Tara Prasad Bahinipati: ତାରା ଖୋଲିଲେ ସବୁ ଭେଦ, ନବଙ୍କୁ ଏହି କାରଣରୁ ପ୍ଲାନ କରି ମାରି ଦିଆଗଲା !
Advertisement

Tara Prasad Bahinipati: ତାରା ଖୋଲିଲେ ସବୁ ଭେଦ, ନବଙ୍କୁ ଏହି କାରଣରୁ ପ୍ଲାନ କରି ମାରି ଦିଆଗଲା !

Tara Prasad Bahinipati News In Odia: ମୃତ୍ୟୁ ଦିନ ନବ ଦାସଙ୍କ ଚିତା ଜଳୁଥିବା ବେଳେ ନବ ଦାସଙ୍କ କକା କହିଥିଲେ ଯେ ଏହା ହାଇ ଲେବଲ ଷଡ଼ଯନ୍ତ୍ର। ଏପରିକି ସରକାର ଅର୍ଥାତ ରାଜସ୍ୱ ମନ୍ତ୍ରୀ ମଧ୍ୟ କହିଛନ୍ତି ଷଡ଼ଯନ୍ତ୍ର ହୋଇଛି । କାନ କଥାକୁହା ହିସାବରେ ଭଟଲି ବିଧାୟକ ସୁଶାନ୍ତ ସିଂ ଓ ମନ୍ତ୍ରୀ ନବ ଦାସ ଙ୍କ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ଚାଲିଛି । ହେଲେ ଏବେ ଯାଏଁ ମନ୍ତ୍ରୀ ନବ ଦାସଙ୍କ ହତ୍ୟାର ପ୍ରକୃତ କାରଣ ଜଣାପଡ଼ିନାହିଁ।

Tara Prasad Bahinipati: ତାରା ଖୋଲିଲେ ସବୁ ଭେଦ, ନବଙ୍କୁ ଏହି କାରଣରୁ ପ୍ଲାନ କରି ମାରି ଦିଆଗଲା !

Tara Prasad Bahinipati News In Odia: ଇତି ମଧ୍ୟରେ ପୂର୍ବତନ ମନ୍ତ୍ରୀ ନବ ଦାସଙ୍କ ହତ୍ୟା ଘଟଣାକୁ ମାସେ ବିତିବାକୁ ବସିଲାଣି । ହେଲେ ହତ୍ୟାର କାରଣ ଖୋଜି ପାଉନି କ୍ରାଇମବ୍ରାଞ୍ଚ।  ଅଭିଯୁକ୍ତ ଗୋପାଳ ଦାସକୁ ନିଜ ହେପାଜତରେ ନେଇଥିଲେ ବି ନବ ଦାସକୁ କାହିକି ମାରିଲା ଗୋପାଳ ତାହା ଏବେ ଯାଏଁ ସ୍ପଷ୍ଟ ହୋଇପାରିନି । ସେପଟେ ବିଧାନସଭାରେ ବାରମ୍ବାର ନବ ଦାସଙ୍କ ହତ୍ୟାକାଣ୍ଡ ପ୍ରସଙ୍ଗ ଉଠି ତମ୍ବିତୋଫାନ ଚାଲିଛି । ଶୂନ୍ୟକାଳରେ ଏହି ପ୍ରସଙ୍ଗ ଉଠାଇବା ସହ ସାଂଘାତିକ ଅଭିଯୋଗ ଆଣୁଛନ୍ତି କଂଗ୍ରେସ ଓ ବିଜେପି। କଂଗ୍ରେସ  ବିଧାୟକ ତାରା ପ୍ରସାଦ ବାହିନୀପତି ଆଜି ଗଣମାଧ୍ୟମରେ ନିଜର ପ୍ରତିକ୍ରିୟା ଦେଇ କହିଥିଲେ ଯେ, ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡ ହେଉଛି ପ୍ଲାନଡ଼ ମର୍ଡର । 

ସେପଟେ କେବଳ ଯେ କଂଗ୍ରେସ ତାହା ନୁହେଁ ବିଜେପି ମଧ୍ୟ ସମାନ ଅଭିଯୋଗ ଆଣୁଛି। ଏହାସହ ବିଜେପି ସିବିଆଇ ତଦନ୍ତ ଦାବି କରୁଥିବା ବେଳେ କଂଗ୍ରେସ ଏସଆଇଟି ତଦନ୍ତ ହେଉ ବୋଲି ଦାବି କରୁଛି । ସେହିପରି ଗୃହରେ ଯାହା ସରକାର ଉତ୍ତର ରଖୁଛନ୍ତି, କ୍ରାଇମବ୍ରାଞ୍ଚର (Crime Branch) ତଦନ୍ତ ହେଉଛି ତାହା ଲୋକଙ୍କ ମନକୁ ପାଉନି । ଗୋପାଳ କେବଳ ପାଗଳ କି ନୁହେଁ ତାହା ତଦନ୍ତ ହେଉଛି କିନ୍ତୁ ସେ କାହିଁକି ମାରିଲା ତାହା ବି ତଦନ୍ତ ହେଉ ବୋଲି କଂଗ୍ରେସ କହିଛି । ଏହାସହ ବିଧାନସଭାରେ ସଠିକ୍ ତଥ୍ୟ ଉପସ୍ଥାପନ ସହ ବାଚସ୍ପତିଙ୍କ ରୁଲିଂ ଦାବି କରିଛନ୍ତି ତାରା ପ୍ରସାଦ ବାହିନୀପତି।

ସେହିପରି କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା (Santosh Singh Saluja) କହିଛନ୍ତି ଯେ, ମନ୍ତ୍ରୀ ନବ ଦାସଙ୍କ ହତ୍ୟାକାଣ୍ଡକୁ ମାସେ ପୂରିବ । କିନ୍ତୁ କ୍ରାଇମବ୍ରାଞ୍ଚ କୌଣସି ଟେର ପାଉନି । କ୍ରାଇମବ୍ରାଞ୍ଚ ଉପରେ ଆଉ ଭରସା ନାହିଁ । କାହିଁକି ହତ୍ୟା ହୋଇଛି ରାଜନୈତିକ ଉଦ୍ଦେଶ୍ୟ ନା ବ୍ୟବସାୟିକ ହତ୍ୟା ତାହା ସ୍ପଷ୍ଟ ହୋଇପାରୁନି । ମୃତ୍ୟୁ ଦିନ ନବ ଦାସଙ୍କ ଚିତା ଜଳୁଥିବା ବେଳେ ନବ ଦାସଙ୍କ କକା କହିଥିଲେ ଯେ ଏହା ହାଇ ଲେବଲ ଷଡ଼ଯନ୍ତ୍ର। ଏପରିକି ସରକାର ଅର୍ଥାତ ରାଜସ୍ୱ ମନ୍ତ୍ରୀ ମଧ୍ୟ କହିଛନ୍ତି ଷଡ଼ଯନ୍ତ୍ର ହୋଇଛି । କାନ କଥାକୁହା ହିସାବରେ ଭଟଲି ବିଧାୟକ ସୁଶାନ୍ତ ସିଂ ଓ ମନ୍ତ୍ରୀ ନବ ଦାସ ଙ୍କ ଗୋଷ୍ଠି ମଧ୍ୟରେ ଗଣ୍ଡଗୋଳ ଚାଲିଛି । ତେଣୁ ନବ ଦାସଙ୍କ ହତ୍ୟାକାଣ୍ଡରେ ଭଟଲି ବିଧାୟକ ସୁଶାନ୍ତ ସିଂଙ୍କୁ ତଦନ୍ତ ପରିସରଭୁକ୍ତ କରଯାଉ ବୋଲି ଦାବି କରିଛନ୍ତି ସାଲୁଜା ।

ହେଲେ କିଛିଦିନ ତଳେ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର (Jay Narayan Mishra) କହିଥିଲେ ଯେ, 5T ସଚିବ ଭିକେ ପାଣ୍ଡିଆନ ଓ ବବି ଦାସଙ୍କ ଫୋନରେ ନବ ଦାସ ମର୍ଡର ପ୍ଲାନର ସବୁ ତଥ୍ୟ ଲୁଚିଛି । ତାଙ୍କ ଫୋନ ଖେଳାଇଲେ ସବୁ କିଛି ସତ ଜଣାପଡ଼ିବ ବୋଲି ସେ କହିଥିଲେ । ବିଜେଟ ଅଧିବେଶନ ପୂର୍ବରୁ ମଧ୍ୟ ବିରୋଧୀ କଂଗ୍ରେସ ଓ ବିଜେପି ନବ ଦାସ ହତ୍ୟା କଥା ନେଇ ସରକାରଙ୍କୁ ଘେରିବାକୁ ଅଣ୍ଟା ଭିଡିଥିଲେ।  

Also Read:  ପୋଲିସ ବାବୁଙ୍କ ଉପରେ ରହିଛି ୫୦ ଲକ୍ଷ ଟଙ୍କାର ବକେୟା ରାଶି, ମାଡ଼ି ବସିଛନ୍ତି ସରକାରୀ କ୍ୱାର୍ଟର !

Also Read: Gold Mines In Odisha: ଓଡ଼ିଶାର ଏହି ୩ ଜିଲ୍ଲାରେ ମିଳିଲା ସୁନା ଖଣି, ରାଜ୍ୟ ସରକାର ଦେଲେ ସୂଚନା