President Droupadi Murmu: ଶରଧାବାଲିରେ ଚାଲି ଚାଲି ଗଲେ ଶ୍ରୀମନ୍ଦିର, ଦର୍ଶନ କଲେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ
Advertisement

President Droupadi Murmu: ଶରଧାବାଲିରେ ଚାଲି ଚାଲି ଗଲେ ଶ୍ରୀମନ୍ଦିର, ଦର୍ଶନ କଲେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ

ଦୁଇଦିନିଆ ଗସ୍ତରେ ଆସିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ପ୍ରଥମ ଦିନରେ ପୁରୀ ଗସ୍ତ କରି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। 

President Droupadi Murmu: ଶରଧାବାଲିରେ ଚାଲି ଚାଲି ଗଲେ ଶ୍ରୀମନ୍ଦିର, ଦର୍ଶନ କଲେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ

President Droupadi Murmu:  ପୁରୀ: ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ପୁରୀ ଗସ୍ତ କରିଛନ୍ତି ମହାମହିମ ରାଷ୍ଟ୍ରପତି। ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ଆଜି ପ୍ରଥମ ଦିନରେ ପୁରୀ ଗସ୍ତ କରିଛନ୍ତି। ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରୁ ସିଧାସଳଖ ପୁରୀ ଗସ୍ତ କରିଥିଲେ। ତେବେ ତାଳବଣିଆ ବିମାନବନ୍ଦରରୁ ସିଧା ସଳଖ ପୁରୀ ମନ୍ଦିର ଗସ୍ତ କରିଥିଲେ। ତେବେ ରାଷ୍ଟ୍ରପତିଙ୍କର ଗାଡ଼ି ବଡ଼ ଦାଣ୍ଡରେ ପହଞ୍ଚିବା ପରେ ବଳଗଣ୍ଡି ଠାରୁ ଚାଲିଚାଲି ଶ୍ରୀମନ୍ଦିର ଅଭିମୁଖେ ଗସ୍ତ କରିଥିଲେ। 

ବଡ଼ ଦାଣ୍ଡରେ ପହଞ୍ଚୁ ପହଞ୍ଚୁ ସବୁକିଛି ଭୁଲି ଯାଇଥିଲେ ରାଷ୍ଟ୍ରପତି। ସରକାରୀ ନୀତିନିୟମ, ପ୍ରୋଟୋକଲକୁ ଭାଙ୍ଗି ବଡ଼ଦାଣ୍ଡରେ ଚାଲିଥିଲେ ରାଷ୍ଟ୍ରପତି। ଜଣେ ସାଧାରଣ ଭକ୍ତଙ୍କ ଭଳି ଚାଲି ଚାଲିଯାଇଥିଲେ ରାଷ୍ଟ୍ରପତି। ଦେଶର କୌଣସି ରାଷ୍ଟ୍ରପତି ଏତେ ଲମ୍ବା ରାସ୍ତା ଚାଲି ଚାଲି ଅତିକ୍ରମ କରିବା ଘଟଣା। ଏସବୁ ଘଟଣାକୁ ଆଜି ତମାମ ବିଶ୍ୱ ଟିଭି ପରଦାରେ ଦେଖୁଥିଲା। ଆଉ ରାଷ୍ଟ୍ରପତିଙ୍କ ଜଗନ୍ନାଥ ପ୍ରେମକୁ ମଧ୍ୟ ଦେଖୁଥିଲା ଦେଶ। ରାଷ୍ଟ୍ରପତିଙ୍କ ସହିତ ଥିଲେ ରାଜ୍ୟପାଳ ଓ କେନ୍ଦ୍ରମନ୍ତ୍ରୀ, ସୁରକ୍ଷାକର୍ମୀ ଗଣ। ଜଗନ୍ନାଥଙ୍କ ପ୍ରେମରେ ବିଭୋର ହୋଇ ମଝିରେ ମଝିରେ ହାତ ଟେକି ନତମସ୍ତକ ହୋଇ ପ୍ରଣାମ ଜଣାଇଥିଲେ ରାଷ୍ଟ୍ରପତି। ଏହା ସହିତ ରାସ୍ତାର ଦୁଇ ପାର୍ଶ୍ୱରେ ଛିଡ଼ା ହୋଇଥିବା ଭକ୍ତଙ୍କୁ ମଧ୍ୟ ହାତ ହଲାଇ ଅଭିବାଦନ ଜଣାଇଥିଲେ। 

ଚାଲି ଚାଲି ସିଂହଦ୍ୱାରରେ ପହଞ୍ଚିବା ପରେ ଗଜପତି ମହାରାଜ ତାଙ୍କୁ ମନ୍ଦିରକୁ ସ୍ୱାଗତ କରିଥିଲେ। ବଡ଼ଦାଣ୍ଡରେ ପହଞ୍ଚିବା ପରେ ସେଠାରେ ଗରୁଡ ସ୍ତମ୍ଭରେ ମୁଣ୍ଡିଆ ମାରି ସିଂହଦ୍ୱାର ଦେଇ ଶ୍ରୀମନ୍ଦିର ମଧ୍ୟକୁ ପ୍ରବେଶ କରିଥିଲେ।  ଶ୍ରୀମନ୍ଦିରରେ ପ୍ରବେଶ କରି ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।  ରାଷ୍ଟ୍ରପତିଙ୍କ ସହିତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ରହିଥିଲେ। ତାଙ୍କ ସହିତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ବଡ଼ଦାଣ୍ଡରେ ଚାଲି ଚାଲି ଯାଇ ଚତୁର୍ଦ୍ଧାମୂର୍ତ୍ତିକୁ ଦର୍ଶନ କରିଛନ୍ତି। ସେପଟେ ରାଷ୍ଟ୍ରପତିଙ୍କୁ ସ୍ୱାଗତ ପାଇଁ ଶ୍ରୀମନ୍ଦିରକୁ ସୁନ୍ଦର ଭାବରେ ସଜ୍ଜା ଯାଇଥିଲା। 

ବଡ଼ଦାଣ୍ଡରେ ଚାଲିଚାଲି ଯିବା ସମୟରେ ରାଷ୍ଟ୍ରପତିଙ୍କୁ ଦେଖିବା ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ଲୋକଙ୍କ ଭିଡ଼ ଲାଗି ରହିଥିଲା। ରାଷ୍ଟ୍ରପତି ହାତ ହଲାଇ ଅଭିଭାଦନ ଗ୍ରହଣ କରିଥିଲେ। ସେପଟେ ଆଜି ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟ ଶାସନ ସଚିବ ତାଙ୍କୁ ସ୍ୱାଗତ କରିଥିଲେ। ଦର୍ଶନ ସାରିବା ପରେ ପୁରୀ ରାଜଭବନକୁ ଫେରିଥିଲେ ରାଷ୍ଟ୍ରପତି। ରାଷ୍ଟ୍ରପତିଙ୍କ ସହିତ ପୁରା ଟିମ ଫେରିଥିଲା ରାଜଭବନକୁ। ସେଠାରେ ସମାନ ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଥିଲା। ତଳେ ବସି ସାଧାରଣ ଭକ୍ତଙ୍କ ପରି ମହାପ୍ରସାଦ ସେବନ କରିଥିଲେ। ତାଙ୍କ ସହିତ ଗଜପତି ମହାରାଜ, ତାଙ୍କ ଧର୍ମପତ୍ନୀ, କେନ୍ଦ୍ରମନ୍ତ୍ରୀ ଓ ଅନ୍ୟ ଅତିଥି ବୃନ୍ଦ ତାଙ୍କ ସହିତ ପ୍ରସାଦ ସେବନ କରିଥିଲେ। 

 

ସୂଚନାଯୋଗ୍ୟ ରାଷ୍ଟ୍ରପତିଙ୍କ ସୁରକ୍ଷା ନିମନ୍ତେ ମେଟାଲ ଡିଟେକ୍ଟର ଟିମ୍‌, ବମ୍‌ ଡିସପୋଜାଲ ଟିମ୍‌, ଡଗ୍‌ ସ୍କାର୍ଡ ଟିମ୍‌ ମୁତୟନ ହୋଇଥିଲେ।  ଏହାବାଦ ୨୫ ପ୍ଲାଟୁନ୍‌ ଫୋର୍ସ ମୁତୟନ ହୋଇଥିଲେ। ବଡ଼ଦାଣ୍ଡରେ ରାଷ୍ଟ୍ରପତି ଚାଲି ଚାଲି ଯିବା ସମୟରେ ତାଙ୍କ ଚାରିପଟେ ସୁରକ୍ଷା ଅଧିକାରୀ ତଥା ଆଗ ଧାଡ଼ିର ନେତା ଓ ଅଧିକାରୀ ବି ଚାଲି ଚାଲି ଯାଇଥିଲେ। ବଡ଼ଦାଣ୍ଡରେ ପହଞ୍ଚିବା ପରେ ଆତ୍ମ ବିଭୋର ହୋଇ ପଡ଼ିଥିଲେ ଦେଶର ପ୍ରଥମ ନାଗରିକ । ବଡ଼ଦାଣ୍ଡରେ ସାଷ୍ଟାଙ୍ଗ ପ୍ରଣିପାତ କରିବା ସହ ଅରୁଣ ସ୍ତମ୍ଭଙ୍କୁ ସ୍ପର୍ଶ କରି ନମସ୍କାର ହୋଇଥିଲେ ରାଷ୍ଟ୍ରପତି।

ରାଷ୍ଟ୍ରପତିଙ୍କ ସହ ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁରରୁ ଆସିଥିବା ତାଙ୍କ କୌଳିକ ବ୍ରାହ୍ମଣ ବି ଶ୍ରୀମନ୍ଦିରକୁ ଯାଇଥିଲେ।  ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ପ୍ରାୟ ୩୦ ମିନିଟ କାଳ ପୂଜାର୍ଚ୍ଚନା କରିବା ପରେ ଶ୍ରୀମନ୍ଦିର ଭିତରୁ ଫେରିଲେ ରାଷ୍ଟ୍ରପତି । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ତୁଳସୀ ମାଳ ଦେଇଥିଲେ ଓ ଦୀପ ଜଳାଇ ଥିଲେ । ସେ ବିମଳା ମନ୍ଦିରରେ ମଧ୍ୟ ମା’ଙ୍କ ଦର୍ଶନ କରିଥିଲେ।