ସତର୍କ ଘଣ୍ଟି: ଆସନ୍ତାକାଲିଠୁ ଏହି ଜିଲ୍ଲାରେ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା
Advertisement
Article Detail0/zeeodisha/odisha1092014

ସତର୍କ ଘଣ୍ଟି: ଆସନ୍ତାକାଲିଠୁ ଏହି ଜିଲ୍ଲାରେ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା


ଆସନ୍ତା ୨ ଦିନ ମଧ୍ୟରେ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ପରେ ୧୧ ତାରିଖରୁ ପୁଣି ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି । 

ସତର୍କ ଘଣ୍ଟି: ଆସନ୍ତାକାଲିଠୁ ଏହି ଜିଲ୍ଲାରେ ବର୍ଷା ନେଇ ପାଣିପାଗ ବିଭାଗର ସୂଚନା

ଶାନ୍ତସ୍ୱରୁପ ରାଉତ, ଭୁବନେଶ୍ୱର: ପଶ୍ଚିମା ବାୟୁ ପ୍ରବାହରେ ଆସନ୍ତାକାଲି ଠାରୁ ୨ ଦିନ ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ସମ୍ଭାବନା ରହିଛି । ଆସନ୍ତାକାଲି ଝାରସୁଗୁଡା, ସୁନ୍ଦରଗଡ଼, ଦେଓଗଡ଼, ସମ୍ବଲପୁର, କେନ୍ଦୁଝର, ମୟୂରଭଞ୍ଜ ରେ ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । 

ସେହିଭଳି ଅନୁଗୋଳ, ଢେଙ୍କାନାଳ, କଟକ (Cuttack), ଜଗତସିଂହପୁର, ଖୋର୍ଦ୍ଧା, ପୁରୀ, ଗଂଜାମ, କନ୍ଧମାଳରେ ଘନ କୁହୁଡି ପରିଲକ୍ଷିତ ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର । ତେବେ ଆସନ୍ତା ୨ ଦିନ ମଧ୍ୟରେ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବା ପରେ ୧୧ ତାରିଖରୁ ପୁଣି ୪ ଡିଗ୍ରୀ ପର୍ଯ୍ୟନ୍ତ ହ୍ରାସ ପାଇବାର ସମ୍ଭାବନା ରହିଛି । 

Also Read: ଯଦି UPରେ ସରକାର ଗଢେ ସପା: ଜନସାଧାରଣଙ୍କୁ ମିଳିବ ଏସବୁ ଫାଇଦା

ଆଜିଠୁ ରାଜ୍ୟରେ ଅନୁଭୂତ ହେବ ଘନ କୁହୁଡି (Severe Fog) । ଏହାକୁ ନଜରରେ ରଖି ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ୯ରେ ଆଭ୍ୟନ୍ତରୀଣ ଏବଂ ୧୦ରେ ଉପାନ୍ତରୁ ଉପକୂଳ ଯାଏଁ ରହିବ ପଶ୍ଚିମା ଝଡ଼ର ପ୍ରଭାବ । ୯ ଓ ୧୦ ତାରିଖରେ ପଶ୍ଚିମ ଓ ଉତ୍ତର ଓଡ଼ିଶାରେ ମଧ୍ୟମ ଧରଣର ବର୍ଷା, ବଜ୍ରପାତ ଓ କୁଆପଥର ବର୍ଷା ହେବା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର ।