Odisha: ରାଜଧାନୀ ଏକ୍ସପ୍ରେସ, ସମ୍ପର୍କକ୍ରାନ୍ତି ଏକ୍ସପ୍ରେସ, କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଚଳାଚଳ ବନ୍ଦ; ଜାଣନ୍ତୁ କାରଣ
Advertisement
Article Detail0/zeeodisha/odisha1641669

Odisha: ରାଜଧାନୀ ଏକ୍ସପ୍ରେସ, ସମ୍ପର୍କକ୍ରାନ୍ତି ଏକ୍ସପ୍ରେସ, କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଚଳାଚଳ ବନ୍ଦ; ଜାଣନ୍ତୁ କାରଣ

Train Cancellation News: ଆନ୍ଦୋଳନ କାରଣରୁ ଓଡ଼ିଶାରୁ ଉତ୍ତର ଭାରତ ଅଭିମୁଖେ ଯାତ୍ରା କରୁଥିବା ତିନୋଟି ଟ୍ରେନ ଚଳାଚଳ ବାଧାପ୍ରାପ୍ତ ହୋଇଛି।

Odisha: ରାଜଧାନୀ ଏକ୍ସପ୍ରେସ, ସମ୍ପର୍କକ୍ରାନ୍ତି ଏକ୍ସପ୍ରେସ, କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଚଳାଚଳ ବନ୍ଦ; ଜାଣନ୍ତୁ କାରଣ

Exprress Train Cancellation: ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର ଜିଲ୍ଲାରେ ଅବସ୍ଥିତ ଖେମାସୁଲି ରେଳ ଷ୍ଟେସନ ଠାରେ ହେଉଥିବା ଆନ୍ଦୋଳନ ପାଇଁ ଅନେକ ଟ୍ରେନ ଚଳାଚଳ ପ୍ରଭାବିତ। ଏହି ଟ୍ରେନ ତାଲିକାରେ ରାଜଧାନୀ ଏକ୍ସପ୍ରେସ, ସମ୍ପର୍କକ୍ରାନ୍ତି ଏକ୍ସପ୍ରେସ, କଳିଙ୍ଗ ଉତ୍କଳ ଏକ୍ସପ୍ରେସ ଭଳି ଦୂରଗାମୀ ଏକ୍ସପ୍ରେସ ରହିଥିବା ଜଣାପଡ଼ିଛି। ଏହି ଟ୍ରେନ ଓଡ଼ିଶାକୁ ଉତ୍ତର ଭାରତ ସହ ଯୋଡ଼ିଥାଏ। 

ଆଦିବାସୀ କୁର୍ମୀ ସମାଜ ପକ୍ଷରୁ ପଶ୍ଚିମବଙ୍ଗର ପଶ୍ଚିମ ମେଦିନୀପୁର ଜିଲ୍ଲାରେ ଅବସ୍ଥିତ ଖେମାସୁଲି ରେଳ ଷ୍ଟେସନ ନିକଟରେ ଏକ ଆନ୍ଦୋଳନ କରାଯାଉଛି। ଯାହାର ପ୍ରଭାବରେ ଭାରତୀୟ ରେଳବାଇର ଖଡଗପୁର ଡିଭିଜନ ଅଧିନସ୍ଥ ଖଡ଼ଗପୁର-ଟାଟା ରେଳ ବିଭାଗର ଖେମାସୁଲି ଷ୍ଟେସନ ଏବଂ ଦକ୍ଷିଣ ପୂର୍ବ ରେଳବାଇର ଡିଭିଜନ ଅଧିନସ୍ଥ ଅଧୀନସ୍ଥ ଆଦ୍ରା-ଚଣ୍ଡିଲ ରେଳ ବିଭାଗର କୁସ୍ତାୱର ରେଳ ଷ୍ଟେସନ ରହିଥିବା ମାର୍ଗରେ ରେଳ ଚଳାଚଳ ପ୍ରଭାବିତ ହୋଇଛି। ଆଦିବାସୀ କୁର୍ମୀ ସମାଜ ପକ୍ଷରୁ କରାଯାଉଥିବା ଆନ୍ଦୋଳନ ପାଇଁ ଏହି ରେଳମାର୍ଗରେ ରେଳ ଚଳାଚଳ ବାଧାପ୍ରାପ୍ତ ହୋଇଛି।  

ଆନ୍ଦୋଳନ ପାଇଁ ବାତିଲ ହୋଇଥିବା ଟ୍ରେନ

  • ଅପ୍ରେଲ ୬ ତାରିଖ ଗୁରୁବାର ଚଳାଚଳ କରିବାକୁ ଥିବା ଟ୍ରେନ ନମ୍ବର ୨୨୮୨୪ ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସ ଏବଂ ୧୨୮୦୨ ନୂଆଦିଲ୍ଲୀ-ପୁରୀ ପୁରୁଷୋତ୍ତମ ଏକ୍ସପ୍ରେସ ଚଳାଚଳ ବାତିଲ ହୋଇଛି।
  • ଟ୍ରେନ ୧୨୮୨୦ ଆନନ୍ଦ ବିହାର (ନୂଆଦିଲ୍ଲୀ) ଆନନ୍ଦ ବିହାର ଓଡ଼ିଶା ସାମ୍ପାର୍କ କ୍ରାନ୍ତି ଏକ୍ସପ୍ରେସ ଚଳାଚଳ ଅପ୍ରେଲ ୭ ତାରିଖ ଶୁକ୍ରବାର ବାତିଲ ହୋଇଯିବ।
  • ସେହିପରି ଅପ୍ରେଲ ୯ ତାରିଖରେ ଚଳାଚଳ କରିବାକୁ ଥିବା ପୁରୀ-ଋଷିକେଶ କଳିଙ୍ଗ ଉତ୍କଳ ଏକ୍ସପ୍ରେସ ବାତିଲ ହୋଇଯିବ।