Matric Exam Time Schedule: ମାଟ୍ରିକ ପରୀକ୍ଷା ସମୟ ଧାର୍ଯ୍ୟ, ଖରା ପାଇଁ ବଦଳିଲା ନିୟମ
Advertisement

Matric Exam Time Schedule: ମାଟ୍ରିକ ପରୀକ୍ଷା ସମୟ ଧାର୍ଯ୍ୟ, ଖରା ପାଇଁ ବଦଳିଲା ନିୟମ

Matric Exam 2023: ରାଜ୍ୟରେ ମାର୍ଚ୍ଚ ୧୦ ରୁ ଛାତ୍ରଛାତ୍ରୀ ଦେବେ ମାଟ୍ରିକ ପରୀକ୍ଷା । ଗଣିତ ବିଷୟରେ ପିଲାମାନଙ୍କୁ ଅଧିକ ୧୫ ମିନିଟ ସମୟ ଦିଆଯିବ। ପ୍ରଥମେ ପ୍ରଶ୍ନ ପତ୍ର ପାଇବାର ୧୫ ମିନିଟ ପରେ ସଠିକ୍ ସମୟ ଆରମ୍ଭ ହେବ । ଅର୍ଥାତ୍ ଗଣିତ ପରୀକ୍ଷା ଦିନ ଛାତ୍ରଛାତ୍ରୀ ଅଢେଇ ଘଣ୍ଟା ସମୟ ପାଇବେ।

 

Matric Exam Time Schedule: ମାଟ୍ରିକ ପରୀକ୍ଷା ସମୟ ଧାର୍ଯ୍ୟ, ଖରା ପାଇଁ ବଦଳିଲା ନିୟମ

Matric Exam Time Schedule: ରାଜ୍ୟରେ ମାର୍ଚ୍ଚ ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ପରୀକ୍ଷା। ମାଧ୍ୟମିକ ଶିକ୍ଷା ପରିଷଦ ବା ବୋର୍ଡ ପକ୍ଷରୁ ମାଟ୍ରିକ ଓ ମଧ୍ୟମା ପରୀକ୍ଷା ଆରମ୍ଭ ହେବାକୁ ଯାଉଛି। ପୂର୍ବର ଏ ନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଥିଲା । ତେବେ ଆଜି ଏନେଇ ବିଧିବଦ୍ଧ ଭାବେ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ସକାଳ ୮ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୦ଟାରେ ସରିବ । ଚଳିତବର୍ଷ ୩ ହଜାର ୨୯ଟି କେନ୍ଦ୍ରରେ ମାଟ୍ରିକ ପରୀକ୍ଷା ଦେବେ ୫ ଲକ୍ଷ ୩୩ ହଜାର ୭୧୨ ଛାତ୍ରଛାତ୍ରୀ ।

ତେବେ  ଭୋକେସନାଲ ବ୍ୟତୀତ ଅନ୍ୟ ସମସ୍ତ ବିଷୟରେ ୮୦ ମାର୍କ ପରୀକ୍ଷା (Matric Exam 2023) କରାଯିବ । ୫୦ ନମ୍ବର ସଂକ୍ଷିପ୍ତ ପ୍ରଶ୍ନ ରହିବ, ଯାହାର ଉତ୍ତର OMR ସିଟରେ ପୂରଣ କରିବେ ଛାତ୍ରଛାତ୍ରୀ । ଅବଶିଷ୍ଟ ୩୦ ନମ୍ବର ସବଜେକ୍ଟିଭ ପ୍ରଶ୍ନ ରହିବ ଏହାର ଉତ୍ତର ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ ବୁକଲେଟରେ ଲେଖିବେ । ଗଣିତ ବିଷୟରେ ପିଲାମାନଙ୍କୁ ଅଧିକ ୧୫ ମିନିଟ ସମୟ ଦିଆଯିବ। ପ୍ରଥମେ ପ୍ରଶ୍ନ ପତ୍ର ପାଇବାର ୧୫ ମିନିଟ ପରେ ସଠିକ୍ ସମୟ ଆରମ୍ଭ ହେବ । ଅର୍ଥାତ୍ ଗଣିତ ପରୀକ୍ଷା ଦିନ ଛାତ୍ରଛାତ୍ରୀ ଅଢେଇ ଘଣ୍ଟା ସମୟ ପାଇବେ।

ବୋର୍ଡ କାର୍ଯ୍ୟସୂଚୀ ଅନୁଯାୟୀ, ପରୀକ୍ଷାର ପ୍ରଥମ ଦିନ ପ୍ରଥମ ଭାଷା ପରୀକ୍ଷା, ଦ୍ବିତୀୟ ଦିନ ଦ୍ବିତୀୟ ଭାଷା ଓ ତୃତୀୟ ଦିନ ତୃତୀୟ ଭାଷା ପରୀକ୍ଷା ହେବ । ୪ର୍ଥ ଦିନ ସାଧାରଣ ବିଜ୍ଞାନ, ୫ମ ଦିନ ସାମାଜିକ ବିଜ୍ଞାନ ଓ ଷଷ୍ଠ ଦିନ ଗଣିତ ପରୀକ୍ଷା ହେବ । ଭୋକେସନାଲ ଟ୍ରେଡ ପ୍ରାକ୍ଟିକାଲ ପରୀକ୍ଷା(Practical Exam) ନିଜ ନିଜ ସ୍କୁଲରେ ଫେବୃଆରୀ ୧୫ରୁ ୧୮ ତାରିଖ ମଧ୍ୟରେ କରାଯିବ । ସେପଟେ ମଧ୍ୟମା ବା ସଂସ୍କୃତ ଟୋଲରେ ଗଣିତ, ବିଜ୍ଞାନ, ସାମାଜିକ ବିଜ୍ଞାନ, ଇଂରାଜୀ ପରୀକ୍ଷାରେ ୩୦ ନମ୍ବର ସବଜେକ୍ଟିଭ (Subjective) ଓ ୩୦ ନମ୍ବର ଅବଜେକ୍ଟିଭ ପରୀକ୍ଷା(Objective Exam) ହେବ । 

ଅନ୍ୟ ବିଷୟରେ ୩୦ ମାର୍କ ସବଜେକ୍ଟିଭ ଓ ୫୦ ମାର୍କ ଅବଜେକ୍ଟିଭ ପରୀକ୍ଷା କରାଯିବ ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ବୋର୍ଡ(Board of Secondary Education) ପକ୍ଷରୁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ସେପଟେ ବୋର୍ଡ ପରୀକ୍ଷାରେ ୫ ଲକ୍ଷ ୩୩ ହଜାର ୭୧୨ ଛାତ୍ରଛାତ୍ରୀ ଓ ମଧ୍ୟମାରେ ୨୯୧୪ ପରୀକ୍ଷାର୍ଥୀଙ୍କ ଲାଗି ୧୦୮ଟି କେନ୍ଦ୍ର ଏବଂ ମୁକ୍ତ ବିଦ୍ୟାଳୟରେ ୭୧୮୧ ପରୀକ୍ଷାର୍ଥୀ ଲାଗି ୧୪୬ କେନ୍ଦ୍ର ବ୍ୟବସ୍ଥା କରାଯାଇଛି । ପରୀକ୍ଷା ପରିଚାଳନା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଛି। 

Also Read: Puri News: ଜାଣନ୍ତୁ ମହାପ୍ରଭୁଙ୍କ ଗଜ ଉଦ୍ଧାରଣ ବେଶର ମହତ୍ତ୍ବ, କେବେଠୁ ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିଲା ଏହି ପରମ୍ପରା?

Also Read: Brown Sugar Seized: ଦିନ-ଦ୍ୱି ପ୍ରହରରେ ଖୁଲମଖୁଲା ନିଶା ବେପାର କରୁଛନ୍ତି ମହିଳା