ଆହୁରି ଥରିବ ରାଜ୍ୟ, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି
Advertisement
Article Detail0/zeeodisha/odisha1083418

ଆହୁରି ଥରିବ ରାଜ୍ୟ, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ସକାଳ ୮ଟା ୩୦ ମଧ୍ୟରେ ୧୪ ଜିଲ୍ଲା ସୁନ୍ଦରଗଡ, ଝାରସୁଗୁଡା, କେଉଁଝର, ସମ୍ବଲପୁର, ଦେଓଗଡ, ଅନୁଗୁଳ, ବରଗଡ, ବଲାଙ୍ଗିର, ନୂଆପଡା, ସୋନପୁର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ଓ ନବରଙ୍ଗପୁରରେ ଶୀତ ଲହରି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର । 

ଆହୁରି ଥରିବ ରାଜ୍ୟ, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଶାନ୍ତସ୍ୱରୁପ ରାଉତ, ଭୁବନେଶ୍ୱର: ଆଉ ଦୁଇ ଦିନ ଶୀତ ଲହରି । ରାଜ୍ୟ ମଧ୍ୟକୁ ପ୍ରବେଶ କରୁଛି ଉତ୍ତର-ପଶ୍ଚିମ ଦିଗରୁ ଥଣ୍ଡା-ଶୁଷ୍କ ବାୟୁ । ଯାହାର ପ୍ରଭାବରେ ଆହୁରି ଦୁଇ ଦିନ ଶୀତ ଲହରୀ ପରିସ୍ଥିତି ସମ୍ଭାବନା ନେଇ ବିଭିନ୍ନ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । 

ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ୧୪ ଜିଲ୍ଲା ସୁନ୍ଦରଗଡ, ଝାରସୁଗୁଡା, କେଉଁଝର, ସମ୍ବଲପୁର, ଦେଓଗଡ, ଅନୁଗୁଳ, ବରଗଡ, ବଲାଙ୍ଗିର, ନୂଆପଡା, ସୋନପୁର, ବୌଦ୍ଧ, କଳାହାଣ୍ଡି, କନ୍ଧମାଳ, ଓ ନବରଙ୍ଗପୁରରେ ଶୀତ ଲହରି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର । ଏହାସହ ଆସନ୍ତାକାଲି ୬ ଜିଲ୍ଲାରେ ଶୀତ ଲହରି (Cold Wave) ନେଇ ସତର୍କ ସୂଚନା ଜାରି ହୋଇଛି । 

Also Read: ସତରେ କେତେ ଭୟଙ୍କର NeoCov ଭାଇରସ, ଜାଣନ୍ତୁ କଣ କହୁଛନ୍ତି ବିଶେଷଜ୍ଞ

ଏସବୁ ଜିଲ୍ଲାରେ ବିଶେଷ କରି ରାତିରୁ ପାହାନ୍ତିଆ ସମୟରେ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ତେବେ ଆସନ୍ତା ଦୁଇ ଦିନ ପର୍ଯ୍ୟନ୍ତ ରାତି ତାପମାତ୍ରା ଅପରବର୍ତ୍ତିତ ରହିବା ସହ ସ୍ବାଭାବିକ ଠାରୁ ୩ ରୁ ୫ ଡିଗ୍ରୀ ତଳେ ରହିବ । ଏହାପରେ ୩୧ ତାରିଖରୁ ୨ ରୁ ୩ ଡିଗ୍ରୀ ପର୍ଯ୍ୟନ୍ତ ରାତି ତାପମାତ୍ରା ବଢିବା ସହ କମିବ ଶୀତ । ଗତ ୨୪ ଘଣ୍ଟାରେ ଦାରିଙ୍ଗବାଡି (Daringibadi) ରେ ହାଡଭଙ୍ଗା ଶୀତ ପରିଲକ୍ଷିତ ହୋଇଥିବା ବେଳେ ସର୍ବନିମ୍ନ ରାତ୍ରି ତାପମାତ୍ରା ୬ଡ଼ିଗ୍ରୀ ସେଲସିୟସ ରେକର୍ଡ ହୋଇଛି ।