ଫେରିଲା ଶୀତ ଲହରୀ, ୨୪ ଘଣ୍ଟାରେ ୨ ଜିଲ୍ଲାକୁ ୱାର୍ଣ୍ଣିଂ
Advertisement
Article Detail0/zeeodisha/odisha1098075

ଫେରିଲା ଶୀତ ଲହରୀ, ୨୪ ଘଣ୍ଟାରେ ୨ ଜିଲ୍ଲାକୁ ୱାର୍ଣ୍ଣିଂ

ଏହାସହ ଆସନ୍ତା ଚାରି ଦିନ ପର୍ଯ୍ୟନ୍ତ ୧୭ ତାରିଖ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ । 

ଫେରିଲା ଶୀତ ଲହରୀ, ୨୪ ଘଣ୍ଟାରେ ୨ ଜିଲ୍ଲାକୁ ୱାର୍ଣ୍ଣିଂ

ଶାନ୍ତସ୍ୱରୁପ ରାଉତ, ଭୁବନେଶ୍ୱର:  ରାଜ୍ୟରେ ଗତ କିଛିଦିନ ଧରି ଶୀତର ପ୍ରକୋପ ସାମାନ୍ୟ ବୃଦ୍ଧି ପାଇଥିବା ବେଳେ ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ଦୁଇଟି ଜିଲ୍ଲା କଳାହାଣ୍ଡି ଓ କନ୍ଧମାଳରେ ଶୀତ ଲହରୀ ବା କୋଲ୍ଡ ୱେଭ୍ ସମ୍ଭାବନା ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। 

ଏହାସହ ଆସନ୍ତା ଚାରି ଦିନ ପର୍ଯ୍ୟନ୍ତ ୧୭ ତାରିଖ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ । ଏହାପରେ ପୁଣି ପଶ୍ଚିମାଝଡର ଆଗମନରେ ଆସନ୍ତା ୧୮ ତାରିଖରେ ଆଭ୍ୟନ୍ତରୀଣ-ଉତ୍ତର ଓଡିଶାର କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା (Moderate Rain) ସମ୍ଭାବନା ରହିଛି ।

Also Read: କୋରୋନା ଅପଡେଟ: ଦେଶ ପାଇଁ ଆସିଲା ଆଶ୍ୱସ୍ତିକର ଖବର

ସେହିପରି ଆସନ୍ତା ୨ ଦିନ ମଧ୍ୟରେ ରାତି ତାପମାତ୍ରା (Night Temprature) ଅପରିବର୍ତ୍ତିତ ରହିବା ପରେ ପୁଣି ୩ ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି ।