Satya Prakash Nayak: କଂଗ୍ରେସ ଛାଡ଼ିଲେ ସତ୍ୟ ନାୟକ, ସୋସିଆଲ ମିଡିଆରେ ରିଜାଇନ ପୋଷ୍ଟ
Advertisement
Article Detail0/zeeodisha/odisha1532289

Satya Prakash Nayak: କଂଗ୍ରେସ ଛାଡ଼ିଲେ ସତ୍ୟ ନାୟକ, ସୋସିଆଲ ମିଡିଆରେ ରିଜାଇନ ପୋଷ୍ଟ

Satya Prakash Nayak Resign: କଂଗ୍ରେସ ଛାଡ଼ିଲେ ସତ୍ୟ ନାୟକ । ଯାହାକୁ ନେଇ ରାଜ୍ୟ କଂଗ୍ରେସରେ ଏବେ କମ୍ପନ ଦେଖିବାକୁ ମିଳିଛି। ସେ ନିଜର ଇସ୍ତଫା ପତ୍ର ସୋସିଆଲ ମିଡିଆରେ ସେୟାର କରିଛନ୍ତି। ହେଲେ ଦଳ ଛାଡିବା ପୂର୍ବରୁ ଲେଖିଥିବା କ୍ୟାପସନ ବୟାନ କରୁଛି ଯେ, ବହୁ ଭାବପ୍ରବଣ ହୋଇଛନ୍ତି ବରିଷ୍ଠ ନେତା ସତ୍ୟ ନାୟକ।

Satya Prakash Nayak: କଂଗ୍ରେସ ଛାଡ଼ିଲେ ସତ୍ୟ ନାୟକ, ସୋସିଆଲ ମିଡିଆରେ ରିଜାଇନ ପୋଷ୍ଟ

Satya Prakash Nayak: କଂଗ୍ରେସର ହାତ ଛାଡିଲେ ସତ୍ୟପ୍ରକାଶ ନାୟକ । ପୂର୍ବରୁ ରାଜ୍ୟ କଂଗ୍ରେସର ସାଧାରଣ ସମ୍ପାଦକ ଓ ମିଡିଆ ସେଲର ଆବାହକ ସତ୍ୟ ପ୍ରକାଶ ନାୟକ ଦଳର ଏହି ଦୁଇ ଗୁରୁତ୍ୱପୂର୍ଣ୍ଣ ପଦବୀରୁ ଇସ୍ତଫା ଦେଇଥିଲେ । ସେ ତାଙ୍କର ଇସ୍ତଫା ପତ୍ରକୁ ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକ ଓ କଂଗ୍ରେସର ଓଡିଶା ପ୍ରଭାରୀ ଚେଲା କୁମାରଙ୍କୁ ପଠାଇ ଦେଇଥିଲେ । ତେବେ ସେ ପୂର୍ବଭଳି କଂଗ୍ରେସରେ ରହିଥିବା ନେଇ ସେତେବେଳେ ସୂଚନା ଦେଇଥିଲେ ବି ଆଜି ବିଧିବଦ୍ଧ ଭାବେ ଦଳରୁ ବିଦାୟ ନେଇଛନ୍ତି । ଯାହାକୁ ନେଇ ରାଜ୍ୟ କଂଗ୍ରେସରେ ଏବେ କମ୍ପନ ଦେଖିବାକୁ ମିଳିଛି। ସେ ନିଜର ଇସ୍ତଫା ପତ୍ର ସୋସିଆଲ ମିଡିଆରେ ସେୟାର କରିଛନ୍ତି। ହେଲେ ଦଳ ଛାଡିବା ପୂର୍ବରୁ ଲେଖିଥିବା କ୍ୟାପସନ ବୟାନ କରୁଛି ଯେ, ବହୁ ଭାବପ୍ରବଣ ହୋଇଛନ୍ତି ବରିଷ୍ଠ ନେତା ସତ୍ୟ ନାୟକ।

ଗତକିଛି ମାସ ତଳେ ପଦବୀ ଛାଡି଼ବା ସଂକ୍ରାନ୍ତରେ ଗଣମାଧ୍ୟମକୁ ସେ କହିଥିଲେଯେ,  ଦୁଇ ଦୁଇଟି ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିବା ସହିତ ସେ ପୁରୀ ଲୋକସଭା ଆସନ ଦାୟିତ୍ୱରେ ରହିଥିଲେ । ଗତ ନିର୍ବାଚନରେ ସେ ପୁରୀ ସଂସଦୀୟ ଆସନରୁ କଂଗ୍ରେସ(Odisha Congress)  ପ୍ରାର୍ଥୀ ଭାବେ ପ୍ରତିଦ୍ୱନ୍ଦିତା ମଧ୍ୟ କରିଥିଲେ । ହେଲେ କଂଗ୍ରେସର ସଭାପତି ନିର୍ବାଚନରେ (Congress President Election) ସେ ଭୋଟ ଦେଇପାରିନଥିଲେ । ତାଙ୍କ କଥାରୁ ଏଇଟା ସ୍ପଷ୍ଟ ହୋଇଥିଲା ଯେ, ତାଙ୍କୁ ଦଳରେ ଅଣଦେଖା କରାଯାଇଛି। ଯେତେବେଳେ କଂଗ୍ରେସ ସଭାପତି ନିର୍ବାଚନ ପାଇଁ ମତଦାନ ନେଇ ପ୍ରଦେଶ କଂଗ୍ରେସର ୪୨୭ ଜଣିଆ ତାଲିକା ବାହାରିଥିଲା । 

fallback

ହେଲେ ସେହି ତାଲିକାରେ ସତ୍ୟ ନାୟକଙ୍କ ନାଁ ନଥିବାରୁ ଅସନ୍ତୋଷ ଜାହିର କରିଥିଲେ ଶ୍ରୀ ନାୟକ (Satya Prakash Nayak)। ତେଣୁ ସେ ଆଉ ଏହିସବୁ ପଦବୀରେ ରହିବା ଉଚିତ୍‍ ନୁହେଁ । ତେଣୁ ସେ ଦୁଇଟିଯାକ ପଦବୀରୁ ଇସ୍ତଫା ଦେଇଥିଲେ । ଏହାପରେ ଦଳରେ ସେ ରହିବେ ନା ନାହିଁ ସେନେଇ ବିଭିନ୍ନ ମହଲରେ ଚର୍ଚ୍ଚା ହୋଇଥିଲା । ତେବେ ଆଜି ସେ କଂଗ୍ରେସ ଦଳକୁ ବିଦାୟ କହିଛନ୍ତି। 

Also Read: jual oram on Naveen Patnaik: 'ନବୀନ ବାବୁଙ୍କୁ ମୁଁ ଆଣିକି ମୁଁ ମୁଖ୍ୟମନ୍ତ୍ରୀ କରିଛି'

Also Read: 'ପ୍ରଧାନମନ୍ତ୍ରୀ ପାଇଁ କୌଣସି ପଦବୀ ଖାଲି ନାହିଁ, ପୁଣିଥରେ ୨୦୨୪ ଲୋକସଭା ନିର୍ବାଚନରେ ​​ଜିତିବ NDA'