cyclone day: ରାଜ୍ୟ ପାଳୁଛି ବିପର୍ଯ୍ୟୟ ପ୍ରସ୍ତୁତି ଦିବସ: ଟାର୍ଗେଟରେ ଜିରୋ କାଜୁଆଲଟି
Advertisement

cyclone day: ରାଜ୍ୟ ପାଳୁଛି ବିପର୍ଯ୍ୟୟ ପ୍ରସ୍ତୁତି ଦିବସ: ଟାର୍ଗେଟରେ ଜିରୋ କାଜୁଆଲଟି

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଓଡ଼ିଶା ପାଖରେ ସବୁ ସାଧନ ରହିଛି। ବିପର୍ଯ୍ୟୟ ମୁକାବିଲାରେ ସମସ୍ତଙ୍କୁ ସାମିଲ କରାଯାଇଛି। ସମସ୍ତଙ୍କ ସହଯୋଗରେ ବିପର୍ଯ୍ୟୟର ମୁକାବିଲା କରାଯାଇପାରୁଛି।

ପ୍ରତିକାତ୍ମକ ଫଟୋ

cyclone day:  ଭୁବନେଶ୍ୱର: ଓଡିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସରେ ସରକାରଙ୍କ ବଡ଼ ଟାର୍ଗେଟ। ବନ୍ୟା ବାତ୍ୟା ମରୁଡ଼ିକୁ ସଫଳତାର ସହ ମୁକାବିଲା କରୁଥିବା ସରକାର ଏବେ ପାଣିରେ ବୁଡି, ନିଆଁରେ ପୋଡ଼ି ଓ ସାପ କାମୁଡ଼ା ମୃତ୍ୟୁ ସଂଖ୍ୟା ହ୍ରାସ କରିବାକୁ କରୁଛନ୍ତି ବଡ଼ ଯୋଜନା। ବର୍ତ୍ତମାନ ରାଜ୍ୟ ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ରୋଲ ମଡେଲ ସାଜିଛି। ଆଜି ରାଜ୍ୟରେ ବିପର୍ଯ୍ୟୟ ଆସିଲେ ବହୁତ କମ ସମୟ ଭିତରେ ଲୋକଙ୍କୁ ସ୍ଥାନାନ୍ତରଣ, ଉଦ୍ଧାର କରାଯାଇ ପାରୁଛି। ଯେଉଁଥିପାଇଁ ସମସ୍ତ ଜୀବନ ରକ୍ଷା ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ଓଡ଼ିଶା ପାଖରେ ସବୁ ସାଧନ ରହିଛି। ବିପର୍ଯ୍ୟୟ ମୁକାବିଲାରେ ସମସ୍ତଙ୍କୁ ସାମିଲ କରାଯାଇଛି। ସମସ୍ତଙ୍କ ସହଯୋଗରେ ବିପର୍ଯ୍ୟୟର ମୁକାବିଲା କରାଯାଇପାରୁଛି। ୪୦ ହଜାର ସ୍ୱେଚ୍ଛାସେବୀଙ୍କୁ ପ୍ରସ୍ତୁତ କରାଯାଇଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ। ବିପର୍ଯ୍ୟୟ ପରିଚାଳନା ସମ୍ବନ୍ଧୀୟ ନିଆଯାଇଥିବା ନିଷ୍ପତ୍ତି ଆଧାରରେ ଓଏସଡିଏମଏ ଆଶ୍ରୟସ୍ଥଳୀ ତଥା ଗୋଷ୍ଠୀସ୍ତରୀୟ ସ୍ବେଚ୍ଛାସେବୀଙ୍କୁ ଆଶ୍ରୟସ୍ଥଳୀ ପରିଚାଳନା, ସନ୍ଧାନ ଓ ଉଦ୍ଧାର ଏବଂ ପ୍ରାଥମିକ ଚିକିତ୍ସା ସମ୍ବନ୍ଧୀୟ ତାଲିମ୍ ଦିଆଯାଉଛି। 

ଉତ୍ସବରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିଭାଗର ଅଧିକାରୀବୃନ୍ଦ, ମିଳିତ ଜାତିସଂଘର ବିଭିନ୍ନ ଅନୁଷ୍ଠାନର ପ୍ରତିନିଧି, ଓଡ୍ରାଫ୍, ଏନଡିଆରଏଫ୍, ଅଗ୍ନିଶମ, ରେଡ଼କ୍ରସ ଅଧିକାରୀ ଓ ସ୍ବେଚ୍ଛାସେବୀ ଅଂଶଗ୍ରହଣ କରିଥିଲେ। ୧୯୯୯ ମସିହା ଅକ୍ଟୋବର ୨୯ ତାରିଖରେ ଓଡ଼ିଶାରେ ପ୍ରଳୟଙ୍କାରୀ ମହାବାତ୍ୟା ହୋଇ ଧନଜୀବନ ନଷ୍ଟ ହୋଇଥିଲା । ତେଣୁ ପ୍ରତିବର୍ଷ ଏହି ଦିନକୁ ରାଜ୍ୟସ୍ତରୀୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଭାବେ ପାଳନ କରୁଛନ୍ତି ଓଡ଼ିଶା ସରକାର।

ରାଜ୍ୟ ପ୍ରତି ବର୍ଷ ବାତ୍ୟାର ସମ୍ମୁଖୀନ ହେଉଛି। ପ୍ରତିଥର ଜିରୋ କାଜୁଆଲିଟି ଉପରେ ରାଜ୍ୟ ସରକାର ଗୁରୁତ୍ୱ ଦେଉଛନ୍ତି। ଜଳବାୟୁ ପରିବର୍ତ୍ତନ ଯୋଗୁ ବାତ୍ୟା ବନ୍ୟା ଆକଳନ କଷ୍ଟକର ହୋଇ ପଡୁଛି । ତେଣୁ ଏଥିରେ କ୍ଷୟକ୍ଷତି କମାଇବା ପାଇଁ ଜନ ସଚେତନତା ଆବଶ୍ୟକତା। ଏହାସହ ସମ୍ବଳ ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର ଓ ବିଦେଶ ଏନଜିଓ ମିଶି କାମ କରିବାର ଆବଶ୍ୟକତା ରହିଛି। 

ସବୁଠାରୁ ବଡ଼ ଆହ୍ବାନ ହେଉଛି ପାଣି ବୁଡି, ସାପ କାମୁଡାରେ ଓ ନିଆଁରେ ପୋଡି ମୃତ୍ୟୁ ସଂଖ୍ୟା ବଢ଼ୁଛି। ଯାହାକୁ କମେଇବାକୁ ସରକାର ଟାର୍ଗେଟ ରଖିଛନ୍ତି। ଏହାସହ ବିଜୁଳିରେ ମୃତ୍ୟୁ ସଂଖ୍ୟା ବର୍ଷକୁ ୫୦୦ ଥିବାବେଳେ ଏବେ ଏହା ୨୫୦କୁ ଖସିଛି। ଯାହାକୁ କି ୩ ବର୍ଷ ଭିତରେ ୮୦ ପ୍ରତିଶତ କମାଇବାକୁ ଚେଷ୍ଟା ଚାଲିଛି। ସହରରେ ବନ୍ୟା ପରିସ୍ଥିତି ଭବିଷ୍ୟତରେ ବଡ଼ ବିପଦ। ୪ ବର୍ଷ ବଲାଙ୍ଗିରର ହୋଇଥିଲା। ଅନେକ କ୍ଷତି ସହିବାକୁ ପଡିଥିଲା ସେ ସମୟରେ ବୋଲି କୁହାଯାଇଛି। 

ଆଜି ମହାବାତ୍ୟାକୁ ପୂରିଛି ୨୩ ବର୍ଷ। ଏବେ ବି ବହୁ ବାତ୍ୟା ହେଉଛି। କିନ୍ତୁ ସରକାରଙ୍କ ଆଗୁଆ ପଦକ୍ଷେପ ଯୋଗୁ ଧନଜୀବନ ହାନି ରୁ ବହୁ ପରିମାଣରେ ବର୍ତ୍ତି ଯାଉଛି ରାଜ୍ୟ।