ଖରାଦିନେ ବି ବର୍ଷିବ, ଆସୁଛି କାଳବୈଶାଖୀ
Advertisement
Article Detail0/zeeodisha/odisha1142145

ଖରାଦିନେ ବି ବର୍ଷିବ, ଆସୁଛି କାଳବୈଶାଖୀ

ପ୍ରବଳ ନ ହେଲେ ବି ହାଲୁକାରୁ ମଧ୍ୟମ ଧରଣ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ରାଜ୍ୟକୁ ଗତକିଛି ଦିନର ଲଗାତାର ଗ୍ରୀଷ୍ମ ପ୍ରକୋପରୁ ତ୍ରାହି ମିଳିବାକୁ ଯାଉଛି । ମଧ୍ୟ ପ୍ରଦେଶ ଓ ଏହାର ଆଖପାଖ ଅଂଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବିକ୍ଷିପ୍ତ ଭାବେ ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର  ।

ଖରାଦିନେ ବି ବର୍ଷିବ, ଆସୁଛି କାଳବୈଶାଖୀ

ଭୁବନେଶ୍ୱର: ଶୀତ ଦିନ ଭଳି ଖରାଦିନେ ବି ବର୍ଷିବ । ପଶ୍ଚିମାଝଡ ଭଳି ଆସୁଛି କାଳବୈଶାଖୀ ବର୍ଷା । ରାଜ୍ୟକୁ ଗ୍ରୀଷ୍ମ ତାଣ୍ଡବ ଭିତରେ ବି ମିଳିବ ଆଶ୍ବସ୍ତି । ଲଗାତାର ତାତିରେ ବ୍ରେକ୍ ଦେଇ କାଳବୈଶାଖୀ ତାଣ୍ଡବ ରଚିବ । ଏହି କ୍ରମରେ ଗତ କିଛିଦିନ ଧରି ହିଟ୍ ୱେଭ୍ ଜନିତ ସତର୍କ ସୂଚନା ପରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ସେପଟେ ବିଶେଷଜ୍ଞଙ୍କ ମତରେ ୬ ତାରିଖରେ ଆଣ୍ଡାମାନ ସାଗର ଓ ତାର ପାଶ୍ୱବର୍ତ୍ତୀ ଅଞ୍ଚଳରେ ସୃଷ୍ଟି ହେବ ଘୂର୍ଣ୍ଣିବଳୟ, ତେବେ ସମ୍ଭାବ୍ୟ ଲଘୁଚାପର ସିଧାସଳଖ ପ୍ରଭାବ ଓଡି଼ଶା ଉପରେ ନାହିଁ ।

ପ୍ରବଳ ନ ହେଲେ ବି ହାଲୁକାରୁ ମଧ୍ୟମ ଧରଣ ବର୍ଷା ନେଇ ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ରାଜ୍ୟକୁ ଗତକିଛି ଦିନର ଲଗାତାର ଗ୍ରୀଷ୍ମ ପ୍ରକୋପରୁ ତ୍ରାହି ମିଳିବାକୁ ଯାଉଛି । ମଧ୍ୟ ପ୍ରଦେଶ ଓ ଏହାର ଆଖପାଖ ଅଂଚଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ବିକ୍ଷିପ୍ତ ଭାବେ ବିଭିନ୍ନ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ନେଇ ଆକଳନ କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର  । ସୋମବାର ସକାଳ ୮ଟା ୩୦ ମଧ୍ୟରେ ଉତ୍ତର ଉପକୂଳ ଓଡିଶା ସମେତ କେଉଁଝର, ମୟୂରଭଂଜ, କୋରାପୁଟ, ରାୟଗଡା, ଗଜପତି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ତେବେ ଆସନ୍ତା ୬ ତାରିଖ ସୁଦ୍ଧା ଦକ୍ଷିଣ ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ଏହାର ୨୪ ଘଣ୍ଟା ମଧ୍ୟରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ନେଇ ଟୁଇଟ୍ ଯୋଗେ ସୂଚନା ଦେଇଛି ପାଣିପାଗ ବିଜ୍ଞାନ କେନ୍ଦ୍ର । ହେଲେ ଏହାର ପ୍ରଭାବ ଓଡି଼ଶା ଉପରେ କିଭଳି ରହିବ ସେ ନେଇ ସ୍ପଷ୍ଟ ହୋଇନାହିଁ ।

ସେପଟେ ପାଣିପାଗ ବିଶେଷଜ୍ଞଙ୍କ କହିବା ମୁତାବକ ବର୍ତ୍ତମାନ ରାଜ୍ୟରେ ଖରା, ଗୁଳୁଗୁଳି ଲାଗି ରହିବ । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ଲଘୁଚାପର ଓଡି଼ଶା ପ୍ରତି କୌଣସି ସିଧାସଳଖ ପ୍ରଭାବ ନାହିଁ । ଏହି ସମୟରେ ସାମୁଦ୍ରିକ ପବନ ରାଜ୍ୟକୁ ପ୍ରବେଶ କରିବା ହେତୁ ଉପକୂଳରେ ତାପମାତ୍ରା ୩୬ ଡିଗ୍ରୀ ପର୍ଯ୍ୟନ୍ତ ରହିବ କିନ୍ତୁ ବାୟୁମଣ୍ଡଳରେ ଆଦ୍ରତା ପ୍ରାୟ ୯୦% ରହିବ । ଫଳରେ ଉପକୂଳରେ ଗୁଳୁଗୁଳି ଅଧିକ ହେବ । ସେଭଳି ଆଭ୍ୟନ୍ତରୀଣ ଓଡି଼ଶା ତଥା ପଶ୍ଚିମ ଓଡ଼ିଶାରେ ତାପମାତ୍ରା ଅଧିକ ରହିବ । ୧୨ ତାରିଖ ବେଳକୁ ପଶ୍ଚିମ ଓଡ଼ିଶାରେ ତାପମାତ୍ରା ୪୪ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ମଧ୍ୟ ସମ୍ଭାବନା ଥିବା ସେ କହିଛନ୍ତି । ଯଦିଓ କାଳବୈଶାଖୀ ବର୍ଷା ସମୟେ ସମୟେ ହେବ କିନ୍ତୁ ଲଘୁଚାପ ବର୍ଷା ରାଜ୍ୟରେ ହେବନାହିଁ କି ଖରା ଗରମ ରୁ ନିସ୍ତାର ମିଳିବ ନାହିଁ ବୋଲି କହିଛନ୍ତି । 

ଆସନ୍ତା ୪ ରୁ ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଦିନର ତାପମାତ୍ରା ଅପରିବର୍ତ୍ତିତ ରହିବା ସହ ଆଭ୍ୟନ୍ତରୀଣ ଓଡି଼ଶାରେ ସ୍ବାଭାବିକ୍ ଠାରୁ ୨ରୁ ୩ ଡିଗ୍ରୀ ଉଚ୍ଚା ରହିବ । ଏହାସହ ଆସନ୍ତା ୬ ତାରିଖ ସକାଳ ପର୍ଯ୍ୟନ୍ତ ହାଲୁକା ବର୍ଷା ସମ୍ଭାବନା ନେଇ ଆକଳନ କରିଛି ।

Also Read: ଟାର୍ଗେଟରେ କାଳିଆ ପେଟ! ଶ୍ରୀମନ୍ଦିର ରୋଷଶାଳାରେ ୬୦ରୁ ଊର୍ଦ୍ଧ୍ୱ ଚୁଲା ଭାଙ୍ଗି ଦେଲେ ସେବାୟତ

Also Read: 'ବିଜେପି ଅହଂକାରୀ, AAP କୁ ସୁଯୋଗ ଦିଅ': କେଜ୍ରିୱାଲ