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ପାରଦ ବଢିବ । ଏହାସହ ଆସନ୍ତା ୨ ତାରିଖରେ ଉତ୍ତର ଉପକୂଳ ଓଡ଼ିଶାରେ ଘନ କୁହୁଡି ପାଇଁ ୧୧ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ସେପଟେ ବିଶେଷଜ୍ଞଙ୍କ ଆକଳନ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର-ପଶ୍ଚିମ ଭାରତରେ ପଶ୍ଚିମା ଝଡ ପ୍ରଭାବରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଏହା ଫଳରେ ରାଜ୍ୟରେ ତାପମାତ୍ରା ବଢିବ । ପଶ୍ଚିମା ଝଡ ପ୍ରଭାବରେ ଆସନ୍ତା ୪ ତାରିଖରେ ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହେବ । 

Also Read: Union Budget 2022; ଇନ୍ସୁରାନ୍ସ ସେକ୍ଟରରେ ହୋଇପାରେ ଏମିତି କିଛି ପରିବର୍ତ୍ତନ

ଜଳବାୟୁ ପରିବର୍ତ୍ତନର ପ୍ରଭାବ ଏବେ ପୃଥିବୀ ଉପରେ ପଡୁଛି । ଫଳରେ ବିଭିନ୍ନ ଋତୁରେ ପାଗରେ ବ୍ୟତିକ୍ରମ ଦେଖାଦେଉଛି । ରେକର୍ଡ ମୁତାବକ ଚଳିତ ଜାନୁୟାରୀ ମାସରେ ସ୍ବାଭାବିକ ଠାରୁ ମାତ୍ରାଧିକ ବର୍ଷା ହୋଇଛି । ତେବେ ଆଗାମୀ ବର୍ଷା ପରେ ପୁଣି ସାମାନ୍ୟ ଜାଡ ଫେରିବାର ସମ୍ଭାବନା ରହିଛି ।