ରାଜ୍ୟର ଏହି ସବୁ ସ୍ଥାନରେ ୩ ରୁ ୪ ଡ଼ିଗ୍ରୀ ତଳକୁ ଖସିବ ପାରା
Advertisement
Article Detail0/zeeodisha/odisha1072462

ରାଜ୍ୟର ଏହି ସବୁ ସ୍ଥାନରେ ୩ ରୁ ୪ ଡ଼ିଗ୍ରୀ ତଳକୁ ଖସିବ ପାରା

ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡି଼ଶା (Odisha) ରେ ହାଲୁକାରୁ ମଧ୍ୟମ କୁହୁଡି ସମ୍ଭାବନା ରହିଛି ।

ରାଜ୍ୟର ଏହି ସବୁ ସ୍ଥାନରେ ୩ ରୁ ୪ ଡ଼ିଗ୍ରୀ ତଳକୁ ଖସିବ ପାରା

ଶାନ୍ତସ୍ୱରୁପ ରାଉତ, ଭୁବନେଶ୍ୱର: ବର୍ଷା ଗଲା, ଶୀତ ବଢିବା ସହ କୁହୁଡି ଫେରିଲା । ରାଜ୍ୟରେ ଆସନ୍ତା ୫ ଦିନ ପର୍ଯ୍ୟନ୍ତ ପାଗ ଶୁଖିଲା ରହିବା ସହ ୧୭ ରୁ ୧୯ ଯାଏଁ ବିଭିନ୍ନ ଜିଲ୍ଲାକୁ ଘନ କୁହୁଡି ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର । 

ପ୍ରଚୁର ଜଳୀୟବାଷ୍ପର ଉପସ୍ଥିତି, ବାୟୁମଣ୍ଡଳର ସ୍ଥିରତା ଏବଂ ନିର୍ମଳ ଆକାଶ ଯୋଗୁଁ ଘନ କୁହୁଡି ସହ ଦୃଶ୍ୟମାନ ଦୂରତା ୨୦୦ ମିଟରରୁ କମ ରହିବା ସମ୍ଭାବନା ଥିବାରୁ ମଧ୍ୟରାତିରୁ ସକାଳ ଯାଏଁ ଯାତାୟାତ ର ସମସ୍ୟା ଉପୁଜିବାର ସମ୍ଭାବନା ରହିଛି । ତେବେ ଆସନ୍ତା ୨୪ ଘଣ୍ଟାରେ ଦକ୍ଷିଣ ଆଭ୍ୟନ୍ତରୀଣ ଓଡି଼ଶା (Odisha) ରେ ହାଲୁକାରୁ ମଧ୍ୟମ କୁହୁଡି ସମ୍ଭାବନା ରହିଛି ।

Also Read:  Coronavirus Updates : ସାଙ୍ଘାତିକ ହେଲାଣି ସଂକ୍ରମଣ, ଜାଣନ୍ତୁ କେଉଁ ଜିଲ୍ଲାର ସ୍ଥିତି କ'ଣ?

ଏହାପରେ ପଶ୍ଚିମ ଓଡି଼ଶାର ବିଭିନ୍ନ ଜିଲ୍ଲାକୁ ଘନ କୁହୁଡି ଜନିତ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର । ଏହାସହ ଆସନ୍ତା ୩ ଦିନ ମଧ୍ୟରେ ରାତିର ସର୍ବନିମ୍ନ ତାପମାତ୍ରା ୩ ରୁ ୪ ଡ଼ିଗ୍ରୀ ତଳକୁ ଖସିବା ସହ ଶୀତ ବଢିବା ନେଇ ଆକଳନ ହୋଇଛି  ।